ETV Bharat / bharat

ସଂଘର୍ଷରୁ ସଫଳତା ! ମାଟ୍ରିକରେ ୯୧% ରଖିଲେ ମେଣ୍ଢା ଚରାଳିଙ୍କ ପୁଅ

author img

By

Published : Jun 21, 2022, 4:12 PM IST

କଠିନ ପରିଶ୍ରମ ଆଗରେ ବାଧକ ସାଜି ପାରିଲାନି ଅର୍ଥ । ମାଟ୍ରିକ ପରୀକ୍ଷାରେ ୯୧% ମାର୍କ ରଖିଲେ ମେଣ୍ଢା ଚରାଳିଙ୍କ ପୁଅ । ଅଧିକ ପଢନ୍ତୁ

ସଂଘର୍ଷରୁ ସଫଳତା ! ମାଟ୍ରିକରେ ୯୧% ରଖିଲେ ମେଣ୍ଡା ଚରାଳି ପୁଅ
ସଂଘର୍ଷରୁ ସଫଳତା ! ମାଟ୍ରିକରେ ୯୧% ରଖିଲେ ମେଣ୍ଡା ଚରାଳି ପୁଅ

ମୁମ୍ବାଇ: ଗାଁକୁ ନା ରାସ୍ତାଟିଏ ଥିଲା ନା ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ । ମେଣ୍ଢା ଚରାଉଥିବା ଗରିବ ବାପା ପାଖରେ ବି ପୁଅକୁ ଭଲ ଶିକ୍ଷା ଦେବାର ସମ୍ବଳ ନଥିଲା । ତଥାପି ଅଟକି ଯାଇନଥିଲେ ହେମନ୍ତ । ପାଠ ପଢିବାର ନିଶାରେ ପ୍ରତିଦିନ ସେ ଦୀର୍ଘ ୧୦ କିଲୋମିଟର ପାର୍ କରି ଚାଲି ଚାଲି ସ୍କୁଲ ଯାଉଥିଲେ । ଯାହାକି ଶେଷରେ ଆଜି ତାଙ୍କୁ ଅପୂର୍ବ ସଫଳତା ଆଣିଦେଇଛି । ପଙ୍କରୁ ପଦ୍ମ ଫୁଟିବା ପରି ମାଟ୍ରିକ ବୋର୍ଡ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ରଖିଛନ୍ତି ମେଣ୍ଢା ଚରାଳିଙ୍କ ପୁଅ ହେମନ୍ତ ମୁଧେ । ସଂଘର୍ଷରୁ ସଫଳତାର ଏହି କାହାଣୀ ସାମ୍ନାକୁ ଆସିଛି ମହାରାଷ୍ଟ୍ର ସାଙ୍ଗାଇ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ।

ସଂଘର୍ଷରୁ ସଫଳତା ! ମାଟ୍ରିକରେ ୯୧% ରଖିଲେ ମେଣ୍ଡା ଚରାଳିଙ୍କ ପୁଅ
ସଂଘର୍ଷରୁ ସଫଳତା ! ମାଟ୍ରିକରେ ୯୧% ରଖିଲେ ମେଣ୍ଡା ଚରାଳିଙ୍କ ପୁଅ

ସୂଚନା ଅନୁଯାୟୀ, ହେମନ୍ତ ମୁଧେ ନାମକ ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରେ ୯୧.୮୦ ପ୍ରତିଶତ ମାର୍କ ରଖିଛନ୍ତି । ହେଲେ ଏହି ସଫଳତାର ପଛରେ ପିଲାଟିର ସଂଘର୍ଷ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ହେମନ୍ତଙ୍କ ଗାଁକୁ ଭଲ ରାସ୍ତାଟିଏ ନାହିଁ । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଖୁବ୍ ଦୟନୀୟ । ବାପାମାଆ ମେଣ୍ଢା ଓ ଛେଳି ଚରାଇ ଯେତିକି ଆୟ କରନ୍ତି ସେଥିରେ ପରିବାର ଚଳେ । ଏହି ସୀମିତ ଆୟରେ ଦୁଇ ପୁଅକୁ ପାଠ ପଢାଇବା ଗରିବ ବାପାମାଆଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ହେଲେ ସାନ ପୁଅ ହେମନ୍ତ ନିଜ ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମରେ ସବୁ ଅସାଧ୍ୟକୁ ସାଧ୍ୟ କରି ଦେଖାଇଛନ୍ତି । ତମାମ୍ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତରୁ ଅଧିକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।

ସଂଘର୍ଷରୁ ସଫଳତା ! ମାଟ୍ରିକରେ ୯୧% ରଖିଲେ ମେଣ୍ଡା ଚରାଳିଙ୍କ ପୁଅ
ସଂଘର୍ଷରୁ ସଫଳତା ! ମାଟ୍ରିକରେ ୯୧% ରଖିଲେ ମେଣ୍ଡା ଚରାଳିଙ୍କ ପୁଅ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.