ETV Bharat / bharat

Nepal-India Border Dispute: ସୀମାରେ ଭାରତୀୟ ଶ୍ରମିକଙ୍କୁ ପଥର ଫିଙ୍ଗିଲା ନେପାଳ

author img

By

Published : Dec 5, 2022, 3:32 PM IST

ନେପାଳ ଭାରତ ସୀମାରେ ଉତ୍ତେଜନା । ଭାରତ ସୀମାରେ ପ୍ରବାହିତ କାଳିନଦୀରେ ନିର୍ମାଣଧିନ ସେତୁବନ୍ଧକୁ ନେପାଳର ବିରୋଧ । ସେତୁବନ୍ଧରେ କାର୍ଯ୍ୟରତ ଶ୍ରମିକଙ୍କ ଉପରକୁ ନେପାଳ ପାର୍ଶ୍ବରୁ ପଥର ମାଡ଼ । ଅଧିକ ପଢ଼ନ୍ତୁ

stone pelting from nepal in uttarakhand after dispute over kali river embankment
Nepal-India Border Dispute: ସୀମାରେ ଭାରତୀୟ ଶ୍ରମିକଙ୍କୁ ପଥର ଫିଙ୍ଗିଲା ନେପାଳ

ଡେରାଡୁନ: ନେପାଳ ଭାରତ ସୀମାରେ ଉତ୍ତେଜନା । ସମାଧାନ ହେଉନି ନେପାଳ-ଭାରତ ସୀମା ବିବାଦ(Nepal-India Border Dispute) । ଅନେକ ସମୟରେ ସୀମାରେ ଉଭୟ ଦେଶ ମୁହାଁମୁହିଁ ହେଉଛନ୍ତି । ଏହି କ୍ରମରେ ରବିବାର ଉତ୍ତରାଖଣ୍ଡର ପିଥୋରାଗଡ଼ ସ୍ଥିତ ଭାରତ-ନେପାଳ ସୀମାରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ରବିବାର ସନ୍ଧ୍ୟାରେ ନେପାଳ ପାର୍ଶ୍ବରୁ କାର୍ଯ୍ୟରତ ଭାରତୀୟ ଶ୍ରମିକଙ୍କ ଉପରକୁ ପଥର ଫିଙ୍ଗା ଯାଇଥିଲା । ଫଳରେ ଘଟଣାସ୍ଥଳରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଧାରଚୁଲା ଅଞ୍ଚଳରେ ନିର୍ମାଣଧିନ ବନ୍ଧରେ କାର୍ଯ୍ୟରତ ଶ୍ରମିକଙ୍କୁ ପଥର ଫିଙ୍ଗା ହୋଇଛି । ତେବେ ଏନେଇ ନେପାଳ ସୁରକ୍ଷା କର୍ମୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଭାରତର ସେତୁବନ୍ଧକୁ ନେପାଳର ବିରୋଧ

ଧାରଚୁଲା ଅଞ୍ଚଳରେ ପ୍ରବାହିତ କାଳୀନଦୀ ଉପରେ ଏକ ବନ୍ଧ ନିର୍ମାଣ ହେଉଛି । ନେପାଳର କିଛି ନାଗରିକ ଏହି ନିର୍ମାଣକୁ ବିରୋଧ କରୁଛନ୍ତି । ବନ୍ଧ ନିର୍ମାଣ ସମୟରେ ନେପାଳ ପାର୍ଶ୍ବରୁ ଅନେକ ଥର ପଥର ଫିଙ୍ଗାଯାଇଛି । ସୂଚନା ଅନୁଯାୟୀ, ନେପାଳ ଓ ଚୀନର ସୀମବର୍ତ୍ତୀ ଅଞ୍ଚଳ ହେଉଛି ଧାରଚୁଲା । ଏହିଠାରୁ ନେପାଳ ସୀମା ଆରମ୍ଭ ହୁଏ । ଧରଚୁଲା ସ୍ଥିତ କାଳନଦୀର ଗୋଟିଏ ପଟେ ଭାରତ ଏବଂ ଅନ୍ୟପଟେ ନେପାଳ ରହିଛି । କାଳୀ ନଦୀ ନକଟବର୍ତ୍ତୀ ଅଞ୍ଚଳରେ ଶହଶହ ଲୋକ ବସବାସ କରନ୍ତି । ଲୋକଙ୍କ ଯାତାୟତ ସମସ୍ୟା ରହିଥିବାରୁ ସେତୁବନ୍ଧ ନିର୍ମାଣ କରାଯାଉଛି ।

ଭାରତ ନିଜ ଅଞ୍ଚଳରେ ଏହି ବନ୍ଧ ନିର୍ମାଣ କରୁଛି । ଏହା ସତ୍ତ୍ବେ ନେପାଳ ପାର୍ଶ୍ବରୁ କ୍ରମାଗତ ଭାବେ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି । କେତେକ ଅସାମାଜିକ ବ୍ୟକ୍ତି ପଥରବାଜି କରୁଛନ୍ତି । ଯାହା ଫଳରେ ସୀମାରେ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଛି । ନେପାଳର ଲୋକେ କହିଛନ୍ତି ଯେ, "ଭାରତ ତିଆରି କରୁଥିବା ବନ୍ଧ ଦ୍ବାରା କାଳୀନଦୀର କ୍ଷତି ଘଟିବ ।"

ପୂର୍ବରୁ ମଧ୍ୟ ସୀମା ବିବାଦ ଦେଖାଦେଇଥିଲା

2020ରୁ ଭାରତ ଓ ନେପାଳ ମଧ୍ଯରେ ଥିବା ସମ୍ପର୍କ ଖରାପ ହୋଇଥିଲା । ଏହି ସମୟରେ ନେପାଳ ତାର ଭୌଗୋଳିକ ନୂଆ ମାନଚିତ୍ର ଜାରି କରିଥିଲା । ଯେଉଁଥିରେ କଳାପାଣି, ଲମ୍ବିଆଧୁରା ଏବଂ ଲିପୁଲେଖ ଅଞ୍ଚଳ ସାମିଲ ହୋଇଥିଲା । ଯାହା ଭାରତ ଉତ୍ତରାଖଣ୍ଡ ରାଜ୍ୟର ଏକ ଅଂଶ ବୋଲି କୁହାଯାଏ । ଏହାପରେ 8 ମେ 2020ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ଧରଚୁଲାଠାରୁ ଚୀନ ସୀମା ଏବଂ ଲିପୁଲେଖ ପର୍ଯ୍ୟନ୍ତ ଏକ ସଡ଼କର ଉଦଘାଟନ କରିଥିଲେ । ଯାହାକୁ ନେପାଳ ବିରୋଧ କରିଥିଲା । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଏହାରି ମଧ୍ୟରେ ପୁଣି ନେପାଳ ଉତ୍ତେଜନାମୂଳକ କାର୍ଯ୍ୟକୁ ଆପଣାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.