ETV Bharat / bharat

‘ଗାଜାରେ 10 ହଜାର ଲୋକ ମଲେଣି, ଧ୍ବଂସଲୀଳାକୁ ସମର୍ଥନ କରୁଥିବା ସରକାରଙ୍କୁ ଲଜ୍ଜା ଲାଗିବା କଥା’

author img

By ETV Bharat Odisha Team

Published : Nov 13, 2023, 4:49 PM IST

ଗାଜା ପ୍ରସଙ୍ଗରେ ସରକାରଙ୍କ ନୀତିକୁ ସମାଲୋଚନା କଲେ ପ୍ରିୟଙ୍କା । 10 ହଜାର ଲୋକେ ମରିବା ପରେ ମଧ୍ୟ ସମର୍ଥନ ଦେଉଥିବା ସରକାରକୁ ଲଜ୍ଜା ଅନୁଭବ ହେଉନାହିଁ ବୋଲି କଲେ ଟ୍ବିଟ । ଅଧିକ ପଢନ୍ତୁ

‘ଗାଜାରେ 10 ହଜାର ଲୋକ ମଲେଣି, ଏହି ଧ୍ବଂସଲୀଳାକୁ ସମର୍ଥନ କରୁଥିବା ସରକାରଙ୍କୁ ଲଜ୍ଜା ଲାଗିବା କଥା’
‘ଗାଜାରେ 10 ହଜାର ଲୋକ ମଲେଣି, ଏହି ଧ୍ବଂସଲୀଳାକୁ ସମର୍ଥନ କରୁଥିବା ସରକାରଙ୍କୁ ଲଜ୍ଜା ଲାଗିବା କଥା’

ନୂଆଦିଲ୍ଲୀ: ଇସ୍ରାଏଲ ଗତ ଏକ ମାସରୁ ଅଧିକ ସମୟ ଧରି ଗାଜା ଉପରେ ସାମରିକ ଅଭିଯାନ ଜାରି ରଖିଛି । ଭାରତ ସମେତ ଏକାଧିକ ଦେଶ ଏହି ଅଭିଯାନକୁ ସମର୍ଥନ କରିଆସିଛନ୍ତି । ଭାରତର ଏହି ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଗାଜାରେ ସ୍ଥିତି ସାଙ୍ଘାତିକ । 10 ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଲେଣି । ତଥାପି ଏହି ଧ୍ବଂସଲୀଳାକୁ ସମର୍ଥନ କରୁଥିବାରୁ ସରକାର ଲଜ୍ଜା ଅନୁଭବ କରିବା କଥା ବୋଲି ପ୍ରିୟଙ୍କା କହିଛନ୍ତି ।

  • What a deplorable and disgraceful milestone…over 10,000 people killed in Gaza of which almost half are children. One child is being killed every ten minutes according to the WHO, and now tiny babies had to be removed from their incubators due to lack of oxygen and were left to…

    — Priyanka Gandhi Vadra (@priyankagandhi) November 13, 2023 " class="align-text-top noRightClick twitterSection" data=" ">

‘ଏକ୍ସ’ରେ ଟ୍ବିଟ କରି ପ୍ରିୟଙ୍କା କହିଛନ୍ତି, ଏହା କେତେ ନିନ୍ଦନୀୟ ଓ ଅପମାନଜନକ କଥା । ଗାଜାରେ 10 ହଜାର ଲୋକଙ୍କ ଜୀବନ ଯାଇସାରିଲାଣି । ସେମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଧିକ ଶିଶୁ ରହିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ତଥ୍ୟ ଅନୁସାରେ, ପ୍ରତି ମିନିଟରେ ଜଣେ ଶିଶୁର ମୃତ୍ୟୁ ହେଉଛି । ଏବେ ଶିଶୁମାନେ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଛନ୍ତି । ତଥାତି ଏହି ଗଣହତ୍ୟାକୁ ସମର୍ଥନ କରିବାରେ କୌଣସି କ୍ଷୋଭ ଅନୁଭବ ହେଉନାହିଁ ।’’

ପୂର୍ବରୁ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ନେଇ ବିରୋଧୀ ପ୍ରଶ୍ନ ଉଠାଇ ସାରିଛନ୍ତି । ଜାତିସଂଘରେ ଆଗତ ସିଜ ଫାଏର ପ୍ରସ୍ତାବରେ ଭାରତ ଭୋଟ ନଦେବା ପରେ ଏହାକୁ ନେଇ ବିରୋଧୀମାନେ ପ୍ରଶ୍ନ କରିଥିଲେ । ଶରଦ ପାଓ୍ବାର କହିଥିଲେ, ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ କଣ, ସେ ନେଇ ଆମେ ସନ୍ଦେହରେ । ପୂର୍ବରୁ ଭାରତ ସରକାର ଇସ୍ରାଏଲ ପାଲେଷ୍ଟାଇନ ବିବାଦ ପ୍ରସଙ୍ଗରେ ସ୍ବତନ୍ତ୍ର ତଥା ସାର୍ବଭୌମ୍ୟ ପାଲେଷ୍ଟାଇନ ରାଷ୍ଟ୍ର ପ୍ରତିଷ୍ଠା ଦିଗରେ ଆଭିମୁଖ୍ୟ ରଖିଆସିଛି । ଏବେ ମୋଦି ନେତୃତ୍ବାଧୀନ ଭାରତ ସରକାର ଉକ୍ତ ଆଭିମୁଖ୍ୟକୁ ବଜାୟ ରଖିବା ସହ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମର୍ଥନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଛତିଶଗଡରେ କଂଗ୍ରେସର କାଉଣ୍ଟଡାଉନ ଆରମ୍ଭ, କୁଶାସନ ସମାପ୍ତିର ଜୟଘୋଷ ହେଉଛି କହିଲେ ପ୍ରଧାନମନ୍ତ୍ରୀ

ଗତ ମାସ 7 ତାରିଖରେ ହୋଇଥିବା ଇସ୍ରାଏଲ ଉପରେ ଆକ୍ରମଣକୁ ଭାରତ ଆତଙ୍କବାଦୀ ଆକ୍ରମଣ ଭାବେ ନିନ୍ଦା କରିବା ସହ ଇସ୍ରାଏଲକୁ ନୈତିକ ସମର୍ଥନ ପ୍ରଦାନ କରିଥିଲେ । ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଫୋନ କରି ପ୍ରଧାନମନ୍ତ୍ରୀଙ୍କୁ ଯୁଦ୍ଧ ସମ୍ପର୍କରେ ଅବଗତ କରିଥିଲେ । ଆତଙ୍କବାଦୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି ଓ ଏହାର କଡା ଜବାବ ମିଳିବା ଉଚିତ ବୋଲି ଭାରତ କହିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.