ETV Bharat / bharat

ଲୋକସଭା ପରେ ରାଜ୍ୟସଭାରୁ 45 ସାଂସଦ ନିଲମ୍ବିତ, ଦିନକରେ ନିଲମ୍ବିତ ହେଲେ 78 ସାଂସଦ

author img

By ETV Bharat Odisha Team

Published : Dec 18, 2023, 5:41 PM IST

Updated : Dec 18, 2023, 5:56 PM IST

45 Rajya Sabha MPs Suspended: ଲୋକସଭା ପରେ ରାଜ୍ୟସଭାରୁ 45 ସାଂସଦ ନିଲମ୍ବିତ । ଆଜି ଲୋକସଭାରୁ ନିଲମ୍ବିତ ହୋଇଛନ୍ତି 33 ସାଂସଦ । ଅଧିକ ପଢନ୍ତୁ

ଲୋକସଭା ପରେ ରାଜ୍ୟସଭାରୁ 45 ସାଂସଦ ନିଲମ୍ବିତ, ଦିନକରେ ନିଲମ୍ବିତ ହେଲେ 78 ସାଂସଦ
ଲୋକସଭା ପରେ ରାଜ୍ୟସଭାରୁ 45 ସାଂସଦ ନିଲମ୍ବିତ, ଦିନକରେ ନିଲମ୍ବିତ ହେଲେ 78 ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ପରେ ଉଚ୍ଚସଦନ ରାଜ୍ୟସଭାରେ ମଧ୍ୟ ଦେଖିବାକୁ ମିଳିଛି ଗଣନିଲମ୍ବନ କାର୍ଯ୍ୟାନୁଷ୍ଠାନ । ଆଜି ରାଜ୍ୟସଭାରୁ ଏକକାଳୀନ 45 ସଦସ୍ୟଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଗୃହରେ ହଟ୍ଟଗୋଳ କରିବା ଓ ଅଶୋଭନୀୟ ଆଚରଣ, ଚେୟାରଙ୍କ ନିର୍ଦ୍ଦେଶକୁ ଅସମ୍ମାନ କରିବା ଅଭିଯୋଗରେ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ, କେସି ବେଣୁଗୋପାଲ, ରଣଦୀପ ସୂର୍ଯେଓ୍ବାଲାଙ୍କ ଓ ଅନ୍ୟାନ୍ୟ ଦଳୀୟ ସାଂସଦଙ୍କ ସମେତ ମୋଟ 45 ସଦସ୍ୟଙ୍କୁ ଅଧିବେଶନରୁ ନିଲମ୍ବିତ କରାଯାଇଛି । 45 ସଦସ୍ୟଙ୍କ ମଧ୍ୟରୁ 34 ସଦସ୍ୟଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରାଯାଇଛି । ଅବଶିଷ୍ଟ 11 ଜଣଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ବାଧିକାର କମିଟି ନିକଟକୁ ପଠାଯାଇଛି । ସ୍ବାଧିକାର କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ 11 ସଦସ୍ୟ ନିଲମ୍ବିତ ରହିବେ ।


ଆଜି ଅପରାହ୍ନରେ ନିମ୍ନସଦନରୁ 33 ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ତାର ମାତ୍ର କିଛି ଘଣ୍ଟା ପରେ ରାଜ୍ୟସଭାରେ ମଧ୍ୟ ସମାନ ଧରଣ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଏହି ସାଂସଦମାନେ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ସେମାନେ ପୂର୍ବ ପରି ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ । ସରକାର ଚର୍ଚ୍ଚା କରିବାକୁ ସୁଯୋଗ ଦେଉନଥିବା ଅଭିଯୋଗରେ ଗୃହରେ ନାରାବାଜୀ କରିଥିଲେ । ଏହା ପରେ ରାଜ୍ୟସଭା ଅଧ୍ୟକ୍ଷ ଧନଖଡ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରିଛନ୍ତି ।

  • #WATCH | Several Rajya Sabha MPs, including Congress' Jairam Ramesh, Randeep Surjewala and KC Venugopal, suspended for the remainder of the Winter Session of the Parliament. pic.twitter.com/cJi3ZkscuE

    — ANI (@ANI) December 18, 2023 " class="align-text-top noRightClick twitterSection" data=" ">

ଆଜି ଗୋଟିଏ ଦିନରେ ଉଭୟ ଗୃହରେ ମୋଟ 78 ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଯାହା ହୁଏତ, ସଂସଦ ଇତିହାସରେ ପ୍ରଥମ ଘଟଣା ମଧ୍ୟ । ଆଜି ଗୋଟିଏ ଦିନରେ ଉଭୟ ସଦନରେ 78 ସାଂସଦ ଓ ପୂର୍ବରୁ ଉଭୟ ଗୃହରୁ 14 ସାଂସଦଙ୍କୁ ମିଶାଇ ଶୀତ ଅଧିବେଶନରୁ ମୋଟ 92 ସାଂସଦ ନିଲମ୍ବିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଶୀତ ଅଧିବେଶନରୁ ଆଉ 33 ଲୋକସଭା ସାଂସଦ ନିଲମ୍ବିତ

13 ତାରିଖରେ ଲୋକସଭାରେ ଦୁଇ ଅଭିଯୁକ୍ତ ପ୍ରବେଶ କରି ସ୍ମୋକ ଆଟାକ କରିବା ପରେ ସୁରକ୍ଷା ବିଭ୍ରାଟକୁ ନେଇ ଶୀତ ଅଧିବେଶନ ଉଷ୍ମ ହୋଇଛି । ସରକାର ଉଚ୍ଚସ୍ତରୀୟ କିମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇସାରିଛନ୍ତି । ପ୍ରଧାନମନ୍ତ୍ରୀ ଏହାକୁ ଅତି ଦୁର୍ଭାଗ୍ୟଜନକ ବୋଲି କହିବା ସହ ଚର୍ଚ୍ଚା ବଦଳରେ ତଦନ୍ତ ହେବା ଉଚିତ ବୋଲି କହିଛନ୍ତି । ତଥାପି ଅଭିଯୁକ୍ତଙ୍କୁ ପାସ ଦେବାରେ ବିଜେପି ବିଧାୟକଙ୍କ ଭୂମିକା ଥିବାରୁ ସରକାର ଚର୍ଚ୍ଚା ପାଇଁ ଡରୁଥିବା ଦାବି କରି ବିରୋଧୀ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 18, 2023, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.