ETV Bharat / bharat

ବିଷାକ୍ତ ଛତୁ ଖାଇ 13 ମୃତ, 39 ହସ୍ପିଟାଲରେ ଭର୍ତ୍ତି

author img

By

Published : Apr 13, 2022, 9:41 PM IST

ଆସାମର ଦିବୃଗଡରେ ଅଘଟଣ: ବିଷାକ୍ତ ଛତୁ ଖାଇ 13 ମୃତ, ଏକାଧିକ ଆହତ
ଆସାମର ଦିବୃଗଡରେ ଅଘଟଣ: ବିଷାକ୍ତ ଛତୁ ଖାଇ 13 ମୃତ,39 ହସ୍ପିଟାଲରେ ଭର୍ତ୍ତି

ଆସାମର ଦିବ୍ରୁଗଡରେ ବିଷାକ୍ତ ଛତୁ ଖାଇ 13 ମୃତ । 39 ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି । ପ୍ରଶାସନର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଗୌହାଟୀ: ଆସାମର ଦିବ୍ରୁଗଡରେ ଅଭାବନୀୟ ଘଟଣା । ବିଷାକ୍ତ ଛତୁ ଖାଇ ପ୍ରାଣ ହରାଇଛନ୍ତି 13 ଜଣ । ଅନ୍ୟ 39ଜଣ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ଠାରେ କିଡନୀ ସମ୍ପର୍କିତ ସଂକ୍ରମଣ ଦଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ଗୁରୁତର ମଧ୍ୟ ଥିବା ସୂଚନା ମିଳିଛି ।

  • Assam | 13 people died in Dibrugarh after consuming wild poisonous mushrooms over the period of one week

    39 patients were admitted here, mostly with kidney and liver complications. 13 patients have died so far, all are from garden areas:Dr Prasanta Dihingia, Superintendent, AMCH pic.twitter.com/zlW9D5afwg

    — ANI (@ANI) April 13, 2022 " class="align-text-top noRightClick twitterSection" data=" ">

ଘଟଣା କେଉଁ ପରିସ୍ଥିତିରେ ଏପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ନିୟମିତ ଛତୁ ଖାଇ ଆସୁଥିବା ବେଳେ କୌଣସି କାରଣବଶତଃ ଏହା ବିଷାକ୍ତ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ଉପରେ ନଜର ରଖାଯାଇଛି । ତଦନ୍ତ ପରେ ଯାହା କିଛି ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପ୍ରଶାସନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.