ETV Bharat / bharat

‘ଭାରତ ଚମ୍ପିଆନ ହେଲେ, ଶ୍ରେୟ ନେବା ପାଇଁ ବିଜେପି ପ୍ରଚାରରେ ଲାଗିପଡିବ’

author img

By ETV Bharat Odisha Team

Published : Nov 19, 2023, 5:15 PM IST

କ୍ରିକେଟ ବିଶ୍ବକପକୁ ନେଇ ମଧ୍ୟ ରାଜନୀତି । ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ କହିଲେ ଇଣ୍ଡିଆ ଟିମ ଜିତିଲେ, ଶ୍ରେୟ ନେବା ପାଇଁ ଲାଗିପଡିବ ବିଜେପି । କ୍ରୀଡାକୁ ରାଜନୀତିକରଣ କରାଯାଉଥିବା ଅଭିଯୋଗରେ ମମତା ମଧ୍ୟ କରିଥିଲେ ସମାଲୋଚନା । ଅଧିକ ପଢନ୍ତୁ

‘ଭାରତ ଚାମ୍ପିୟନ ହେଲେ, ଶ୍ରେୟ ନେବା ପାଇଁ ବିଜେପି ପ୍ରଚାରରେ ଲାଗିପଡିବ’
‘ଭାରତ ଚାମ୍ପିୟନ ହେଲେ, ଶ୍ରେୟ ନେବା ପାଇଁ ବିଜେପି ପ୍ରଚାରରେ ଲାଗିପଡିବ’

ମୁମ୍ବାଇ: ଆଜି ଅହମ୍ମଦାବାଦରେ ଖେଳାଯାଉଥିବା କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ୍‌ ଉପରେ ସାରା ବିଶ୍ବର ନଜର ରହିଛି । ଭାରତରେ ଏହାକୁ ନେଇ ଉତ୍ସାହ ଓ ଉତ୍କଣ୍ଠା ମଧ୍ୟ ଶୀର୍ଷ ସ୍ତରରେ । ଭାରତରେ ଯେକୌଣସି ଘଟଣାକୁ ନେଇ ରାଜନୀତି ହେବା ପରି ଏହାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଛି । ଶିବସେନା ଉଦ୍ଭବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏହି ମ୍ୟାଚକୁ ଏକ ରାଜନୈତିକ ଇଭେଣ୍ଟ ଭାବେ ବିବେଚନା କରିଛନ୍ତି । ବିଜେପି ଶାସନରେ କୌଣସି ବି କାର୍ଯ୍ୟକ୍ରମ ଏକ ରାଜନୈତିକ ଇଭେଣ୍ଟରେ ପରିଣତ ହେଉଛି । ଯଦି ଇଣ୍ଡିଆ ବିଶ୍ବ ଚମ୍ପିଆନ ହୁଏ, ତେବେ ବିଜେପି ଏହାର ଶ୍ରେୟ ନେବା ପାଇଁ ରାଜନୀତି କରିବ ବୋଲି ସଞ୍ଜୟ କହିଛନ୍ତି ।

ବିଜେପିକୁ ବିଶ୍ବକପ ସହ ଯୋଡି କଟାକ୍ଷପୂର୍ଣ୍ଣ ସମାଲୋଚନା କରି ସଞ୍ଜୟ କହିଛନ୍ତି, ‘‘ଯେବେଠାରୁ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିଲାଣି, ସେବେଠାରୁ ସମସ୍ତ କାର୍ଯ୍ୟକ୍ରମକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଦିଆଯାଉଛି । ଏପରି କି କାହାର ମୃତ୍ୟୁ ହେଲେ ମଧ୍ୟ । ଏହା ଏକ କ୍ରିକେଟ ମ୍ୟାଚ ହେଲେ ମଧ୍ୟ ଏହା ଏକ ପଲିଟିକାଲ ଇଭେଣ୍ଟ ସଦୃଶ । ଏବେ ଯଦି ଭାରତୀୟ ଦଳ ବିଜୟ ହାସଲ କରେ , ତେବେ ଏହାର ଶ୍ରେୟ ନେବାକୁ ବିଜେପି ପ୍ରୟାସ କରିବ । ଅମିତ ଶାହ ଓ୍ବିକେଟ ପଛରେ ଛିଡା ହୋଇଥିଲେ ଓ ଭାରତୀୟ ଦଳକୁ ମାର୍ଗଦର୍ଶନ ଦେଉଥିଲେ ବୋଲି ବିଜେପି କହିବାକୁ ମଧ୍ୟ ପଛାଇବ ନାହିଁ ।’’

ଏହା ପୂର୍ବରୁ ମଧ୍ୟ ସେ ଏହି ବିଶ୍ବକପର ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦରେ ଆୟୋଜିତ ହେବା ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି । ଏହିପରି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ମୁମ୍ବାଇ, ଦିଲ୍ଲୀ କିମ୍ବା କୋଲକାତାରେ ଆୟୋଜିତ ହେବା କଥା । ହେଲେ ସେମାନେ କ୍ରିକେଟକୁ ମୁମ୍ବାଇରୁ ଅହମ୍ମଦାବାଦକୁ ସ୍ଥାନାନ୍ତର କରିସାରିଲେଣି । ସେମାନେ କ୍ରିକେଟର ରାଜନୀତିକରଣ କରିବା ପାଇଁ ଏପରି ନିଷ୍ପତ୍ତି ନେଇଥିବା ସଞ୍ଜୟ କହିଥିଲେ ।

ଏହା ପୂର୍ବରୁ ସମାନ ଅଭିଯୋଗ ସହ ବିଜେପି ଉପରେ ବର୍ଷିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ବିଜେପି କ୍ରୀଡାକୁ ମଧ୍ୟ ରାଜନୀତିକରଣ କରିବାରେ ଲାଗିଲାଣି । ଖେଳାଳିଙ୍କ ଜର୍ସିକୁ ଗେରୁଆ ରଙ୍ଗ କରାଯାଉଛି । ଏପରିକି ମେଟ୍ରୋ ଷ୍ଟେସନକୁ ମଧ୍ୟ଼ ବିଜେପି ଶାସନରେ ଗେରୁଆର ରଙ୍ଗ କରାଯାଉଥିବା କହି ମମତା ସମାଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଉତ୍ତରକାଶୀରେ ଗଡକରୀ ଓ ଧାମି, ‘ଆଉ ଦୁଇ ଦିନ ମଧ୍ୟରେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଆଶା’

ଆଜି ଅହମ୍ମଦାବାଦ ସ୍ଥିତି ବିଶ୍ବର ସର୍ବବୃହତ୍ତ ଗ୍ରାଉଣ୍ଡ ‘ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ’ରେ କ୍ରିକେଟ ଓ୍ବାର୍ଲ୍ଡ କପର ଫାଇନାଲ ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍‌ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଜାରି ରହିଛି । ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ବ୍ୟାଟିଂ ଜାରି ରଖିଥିଲେ ସୁଦ୍ଧା ପ୍ରଥମର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । 40 ଓଭର ସୁଦ୍ଧା 5 ଓ୍ବିକେଟ ବିନିମୟରେ 200 ରନ ସଂଗ୍ରହ କରି ଭାରତ ବ୍ୟାଟିଂ ଜାରି ରଖିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.