ETV Bharat / bharat

Amarnath Yatra 2023: ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ, ପରସା ଯିବନି ଏହି ଖାଦ୍ୟ

author img

By

Published : Jun 11, 2023, 4:57 PM IST

ଚଳିତ ବର୍ଷ ଅମରନାଥ ଯାତ୍ରା ସମୟରେ ନିଜର ମନ ପସନ୍ଦ ଖାଦ୍ୟଠାରୁ ତୀର୍ଥଯାତ୍ରୀଙ୍କୁ ଦୂରେଇ ରହିବାକୁ ପଡ଼ିବ । କାରଣ ଆଉ ସେଠାରେ ମିଳିବ ନାହିଁ ସିଙ୍ଗଡା, ଜିଲାପୀ, ବର୍ଗର ଭଳି ଖାଦ୍ୟ । ଅଧିକ ପଢନ୍ତୁ

Etv Bharat
Etv Bharat

ଶ୍ରୀନଗର: ଆସନ୍ତା ଜୁଲାଇ 1 ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଜମ୍ମୁକାଶ୍ମୀରର ପବିତ୍ର ହିନ୍ଦୁ ଧର୍ମସ୍ଥଳୀ ଅମରନାଥ ଯାତ୍ରା । ତେବେ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଅଧିକ ସଚେତନ ହୋଇଛି ଶ୍ରୀଅମରନାଥଜି ଶ୍ରାଇନ ବୋର୍ଡ (SASB) । ତୀର୍ଥଯାତ୍ରୀଙ୍କୁ ଚଳିତ ବର୍ଷ ଯାତ୍ରାରେ ହଲୱା ପୁରୀ, ସିଙ୍ଗଡା, ଜିଲାପୀ, ଗୁଲାବ ଜାମୁନ ଭଳି ମନ ପସନ୍ଦ ଖାଦ୍ୟ ପରସା ଯିବ ନାହିଁ ବୋଲି ରବିବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖାଦ୍ୟଗୁଡ଼ିକୁ ଏଠାରେ ବ୍ୟାନ୍‌ କରାଯାଇଛି । ଚଳିତ ବର୍ଷ ଜୁଲାଇ 1 ତାରିଖଠାରୁ 62 ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ।

ଯାତ୍ରୀମାନଙ୍କ ଖାଦ୍ୟ ପ୍ରସ୍ତୁତ ଲାଗି ଉଭୟ ପଥ ପାହଲଗମ ଓ ବଲତାଲଠାରେ ମୋଟ 120ଟି ରୋଷେଇ ଶାଳର ବ୍ୟବସ୍ଥା ରହିଛି । ଏଠାରେ ଯାତ୍ରୀଙ୍କ ଲାଗି ସୁସ୍ବାଦୁ ଓ ସ୍ବାସ୍ଥ୍ୟ ପ୍ରତି ହିତକର ଖାଦ୍ୟ ପ୍ରସ୍ତୁତ କରାଯିବ । ତୀର୍ଥଯାତ୍ରୀ ପାହାଡି ରାସ୍ତା ଦେଇ ଗୁମ୍ଫା ମଧ୍ୟରେ ବିଦ୍ୟମାନ ପ୍ରଭୁ ଶିବଙ୍କୁ ଦର୍ଶନ କରିବେ । ଏହି ଯାତ୍ରା କଠିନ ଥିବାରୁ ଯାତ୍ରୀଙ୍କୁ ଉତ୍ତମ ସ୍ବାସ୍ଥ୍ୟଯୁକ୍ତ ଖାଦ୍ୟ ପରସାଯିବ । ଏ ନେଇ ଶ୍ରୀଅମରନାଥଜି ଶ୍ରାଇନ ବୋର୍ଡ ପକ୍ଷରୁ ଅନୁମୋଦିତ ଓ ବ୍ୟାନ ହୋଇଥିବା ଖାଦ୍ୟର ଏକ ତାଲିକାକୁ ପ୍ରସ୍ତୁତ କରାଯାଇଛି । 120ଟି ରୋଷେଇ ଶାଳରେ ବ୍ୟାନ ହୋଇଥିବା ଖାଦ୍ୟ ମିଳିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହା ବି ପଢନ୍ତୁ- ପତ୍ନୀଙ୍କୁ ନିର୍ଯାତନା ସହ ସଂଙ୍ଘବଦ୍ଧ ଆକ୍ରମଣ: ଭିଡିଓ ଜାରି କରି ନ୍ୟାୟ ମାଗିଲେ ଯବାନ

ବ୍ୟାନ ହୋଇଥିବା ଖାଦ୍ୟ:- ଅମରନାଥ ଯାତ୍ରାର ତୀର୍ଥଯାତ୍ରୀମାନେ ପୁରୀ, ଭଟୁରା, ପିଜା, ବର୍ଗର, ଷ୍ଟଫ୍‌ ପରାଠା, ଦୋସା, ଫ୍ରାଏଡ ରୁଟି, ବ୍ରେଡ ବଟର, କ୍ରିମ ଯୁକ୍ତ ଖାଦ୍ୟ, ଆଚାର, ଚଟଣି, ପାମ୍ପଡ଼, ଚାଓମିନ ସମେତ ଛଣା ଯାଇଥିବା ଖାଦ୍ୟ ଓ ଫାଷ୍ଟଫୁଡ ଜାତୀୟ ଖାଦ୍ୟ ଖାଇପାରିବେ ନାହିଁ । ସେହିପରି ଥଣ୍ଡା ପାନୀୟ, ହଲୱା, ଜିଲାପୀ, ଗୁଲାବ ଜାମୁନ, ଲଡୁ, ଖୋୟା ବର୍ଫି, ରସଗୋଲା ଓ ଅନ୍ୟ ମିଠା ଜାତୀୟ ଖାଦ୍ୟ ମିଳିବ ନାହିଁ । ସ୍ନାକ୍ସ ଜାତୀୟ ଖାଦ୍ୟ ମଧ୍ୟରେ ରହିଛି ଚିପ୍ସ, କୁରକୁରେ, ନମକିନ ମିକ୍ସଚର, ପକୋଡା, ସିଙ୍ଗଡା, ଫ୍ରାଏଡ ଡ୍ରାଏ ଫ୍ରୁଟ, ଡିପ ଫ୍ରାଏଡ ଖାଦ୍ୟ ମଧ୍ୟ ଏହି ଯାତ୍ରା ସମୟରେ ଦୋକାନରେ ଉପଲବ୍ଧ ରହିବ ନାହିଁ । ଖାଲି ସେତିକି ନୁହେଁ, ଅମରନାଥ ଯାତ୍ରା 2023ର ନୂଆ ଖାଦ୍ୟ ତାଲିକା ଅନୁସାରେ ମାଂସାହାରୀ ଖାଦ୍ୟ, ମଦ, ଗୁଟଖା, ପାନ ମସଲା, ସିଗାରେଟ ଓ ଅନ୍ୟ ନିଶା ଦ୍ରବ୍ୟକୁ ମଧ୍ୟ ଅନୁମତି ଦିଆଯାଇନାହିଁ ।

ଅନୁମୋଦିତ ଖାଦ୍ୟ:- ପବିତ୍ର ଅମରନାଥ ଯାତ୍ରାକୁ ସଫଳ କରିବା ସହ ଏକ ଭିନ୍ନ ଅନୁଭବ ଲାଗି ସମସ୍ତ ପ୍ରକାର ଉତ୍ତମ ସ୍ବାସ୍ଥ୍ୟଯୁକ୍ତ ଖାଦ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ସେହି ଖାଦ୍ୟଗୁଡ଼ିକ ହେଉଛି ଶସ୍ୟଯୁକ୍ତ ଖାଦ୍ୟ, ଡାଲି ଜାତୀୟ ଖାଦ୍ୟ, ସବୁଜ ପନିପରିବା, ଗ୍ରୀନ ସାଲାଡ, ଫଳ, ଗଜାମୁଗ, ସାଦା ଭାତ, ଗୁଡ, ସମ୍ବର, ଇଟିଲି, ଉତ୍ତପମ, ପୋହା, ହର୍ବାଲ ଚା', କଫି, କମ ଫ୍ୟାଟ ଥିବା ଦହି, ସରବତ, ଲେମ୍ବୁ ସ୍କ୍ବାସ, କିସମିସ, ଫିଗ୍‌, ଆପ୍ରିକଟ ଭଳି ଅନ୍ୟ ଡ୍ରାଏ ଫ୍ରୁଟକୁ ଗ୍ରହଣ କରିପାରିବେ ତୀର୍ଥଯାତ୍ରୀ । ଏହି ଯାତ୍ରା ମଧ୍ୟରେ କୌଣସି ଡାକ୍ତର କିମ୍ବା ପାରା ମେଡିକାଲ ଷ୍ଟାଫଙ୍କୁ ଛୁଟି ଲାଗି ଅନୁମତି ନ ଦେବାକୁ ଜମ୍ମୁକାଶ୍ମୀର ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.