ETV Bharat / bharat

ସୋମବାରରୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

author img

By

Published : Mar 7, 2021, 11:42 AM IST

Updated : Mar 8, 2021, 8:11 AM IST

ଆସନ୍ତାକାଲି ଠୁ ସଂସଦରେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 8ରୁ ଏପ୍ରିଲ 8 ଯାଏଁ ଚାଲିବ । ଅଧିକ ପଢନ୍ତୁ...

ସୋମବାରରୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ
ସୋମବାରରୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଆସନ୍ତାକାଲି(ସୋମବାର) ଠୁ ସଂସଦରେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । କୋରୋନା ସଂକ୍ରମଣକୁ ଦେଖି ଚଳିତ ବର୍ଷର ବଜେଟ ଅଧିବେଶନକୁ ଦୁଇଟି ପର୍ଯ୍ୟାୟରେ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଜାନୁଆରୀ 29 ରୁ ଆରମ୍ଭ ହୋଇ ଫେବୃୟାରୀ 15 ଯାଏ ବସିଥିଲା । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 8ରୁ ଏପ୍ରିଲ 8 ଯାଏଁ ଚାଲିବ । ଏହି ସମୟରେ କୋଭିଡର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ।

ଚଳିତ ବର୍ଷ ବଜେଟ ଅଧିବେଶନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା । ଫେବୃୟାରୀ 1 ତାରିଖରେ ଆର୍ଥିକ ବର୍ଷ 2021-22 ପାଇଁ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଦ୍ବିତୀୟ ପର୍ଯ୍ୟାୟରେ ଅଧିବେଶନରେ ରାଜ୍ୟସଭା ସକାଳ 9ଟାରୁ ଆରମ୍ଭ ହୋଇ 2ରେ ଶେଷ ହେବ । ଲୋକସଭା ଅପରାହ୍ନ 4 ଟାରୁ 10 ଯାଏ ବସିବ । ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଲୋକସଭା ତାର 50 ଘଣ୍ଟାର ଧାର୍ଯ୍ୟ ସମୟରୁ 49 ଘଣ୍ଟା 17 ମିନିଟ ପର୍ଯ୍ୟନ୍ତ ଚାଲିଥିଲା ।

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଲାଗି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ 16 ଘଣ୍ଟା ଚର୍ଚ୍ଚା ହୋଇଥିଲା । ଏଥିରେ 130 ସଦସ୍ୟ ଭାଗ ନେଇଥିବାବେଳେ 16 ଘଣ୍ଟା 39 ମିନିଟ ପର୍ଯ୍ୟନ୍ତ ଆଲୋଚନା କରାଯାଇଥିଲା । ଅନ୍ୟ 10 ଘଣ୍ଟା ସାଧାରଣ ବଜେଟ ଉପରେ ଆଲୋଚନା ହୋଇଥିଲା । 14 ଘଣ୍ଟା 40 ମିନିଟ ଗୃହରେ ଅନ୍ୟ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା । ସାଧାରଣ ବଜେଟ 2021-22ରେ ମୋଟ 117 ଜଣ ସଦସ୍ୟ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ସାଂସଦଙ୍କର କୋଭିଡ ଟେଷ୍ଟ ପାଇଁ ସଂସଦ ଭିତରେ ଏକ ଭ୍ୟାକ୍ସିନ ସେଣ୍ଟର କରାଯାଇଛି । କୋଭିଡ ନେଗେଟେଭି ସାଂସଦଙ୍କୁ ସଂସଦ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ମାର୍ଚ୍ଚ 1 ରୁ ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହୋଇଯାଇଛି । 60 ବର୍ଷରୁ ଅଧିକ ଓ 45 ବର୍ଷର ଗୁରୁତର ରୋଗୀଙ୍କୁ ଟୀକାକରଣ ଦିଆଯାଉଛି ।

Last Updated : Mar 8, 2021, 8:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.