ETV Bharat / bharat

ସାବରକରଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ, ଏତଲା ଦେଲେ ନାତି

author img

By

Published : Nov 18, 2022, 9:59 AM IST

Updated : Nov 18, 2022, 11:39 AM IST

ସ୍ବାଧୀନତା ସଂଗ୍ରାମୀ ବୀର ସାବରକର ଇଂରେଜମାନଙ୍କୁ ସହାୟତା କରୁଥିଲେ କହିଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ସଂଗ୍ରାମୀଙ୍କ ନାତି । ଅଧିକ ପଢନ୍ତୁ

ସାବରକରଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ, ଏତଲା ଦେଲେ ନାତି
ସାବରକରଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ, ଏତଲା ଦେଲେ ନାତି

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ବିରୁଦ୍ଧରେ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ(Rahul Gandhi targets Savarkar again) । ମହାରାଷ୍ଟ୍ରରେ ଭାରତ ଯୋଡ ଯାତ୍ରା ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ''ସାବରକର ଇଂରେଜ ଶାସକମାନଙ୍କ ସେବକ ଥିଲେ । ସେମାନଙ୍କୁ ସହାୟତା କରୁଥିଲେ । ସେ ଇଂରେଜମାନଙ୍କୁ ଚିଠି ଲେଖିଥିଲେ । ସେଥିରେ ଉଲ୍ଲେଖ ଅଛି, ସାର୍‌ ମୁଁ ଆପଣଙ୍କର ଚାକର ରହିବାକୁ ଚାହୁଁଛି । ଏକଥା ମୁଁ କହୁନି ସାବରକର ଲେଖିଛନ୍ତି’’ । ଏହାର ପ୍ରମାଣ ରୂପେ ରାହୁଲ ଏକ ଚିଠି ମଧ୍ୟ ଦେଖାଇଛନ୍ତି । କଂଗ୍ରେସ ନେତାଙ୍କ ଏହି ବୟାନକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

  • सावरकर जी ने अंग्रेजों की मदद की। उन्होंने अंग्रेजों को चिट्ठी लिखकर कहा - सर, मैं आपका नौकर रहना चाहता हूं।

    - श्री @rahulgandhi pic.twitter.com/1sKszyDXR0

    — Congress (@INCIndia) November 17, 2022 " class="align-text-top noRightClick twitterSection" data=" ">

ଏହି ବିବାଦୀୟ ବୟାନକୁ ବିରୋଧ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ସାବରକରଙ୍କ ନାତି । ରାହୁଲ ଗାନ୍ଧୀ ସ୍ବାଧୀନତା ସଂଗ୍ରାମୀ ସାବରକରଙ୍କୁ ଅପମାନିତ କରିଥିବା ଅଭିଯୋଗରେ ନାତି ରଞ୍ଜିତ ସାବରକର(Ranjit Savarkar) କଂଗ୍ରେସ ନେତାଙ୍କ ବିରୁଦ୍ଧରେ ଶିବାଜୀ ପାର୍କ ଥାନାରେ ଏତଲା ଦେଇଛନ୍ତି(Savarkars grandson lodges complaint against Rahul Gandh) । ଏହାସହିତ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲଙ୍କ ବିରୁଦ୍ଧରେ ମଧ୍ୟ ଏହିଭଳି ବୟାନ ଦେବା ଅଭିଯୋଗରେ ମାମଲା ରୁଜୁ ହେବା ଦରକାର ବୋଲି ସେ ଦାବି କରିଛନ୍ତି । ତେବେ ଏହି ଘଟଣାରେ ଏ ଯାଏଁ କୌଣସି ମାମଲା ରୁଜୁ କରାଯାଇନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଚିଠିରେ କ୍ଷମା ମାଗି ଟ୍ରେନ ଆଗକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ର

ଗୁରୁବାର ଦିନ ଭାରତ ଯୋଡ ଯାତ୍ରା ମଧ୍ୟରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ରାହୁଲ ୧୯୨୦ ମସିହାରେ ଗୋଟିଏ ସରକାରୀ ରେକର୍ଡ ଦେଖାଇଥିଲେ । ଏହା ସାବରକରଙ୍କ ଦ୍ବାରା ଇଂରେଜମାନଙ୍କୁ ଲେଖାଯାଇଥିବା ଚିଠି ବୋଲି ସେ ଦାବି କରିଥିଲେ ।

Last Updated : Nov 18, 2022, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.