ETV Bharat / bharat

ମହାରାଷ୍ଟ୍ର ମହାସଙ୍କଟ: ଦେବେନ୍ଦ୍ର ଫଡନାବିସଙ୍କ ସହ ଗୁପ୍ତ ବୈଠକ କଲେ ସିନ୍ଧେ

author img

By

Published : Jun 26, 2022, 12:02 PM IST

ମହାରାଷ୍ଟ୍ର କଳି: ଦେବେନ୍ଦ୍ର ଫଡନାବିସଙ୍କ ସହ ଗୁପ୍ତ ବୈଠକ କଲେ ସିନ୍ଧେ
ମହାରାଷ୍ଟ୍ର କଳି: ଦେବେନ୍ଦ୍ର ଫଡନାବିସଙ୍କ ସହ ଗୁପ୍ତ ବୈଠକ କଲେ ସିନ୍ଧେ

ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ହାଇଡ୍ରାମା । ଏହି ହଟଚମଟ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ସନ୍ଧେ ଗୁପ୍ତ ବୈଠକ କରିଥିବାର ଖବର ଆସିଛି । ଅଧିକ ପଢନ୍ତୁ

ମୁମ୍ବାଇ: ଦିନକୁ ଦିନ ଘନେଇବାରେ ଲାଗିଛି ମହାରାଷ୍ଟ୍ର ରାଜନୈତିକ ସଙ୍କଟ । ଉଦ୍ଧବ ଟିମ୍ ଉପରେ ଭାରି ପଡୁଛି ସିନ୍ଧେଙ୍କ ବିଦ୍ରୋହୀ ସେନା । ସରକାର ବଞ୍ଚାଇବାକୁ ଉଦ୍ଧବ କଳବଳ ଲଗାଉଥିବା ବେଳେ ସିନ୍ଧେ ବି ସରକାର ଭାଙ୍ଗିବାକୁ ପୁରା ଦମ୍ ଲଗାଇଛନ୍ତି । ଏହାରି ଭିତରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କୁ ଭେଟିଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଧେ । ଉଭୟଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି (Secret meeting between Devendra Fadnavis and Eknath Shinde) ।

ଯାହା ସୂଚନା ମିଳିଛି, ଶୁକ୍ରବାର ମଧ୍ୟରାତ୍ରିରେ ଏକନାଥ ସିନ୍ଧେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସାମରୁ ଗୁଜୁରାଟର ଭଦୋଦରା(Vadodara) ଯାଇଥିଲେ । ସେଠାରେ ସେ ଦେବେନ୍ଦ୍ର ଫଡନାବିସଙ୍କ ସହ ଗୁପ୍ତ ବୈଠକ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ବୈଠକରେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ଭିତ୍ତିଭୂମି ପଡିଛି ବୋଲି କୁହାଯାଉଛି । ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସେଦିନ ରାତିରେ ଭଦୋଦରାରେ ଥିଲେ । ଚଳିତ ସପ୍ତାହରେ ସିନ୍ଧେ ଓ ଫଡନାବିସଙ୍କ ମଧ୍ୟରେ ପୁଣିଥରେ ଭେଟଘାଟ ହୋଇପାରେ ।

ଫଡନାବିସଙ୍କ ସହ ବୈଠକ ପରେ ସିନ୍ଧେ ପୁଣି ଥିରେ ଗୌହାଟୀର ବିଦ୍ରୋହୀ ସେନା ଶିବିରକୁ ଫେରିଥିଲେ । ସେପଟେ ଫଡନାବିସ ମଧ୍ୟ ମୁମ୍ବାଇ ଫେରିଯାଇଥିଲେ । ଗୁଜୁରାଟ ଗସ୍ତ ପୂର୍ବରୁ ଗୁରୁବାର ସିନ୍ଧେ ଦାବି କରିଥିଲେ ଯେ, ଗୋଟିଏ ବଡ ରାଜନୈତିକ ଦଳ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛି । ସେହି ବଡ ଦଳ ଭାରତୀୟ ଜନତା ପାର୍ଟି ହୋଇଥିବା ସିନ୍ଧେଙ୍କ ଏବେ ପ୍ରତୀତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.