ETV Bharat / bharat

ବୁଣାକାର ବିଜୟଙ୍କ କମାଲ, ଦିଆସିଲି ଖୋଳରେ ଫିଟ୍‌ ହେଉଛି ଶାଢୀ

author img

By

Published : Jan 13, 2022, 2:05 PM IST

ଶାଢୀ ପ୍ରତି ପ୍ରତିଟି ମହିଳାଙ୍କର ଥାଏ ଦୁର୍ବଳତା । ସାଧାରଣତଃ ଶାଢୀ ୬ ମିଟର ଲମ୍ବ ରହିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଦିଆସିଲି ଖୋଳ ଭିତରେ ଫିଟ ହୋଇ ରହିପାରୁଛି ୬ ମିଟର ଲମ୍ବ ଶାଢୀ (Saree That Fits In Match Box)। ଅଧିକ ପଢନ୍ତୁ

ଦିଆସିଲି ଖୋଳରେ ଫିଟ ହେଉଛି ଶାଢୀ
ଦିଆସିଲି ଖୋଳରେ ଫିଟ ହେଉଛି ଶାଢୀ

ହାଇଦ୍ରାବାଦ: ଶାଢୀ ପ୍ରତି ପ୍ରତିଟି ମହିଳାଙ୍କର ଥାଏ ଦୁର୍ବଳତା । ସାଧାରଣତଃ ଶାଢୀ ୬ ମିଟର ଲମ୍ବ ରହିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଦିଆସିଲି ଖୋଳ ଭିତରେ ଫିଟ ହୋଇ ରହିପାରୁଛି ୬ ମିଟର ଲମ୍ବ ଶାଢୀ (Saree That Fits In Match Box)। ଏମିତି ଏକ ଘଟଣା ଘଟିଛି ତେଲେଙ୍ଗାନା ରାଜ୍ୟରେ । ତେଲେଙ୍ଗାନାର ଜଣେ ବୁଣାକାର ନାଲ୍ଲା ବିଜୟ ଏହି ଶାଢୀ ପ୍ରସ୍ତୁତ କରିଛନ୍ତି ଯାହା ଦିଆସିଲି ଖୋଳ ଭିତରେ ରହିପାରୁଛି ।

ସିରସିଲ୍ଲା ଜିଲ୍ଲା ରାଜନ୍ନା ଜିଲ୍ଲାର ବୁଣାକାର ନଲ୍ଲା ବିଜୟ ତେଲେଙ୍ଗାନା ମନ୍ତ୍ରୀ କେଟି ରାମା ରାଓ, ପି ସବିତା ଇନ୍ଦ୍ରାରେଡ୍ଡୀ, ଭି ଶ୍ରୀନିବାସ ଗୌଡ ଏବଂ ଇରାବେଲି ଦୟାକର ରାଓଙ୍କ ଆଗରେ ୫.୫ ମିଟର ଲମ୍ବ ଏହି ଶାଢୀକୁ ପ୍ରଦର୍ଶନ କରି ଖବରର ଶିରୋନାମା ପାଲଟିଛନ୍ତି । ବିଜୟ କହିଛନ୍ତି ତାଙ୍କ ବାପା ଦିଆସିଲି ଖୋଳରେ ଜାଗା ଧରିବା ଭଳି ଶାଢୀ ତିଆରି କରିବା ଆରମ୍ଭ କରିଥିଲେ । ଏହି ଶାଢୀ ତିଆରି କରିବା ଅତ୍ୟନ୍ତ ସମୟ ସାପେକ୍ଷ । ଏହାକୁ ପ୍ରସ୍ତୁତ କରିବାକୁ ଅଧିକ ଶ୍ରମ ଲାଗିଥାଏ । ପାଖାପାଖି ୧୫ରୁ ୨୦ ଦିନ ଲାଗେ ତିଆରି କରିବା ପାଇଁ ବୋଲି କହିଛନ୍ତି ବିଜୟ ।

ଶାଢୀଟି ଶତ ପ୍ରତିଶତ ପ୍ରାକୃତିକ । ଶାଢୀରେ କୌଣସି ପ୍ରକାର ରସାୟନ ପ୍ରୟୋଗ ହୋଇନାହିଁ । ଶୁଦ୍ଧ ରେଶମରୁ ପ୍ରସ୍ତୁତ ହୋଇଛି ଏହି ଶାଢୀ । ପାରମ୍ପରିକ ଶାଢୀ ଗେମ ଚେଞ୍ଜର ହୋଇଥିବାବେଳେ ଏହି ଶାଢୀ ଗେମ ଚେଞ୍ଜର ହୋଇପାରିବ ବୋଲି କହିଛନ୍ତି ବିଜୟ । ଏହାର ପ୍ରାରମ୍ଭିକ ମୂଲ୍ୟ ୧୦ ହଜାର ରହିଛି । ଏହି ଶାଢୀ ପ୍ରସ୍ତୁତ ପାଇଁ ଏକ ହ୍ୟାଣ୍ଡଲୁମ କାର୍ଯ୍ୟ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.