ETV Bharat / bharat

Seema Haider: କାହା ଚେହେରାରେ ଲେଖା ନଥାଏ ସେ ପାକିସ୍ତାନୀ: ୟୁପି ସ୍ପେଶାଲ ଡିଜି

author img

By

Published : Jul 20, 2023, 8:28 AM IST

Updated : Jul 20, 2023, 11:18 AM IST

ସୀମା ହାଇଦର ମାମଲାରେ ଉତ୍ତରପ୍ରଦେଶ ପୋଲିସର ପ୍ରଥମ ପ୍ରତିକ୍ରିୟା ସାମନାକୁ ଆସିଛି । ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କହିଛି, "କାହା ଚେହେରାରେ ଲେଖା ନଥାଏ ଯେ, ସେ ପାକିସ୍ତାନୀ । ଅଧିକ ପଢନ୍ତୁ

ସୀମା ହାଇଦର ମାମଲାରେ ପୋଲିସର ପ୍ରଥମ ପ୍ରତିକ୍ରିୟା
ସୀମା ହାଇଦର ମାମଲାରେ ପୋଲିସର ପ୍ରଥମ ପ୍ରତିକ୍ରିୟା

ଲକ୍ଷ୍ନୌ: ଦିନକୁ ଦିନ ରୋଚକ ମୋଡ ନେବାରେ ଲାଗିଛି ସୀମା ହାଇଦର ମାମଲା । ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସି ଚର୍ଚ୍ଚାରେ ଥିବା ସୀମା ହାଇଦର ମାମଲାରେ ଉତ୍ତରପ୍ରଦେଶ ପୋଲିସର ପ୍ରଥମ ପ୍ରତିକ୍ରିୟା ସାମନାକୁ ଆସିଛି । ବର୍ଡର ପାର୍ କରି ସେ ଆସିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କହିଛି, "କାହାର ଚେହେରାରେ ଲେଖା ନଥାଏ ଯେ, ସେ ପାକିସ୍ତାନୀ"।

ସେପଟେ ଆଣ୍ଟି ଟେରୋରିଜମ ସ୍କ୍ବାଡ (ATS) ପକ୍ଷରୁ ସୀମାଙ୍କୁ ପଚରାଉଚରା କରାଯାଇଥିବାବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି । ତେବେ ପାକିସ୍ତାନ କରାଚିରେ ରହୁଥିବା ସୀମା ହାଇଦର ଭାରତ ଆସିବା ଦିନଠାରୁ ଦେଶବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପାକିସ୍ତାନରୁ ଦୁବାଇ, ଦୁବାଇରୁ ନେପାଳ ଓ ଶେଷରେ ନେପାଳରୁ ଭାରତ ସୀମା ପାର୍ କରି ଆସିବା ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ଯାହାର ଉତ୍ତର ରଖିଛନ୍ତି ଉତ୍ତରପ୍ରଦେଶ ସ୍ପେଶାଲ ଡିଜି ପ୍ରଶାନ୍ତ କୁମାର ।

ସେ କହିଛନ୍ତି, "ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା କରାଯାଇନାହିଁ । ଏପରିକି ନେପାଳର ବର୍ଡର ମଧ୍ୟ ଖୋଲା ରହିଥାଏ । ଏଭଳି ପରିସ୍ଥିତିରେ ସୀମା ଅବୈଧ ପ୍ରବେଶ କରିଥିଲେ । ହେଲେ କାହା ମୁହଁରେ ଲେଖା ନଥାଏ ଯେ, ସେ ପାକିସ୍ତାନୀ ବୋଲି । ତେଣୁ ସୀମାଙ୍କ ସମ୍ପର୍କରେ ପୋଲିସ ଜାଣିପାରିନଥିଲା ।" ହେଲେ ବର୍ତ୍ତମାନ ATS ପକ୍ଷରୁ ଛାନଭିନ ଜାରି ରହିଛି । ଏହା ଦୁଇ ଦେଶ ଭିତରର କଥା ହୋଇଥିବାରୁ ପାକିସ୍ତାନ ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି । ସୂଚନା ଅନୁସାରେ ୟୁପି ଏଟିଏସର ରିପୋର୍ଟ ପ୍ରସ୍ତୁତ କରି ଲକ୍ଷ୍ନୌ ପୋଲିସକୁ ଦେବାପରେ ଏହି ରିପୋର୍ଟ ଗୃହ ମନ୍ତ୍ରାଳୟ ପଠାଯାଇଛି । ତେବେ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପଠାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ପ୍ରଶାନ୍ତ କୁମାର । ସୀମାଙ୍କ ଭାରତରେ ରହିବେ ନା ନାହିଁ ତାହାର ନିଷ୍ପତ୍ତି ହୁଏତ ଏ ରିପୋର୍ଟର ଯାଞ୍ଚ ପରେ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ...ସୀମା ହାଇଦରଙ୍କ ପରେ ଜୁଲି: ବାଂଲାଦେଶରୁ ଆସିଲା ଯୁବକଙ୍କ ରକ୍ତଭିଜା ଫଟୋ

ତେବେ ପାକିସ୍ତାନ ମହିଳା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏଜେଣ୍ଟ ଭାବେ ସୀମା କାମ କରୁଥିବା ସହେନ୍ଦ କରାଯାଉଛି । IB ପକ୍ଷରୁ ସୂଚନା ମିଳିବା ପରେ ସୀମା, ସଚିନ ଓ ସେମାନଙ୍କ ସର୍ମ୍ପକୀୟଙ୍କ ସମେତ ୪ ଜଣ ଛୁଆଙ୍କୁ ହେପାଜତକୁ ନେଇଛି ଉତ୍ତରପ୍ରଦେଶ ଏଟିଏସ । ସୋମବାର ୮ଘଣ୍ଟା ଧରି ଜେରା ପରେ ମଙ୍ଗଳବାର ମଧ୍ୟ ଜେରା କରିଥିଲା ଏଟିଏସ । ସେପଟେ ସୀମାଙ୍କ ଦାଦା ଓ ଭାଇ ପାକିସ୍ତାନ ସେନାରେ କାମ କରୁଥିବା ନେଇ ସୂଚନା ମିଳିବା ପରେ ସହେନ୍ଦ ଅଧିକ ଘନଭୂତ ହୋଇଛି ।

Last Updated : Jul 20, 2023, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.