ETV Bharat / bharat

SHOCKING INCIDENT: ଶିକ୍ଷୟତ୍ରୀଙ୍କ ଆଖିରୁ ବାହାରୁଛି ପଥର, ଡାକ୍ତର ବି ଆଶ୍ଚର୍ଯ୍ୟ

author img

By

Published : Dec 24, 2022, 8:54 PM IST

ମହିଳାଙ୍କ ଆଖିରୁ ବାହାରୁଛି ପଥର । ପ୍ରାୟ ୨୦୦ରୁ ଅଧିକ ପଥର ମହିଳାଙ୍କ ଆଖିରୁ ବାହାରୁଛି (Stones fell from eye of woman) । ଏପରି ଅବିଶ୍ବସନୀୟ ଘଟଣା କର୍ଣ୍ଣାଟକ ବେଙ୍ଗାଲୁରୁ ବାସୀ ମହିଳାଙ୍କ ସହ ଘଟିଛି । ଅଧିକ ପଢନ୍ତୁ

Stones fell from eye of woman
Stones fell from eye of woman

ବେଙ୍ଗାଲୁରୁ: ଅଦ୍ଭୁତ, ଅବିଶ୍ବନୀୟ, ଅସାଧାରଣ । ଏହି ଘଟଣାଟି ସମ୍ପର୍କରେ ଅବଗତ ହେବା ପରେ ହୁଏତ ଆପଣଙ୍କ ପ୍ରତିକ୍ରିୟା ଏପରି ହୋଇପାରେ । ବେଙ୍ଗାଲୁରୁ ମହୀଶୂର ଅଞ୍ଚଳରେ ଜଣେ ମହିଳାଙ୍କ ଆଖିରୁ ବାହାରୁଛି ପଥର (Stones fell from eye of woman) । ସାଧାରଣତଃ ଆଖିରେ ଛୋଟ ବାଲି କଣିକାଟିଏ ପଡ଼ିଗଲେ ଆମକୁ କଷ୍ଟ ହୋଇଥାଏ । ହେଲେ ଏଠାରେ ମହିଳାଙ୍କ ଆଖିରୁ ପଥର ବାହାରିବା ନିଶ୍ଚିତ ଏକ ଆଶ୍ଚର୍ଯ୍ୟକର ଘଟଣା । ଗୋଟିଏ କି ଦୁଇଟି ନୁହେଁ, ଏହି ମହିଳାଙ୍କ ଆଖିରୁ ପ୍ରାୟ ୨୦୦ରୁ ଅଧିକ ଛୋଟ ଛୋଟ ପଥର ବାହାରିଥିବା ଦେଖିବାକୁ ମିଳିଛି ।

Stones fell from eye of woman
ମହିଳାଙ୍କ ଆଖିରୁ ବାହାରୁଛି ପଥର, ଡାକ୍ତର ବି ଆଶ୍ଚର୍ଯ୍ୟ

ବେଙ୍କିପୁର ଗ୍ରାମର ୩୫ ବର୍ଷୀୟ ମହିଳାଙ୍କ ନାମ ହେଉଛି ଜରିନା ତାଜ୍‌ । ସେ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି । କିଛି ଦିନ ପୂର୍ବେ ତାଙ୍କର ପ୍ରଥମେ ମୁଣ୍ଡ ବିନ୍ଧିଥିଲା । ଏହାପରେ ଆଖିରୁ ପାଣି ବାହାରିଥିବା ବେଳେ ତା' ସହିତ ପଥର ବାହାରିଥିଲା । ଯାହାକୁ ଦେଖି ଶିକ୍ଷୟିତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ଏହାପରେ ସେ ସଙ୍ଗେ ସଙ୍ଗେ ନିକଟସ୍ଥ ଚଲ୍ଲାହଲ୍ଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଯାଇଥିଲେ । ଏହା ଏକ ପ୍ରକାର ଆଖି ରୋଗ ବୋଲି କହିଛନ୍ତି ଡାକ୍ତର । ମହୀଶୂର କେ.ଆର ହସ୍ପିଟାଲରେ ଆଖି ଡାକ୍ତରଙ୍କୁ ଏନେଇ ପରାମର୍ଶ ନେବା ଲାଗି ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତର କହିଛନ୍ତି ।

ଏହା ବି ପଢନ୍ତୁ- Christmas 2022: ନିଆରା ଢଙ୍ଗରେ ଖ୍ରୀଷ୍ଟମାସର ବାର୍ତ୍ତା ଦେଲା ଏମିରେଟ୍ସ, ପସନ୍ଦ କଲେ ୟୁଜର୍ସ

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ମହିଳା ଜଣକ କହିଛନ୍ତି, "ମୁଣ୍ଡର ଗୋଟିଏ ପାର୍ଶ୍ବରେ କଷ୍ଟ ଅନୁଭବ ହୋଇଥିଲା । ଯେପରି ଲାଗୁଥିଲା ଭିତରେ କୌଣସି ପଦାର୍ଥ ଘୁରି ବୁଲୁଛି । ଏହାପରେ ଆଖିରୁ ପାଣି ବାହାରିବା ସହିତ ଏହି ପଥର ମଧ୍ୟ ବାହାରିଥିଲା । ତାଙ୍କ ଆଖିରୁ ଏଯାବତ ୨୦୦ରୁ ଅଧିକ ଛୋଟ ଛୋଟ ପଥର ବାହାରିଥିଛି ।" ଏନେଇ ସେ ଗ୍ରାମବାସୀଙ୍କୁ କହିଥିଲେ ମଧ୍ୟ ସେ ମିଥ୍ୟା କହୁଥିବା ଲୋକେ କହିଥିଲେ । ଗତ ୮ ଦିନ ଧରି ଏପରି ପଥର ବାହାରୁଥିବା ରୋଗୀଙ୍କ ମାଆ କହିଛନ୍ତି ।

ଏନେଇ ଡାକ୍ତର କହିଛନ୍ତି ଯେ ସେ ମଧ୍ୟ ଆଖିରୁ ପଥର ବାହାରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ସେମାନଙ୍କ ଲାଗି ମଧ୍ୟ ଏହା ପ୍ରଥମ ମାମଲା ରହିଥିଲା । ମହିଳା ଜଣକ ଛୋଟ ବେଳେ ମାଟି ଖାଇ ଦେଇଥିବା ନେଇ ମଧ୍ୟ କୁହାଯାଉଥିଲା । ମାତ୍ର ରିପୋର୍ଟ ଆସିଲେ ଏ ନେଇ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.