ETV Bharat / bharat

ନାଗପୁରରେ ମାର୍ଚ୍ଚ 7 ଯାଏଁ ସମସ୍ତ ସ୍କୁଲ, କଲେଜ ବନ୍ଦ

author img

By

Published : Feb 22, 2021, 7:35 PM IST

ମହାରାଷ୍ଟ୍ରରେ ବଢୁଥିବା କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ନାଗପୁରରେ ମାର୍ଚ୍ଚ 7 ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ନାଗପୁରରେ ମାର୍ଚ୍ଚ 7 ଯାଏ ସମସ୍ତ ସ୍କୁଲ,କଲେଜ ବନ୍ଦ
ନାଗପୁରରେ ମାର୍ଚ୍ଚ 7 ଯାଏ ସମସ୍ତ ସ୍କୁଲ,କଲେଜ ବନ୍ଦ

ମୁମ୍ବାଇ: ମହାରାଷ୍ଟ୍ରରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁରରେ ମାର୍ଚ୍ଚ 7 ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତିମନ୍ତ୍ରୀ ନିତୀନ ରାଓ୍ବତ । ସହରର ମୁଖ୍ୟ ମାର୍କେଟ ଗୁଡିକରେ ମଧ୍ୟ ଭିଡ ଉପରେ ନଜର ରଖିବା ସହ ସମସ୍ତ ହୋଟେଲ ଓ ରେସ୍ତୋରାଁ ଗୁଡିକରେ ମାତ୍ର 50 ପ୍ରତିଶତ ଲୋକଙ୍କ ପ୍ରବେଶ ନେଇ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିବାହ ମଣ୍ଡପ ଗୁଡିକ ଆସନ୍ତା 25 ତାରିଖରୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯିବା ନେଇ ସରକାର ଚିନ୍ତା କରୁଥିବା ମଧ୍ୟ ସୂଚନା ରହିଛି ।

ସେପଟେ ରାଜ୍ୟର ଏପରି ସ୍ଥିତିରେ କୋଭିଡ ଗାଇଡଲାଇନ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଯଦି ସାମାଜିତ ଦୂରତା ଓ ମାସ୍କ ପିନ୍ଧିବା ଭଳି ସାଧାରଣ କଟକଣା ପାଳନ କରିବାରେ ରାଜ୍ୟବାସୀ ଯଦି ଅବହେଳା ପ୍ରଦର୍ଶନ କରନ୍ତି, ତେବେ ଆବଶ୍ୟକ ପଡିଲେ ରାଜ୍ୟବ୍ୟାପୀ ପୁନଃ ଲକଡାଉନ ଘୋଷଣା କରାଯାଇପାରେ ବୋଲି ମଧ୍ୟ ସରକାର ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

ଦିନକୁ ଦିନ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି । କେବଳ ଆଜି ଗୋଟିଏ ଦିନରେ 7000 ମାମଲା ରେକର୍ଡ ହୋଇଥିବା ସ୍ଥାନୀୟ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ଏହି ସଂକ୍ରମଣ ହାରରେ ରୋକ ନଲାଗିଲେ ରାଜ୍ୟବ୍ୟାପୀ ଲକଡାଉନ ଘୋଷଣା ପାଇଁ ଉଦ୍ଧବ ଠାକରେ ସରକାର ଚିନ୍ତା କରୁଥିବା ରାଜ୍ୟର ଏକାଧିକ ମନ୍ତ୍ରୀ ସୂଚନା ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.