ETV Bharat / bharat

ମହାକାଶରୁ ଭାରତ ମହାସାଗର ଉପରେ କଡା ନଜର ରଖିବ 'ସିନ୍ଧୁ ନେତ୍ର'

author img

By

Published : Feb 28, 2021, 7:16 PM IST

ମହାକାଶରେ ସ୍ଥାପିତ ହୋଇସାରିଛି ଭାରତୀୟ ଅନୁସନ୍ଧାନ ଓ ବିକାଶ ସଂଗଠନ ଦ୍ବାରା ବିକଶିତ ସର୍ଭିଲାନ୍ସ ସାଟେଲାଇଟ 'ସିନ୍ଧୁ ନେତ୍ର' । ଏହି ସାଟେଲାଇଟ ଭାରତ ମହାସାଗରେ ଶତ୍ରୁର ଗତିବିଧି ଉପରେ ନଜର ରଖିବ । ଅଧିକ ପଢନ୍ତୁ...

ମହାକାଶରୁ ଭାରତ ମହାସାଗର ଉପରେ କଡା ନଜର ରଖିବ 'ସିନ୍ଧୁ ନେତ୍ର'
ମହାକାଶରୁ ଭାରତ ମହାସାଗର ଉପରେ କଡା ନଜର ରଖିବ 'ସିନ୍ଧୁ ନେତ୍ର'

ନୂଆଦିଲ୍ଲୀ: ଏବେ ମାଟି କି ଆକାଶ ନୁହେଁ, ମହାକାଶ ଯାଏଁ ପରିବ୍ୟାପ୍ତ ହୋଇସାରିଛି ଭାରତର ମହାଶକ୍ତି । ଜଳ, ସ୍ଥଳ ଓ ବାୟୁ ପରେ ଏବେ ମହାକାଶରେ ମଧ୍ୟ ଶତ୍ରୁ ଉପରେ ଭାରତର ରହିବ କଡା ନଜର । ଏହି କ୍ରମରେ ମହାକାଶରେ ସ୍ଥାପିତ ହୋଇସାରିଛି ଭାରତୀୟ ଅନୁସନ୍ଧାନ ଓ ବିକାଶ ସଂଗଠନ ଦ୍ବାରା ବିକଶିତ ସର୍ଭିଲାନ୍ସ ସାଟେଲାଇଟ 'ସିନ୍ଧୁ ନେତ୍ର' । ଏହି ସାଟେଲାଇଟ ଭାରତ ମହାସାଗରେ ଶତ୍ରୁର ଗତିବିଧି ଉପରେ ନଜର ରଖିବ ।

ଭାରତ ମହାସାଗରରେ ଉଭୟ ସାମରିକ ଯୁଦ୍ଧ ଜାହାଜ ଏବଂ ବଣିକ ଜାହାଜ ଚଳାଚଳର ଗତିବିଧି ଉପରେ ନଜର ରଖିବା ତଥା ଦେଶର ନୀରିକ୍ଷଣ କ୍ଷମତା ବୃଦ୍ଧି ପାଇଁ ଡିଆରଡିଓର ଯୁବ ବୈଜ୍ଞାନିକ ଦଳ ଦ୍ବାରା ବିକଶିତ ସିନ୍ଧୁନେତ୍ର ଉପଗ୍ରହ ସଫଳତାର ସହ ମହାକାଶରେ ସ୍ଥାପିତ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପକ୍ଷରୁ PSLV-C51 ଜରିଆରେ ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା ।

ସିନ୍ଧୁ ନେତ୍ର ଉପଗ୍ରହକୁ ଡିଆରଡିଓର ଯୁବ ବୈଜ୍ଞାନିକମାନେ ବିକଶିତ କରିଛନ୍ତି । ତେବେ ଭାରତ ମହାସାଗର ଅଞ୍ଚଳରେ ଯୁଦ୍ଧ ଏବଂ ବାଣିଜ୍ୟ ଜାହାଜର ଗତିବିଧି ଉପରେ ନଜର ରଖିବାରେ ଏହି ଉପଗ୍ରହ ସକ୍ଷମ । ଯଦି ଆବଶ୍ୟକ ହୁଏ ତେବେ ଏହି ଉପଗ୍ରହ ଦକ୍ଷିଣ ଚୀନ ସାଗର ଏବଂ ଆଫ୍ରିକୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ନଜର ରଖିବାରେ ମଧ୍ୟ ସାହାଯ୍ୟ କରିପାରିବ ବୋଲି ସୂତ୍ରରୁ ପ୍ରକାଶ ।

କେବଳ ଏତିକି ନୁହେଁ, ସିନ୍ଧୁ ନେତ୍ର ଚୀନ୍ ସହିତ ଲଦାଖ ଏବଂ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଉପରେ ସର୍ଭିଲାନ୍ସ କ୍ଷମତା ବୃଦ୍ଧି କରିବାରେ ଦେଶକୁ ସାହାଯ୍ୟ କରିବ | ଚୀନ ସୈନ୍ୟବାହିନୀର କାର୍ଯ୍ୟକଳାପ ଉପରେ ଉଭୟ ଭାରତୀୟ ଅଞ୍ଚଳ ତଥା 4000 କିଲୋମିଟର (LAC) ଉପରେ ଅଧିକ ନଜର ରଖିବାରେ ଏହି ଉପଗ୍ରହ ସକ୍ଷମ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.