ETV Bharat / bharat

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଷ୍ଟ ଗୋଲ୍ଡି ବ୍ରାର ଅଟକ

author img

By

Published : Dec 2, 2022, 12:21 PM IST

ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗୋଲ୍ଡି ବ୍ରାର ଅଟକ । ଅଧିକ ପଢନ୍ତୁ

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଷ୍ଟ ଗୋଲ୍ଡି ବ୍ରାର ଗିରଫ
ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଷ୍ଟ ଗୋଲ୍ଡି ବ୍ରାର ଗିରଫ

ଚଣ୍ଡୀଗଡ: ଧରାପଡିଲା ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗୋଲ୍ଡି ବ୍ରାର । ଆମେରିକାର କାର୍ଲିଫର୍ଣ୍ଣିଆ ସହରରେ ଗୋଲ୍ଡି ବ୍ରାରକୁ ଅଟକ ରଖାଯାଇଛି(Goldy Brar Detained In US) । କାର୍ଲିଫର୍ଣ୍ଣିଆ ପୋଲିସ ଏହି ଗ୍ୟାଙ୍ଗଷ୍ଟାରକୁ ଅଟକ ରଖିଥିବା ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ସୂତ୍ରରୁ ସୂଚନା ମିଳିଛି । ହେଲେ ଏନେଇ କାର୍ଲିଫର୍ଣ୍ଣିଆ ସରକାରଙ୍କ ପକ୍ଷରୁ ଔପଚାରିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ଗୁଇନ୍ଦା ସଂସ୍ଥାର ର', ଆଇବି, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ଏବଂ ପଞ୍ଜାବ ଗୁଇନ୍ଦା ବିଭାଗ ଗୋଲ୍ଡି ବ୍ରାରର ଠିକଣା ଓ ତାକୁ ଅଟକ ରଖାଯାଇଥିବା ସୂଚନା ପାଇଛନ୍ତି ।

ଗାୟକ-ରାଜନେତା ମୁସେୱାଲାଙ୍କ ହତ୍ୟା ପାଇଁ କାନାଡା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଥିଲା । ସେ କାନାଡାରେ ରହିଥିବାରୁ ଧରାପଡୁନଥିଲା । ହେଲେ ନିକଟରେ ସେ କାନାଡାରୁ ଆମେରିକା ଯାଇଥିବା ବେଳେ ସେଠାରେ ଧରାପଡିଛି । ନଭେମ୍ବର ୨୦ ତାରିଖରେ କାର୍ଲିଫର୍ଣ୍ଣିଆ ପୋଲିସ ତାକୁ ଅଟକ ରଖିଥିବା ସୂଚନା ମିଳିଛି । ପ୍ରକାଶଥାଉକି, ସିଦ୍ଧୁ ମୁସେୱାଲାଙ୍କ ବାପା ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାର ସମ୍ପର୍କରେ କୌଣସି ସୂଚନା ପାଇଁ କେନ୍ଦ୍ର ସରକାର ୨ କୋଟି ଟଙ୍କା ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ । ଏପରିକି ଯଦି ଅଧିକ ଟଙ୍କା ଆବଶ୍ୟକ ହୁଏ ସେ ନିଜ ପକେଟରୁ ଦେବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଆପ୍ ନେତୃତ୍ବାଧୀନ ପଞ୍ଜାବ ସରକାର ସିକ୍ୟୁରିଟି ବ୍ୟବସ୍ଥା ପ୍ରତିହାର କରିବା ପରେ ଗତ ମେ'ରେ ଲୋକପ୍ରିୟ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କୁ ମାନସା ଜିଲ୍ଲାରେ ହତ୍ୟା କରାଯାଇଥିଲା(Sidhu Moose Wala Murder Case) । ମୁସେୱାଲା କାରରେ ନିଜ ସହରକୁ ଯାଉଥିବା ସମୟରେ କେହି ଅଜଣା ଦୁର୍ବୃତ୍ତ ତାଙ୍କର ପିଛା କରିଥିଲେ ଏବଂ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ । ଏହି ଗୁଳିକାଣ୍ଡରେ ମୁସେୱାଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨ ବନ୍ଧୁ ଗୁରୁତର ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.