ETV Bharat / bharat

63ବର୍ଷରେ ବଲିଉଡ୍‌ର ମୁନାଭାଇ ସଞ୍ଜୟ ଦତ୍ତ, ଖାସ୍‌ ଫ୍ୟାନଙ୍କ ନିଆରା ସେଲିବ୍ରେସନ

author img

By

Published : Jul 29, 2022, 3:00 PM IST

ଆଜି ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଜନ୍ମଦିନ । ଛତିଶଗଡ଼ ରାଜ୍ୟ ବିଳାଶପୁର ଜିଲ୍ଲାରେ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତଙ୍କ ଏଭଳି ଜଣେ ଫ୍ୟାନ ରହିଛନ୍ତି, ଯିଏ ତାଙ୍କୁ 'ଭଗବାନ' ଭାବେ ମାନନ୍ତି । ପ୍ରତିବର୍ଷ ବେଶ ଧୁମଧାମରେ ତାଙ୍କ ଜନ୍ମଦିନ ପାଳନ କରନ୍ତି । ଅଧିକ ପଢ଼ନ୍ତୁ

sanjay dutt unique fan in bilaspur
63 ବର୍ଷରେ ପାଦ ଥାପିଲେ ସଞ୍ଜୟ ଦତ୍ତ, ଧୁମଧାମରେ ଜନ୍ମଦିନ ପାଳିଲେ ଚଟ୍ଟୁ

ରାୟପୁର: ଆଜି ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଜନ୍ମଦିନ । ଏହି ଅବସରରେ ଦେଶ ବିଦେଶରୁ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିଛି । ଛତିଶଗଡ଼ ରାଜ୍ୟ ବିଳାଶପୁର ଜିଲ୍ଲାରେ ସଞ୍ଜୟ ଦତ୍ତଙ୍କ ଏଭଳି ଜଣେ ଫ୍ୟାନ ରହିଛନ୍ତି, ଯିଏ ତାଙ୍କୁ 'ଭଗବାନ' ଭାବେ ମାନନ୍ତି । ଖାଲି ସେତିକି ନୁହେଁ, ପ୍ରତିବର୍ଷ ସଞ୍ଜୟ ଦତ୍ତଙ୍କ ଜନ୍ମଦିନ ପାଳନ କରିବା ସହ ତାଙ୍କୁ ଦେଖା କରିବାକୁ ମୁମ୍ବାଇ ଯାଇଥାନ୍ତି । ସଞ୍ଜୟଙ୍କ ଦିୱାନା ପାଲଟିଥିବା ଏହି ଫ୍ୟାନ ଜଣକ ସଞ୍ଜୁ ବାବା ନାମରେ ପରିଚିତ ।

sanjay dutt unique fan in bilaspur
63 ବର୍ଷରେ ପାଦ ଥାପିଲେ ସଞ୍ଜୟ ଦତ୍ତ, ଧୁମଧାମରେ ଜନ୍ମଦିନ ପାଳିଲେ ଚଟ୍ଟୁ

ସଞ୍ଜୟ ଦତ୍ତଙ୍କ ଏହି ଫ୍ୟାନ ଜଣକ ହେଉଛନ୍ତି ବିଳାଶପୁରର ବାସିନ୍ଦା ଚଟ୍ଟୁ ଆବସ୍ତି । ଚଳଚ୍ଚିତ୍ରରେ ତାଙ୍କର ଭୂମିକା ଓ ଷ୍ଟାଇଲ ଦେଖି ସେ ବିଗ ଫ୍ୟାନ ବନିଯାଇଥିଲେ । ପ୍ରତ୍ୟେକ ପର୍ବପର୍ବାଣୀ ହେଉ ଅବା ଜାତୀୟ ମହୋତ୍ସବରେ ସଞ୍ଜୟ ଦତ୍ତଙ୍କ ସହ ନିଜ ଫଟୋର ପୋଷ୍ଟର ଚାରିଆଡ଼େ ଲଗାଇଥାନ୍ତି । ବର୍ଷସାରା ତାଙ୍କର ଦୋକାନରେ ସଞ୍ଜୟଙ୍କ ପୋଷ୍ଟର ଲଗାଯାଇଥାଏ । ଖାଲି ସେତିକି ନୁହେଁ, ସଞ୍ଜୟଙ୍କ ଜନ୍ମ ଦିନରେ ବର୍ଷକ ଆୟର 25 ପ୍ରତିଶତ ଖର୍ଚ୍ଚ କରିଥାନ୍ତି ।

sanjay dutt unique fan in bilaspur
63 ବର୍ଷରେ ପାଦ ଥାପିଲେ ସଞ୍ଜୟ ଦତ୍ତ, ଧୁମଧାମରେ ଜନ୍ମଦିନ ପାଳିଲେ ଚଟ୍ଟୁ

ଆଜିର ଦିନରେ ସଞ୍ଜୟଙ୍କ ଜନ୍ମଦିନ ବେଶ୍‌ ଧୁମଧାମରେ ପାଳନ କରିଥାନ୍ତି । ସହରରେ ବ୍ୟାନର ଓ ଜନ୍ମଦିନର ପୋଷ୍ଟର ଲଗାଇଥାନ୍ତି । ଅଞ୍ଚଳରେ ବଡ଼ କାର୍ଯ୍ୟକ୍ରମ ଆୟୋଜିତ କରନ୍ତି । ସାଙ୍ଗସାଥିଙ୍କ ସହ ମିଶି ନାଚଗୀତ ଏବଂ କେକ କାଟି ଚାରିଆଡ଼େ ବାଣ୍ଟନ୍ତି । ସଞ୍ଜୟ ଦତ୍ତଙ୍କ ଜନ୍ମ ଦିନ ଅବସରରେ ଚଟ୍ଟୁ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଓ ଗରିବ ଲୋକଙ୍କୁ ଫଳ, ଉପହାର ବାଣ୍ଟନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.