ETV Bharat / bharat

ହାଇଦ୍ରାବାଦରେ ସଚିନ ତେନ୍ଦୁଲକର, ମାରାଥନର ଶୁଭାରମ୍ଭ କରିବା ସହ ସୁସ୍ଥ ରହିବାକୁ ଦେଲେ ବାର୍ତ୍ତା

author img

By ETV Bharat Odisha Team

Published : Nov 5, 2023, 7:39 PM IST

ହାଇଦ୍ରାବାଦରେ ହାଫ ମାରାଥନର ଶୁଭାରମ୍ଭ କଲେ ଭାରତର ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସୁସ୍ଥ ରହିବା ପାଇଁ ଦେଲେ ବାର୍ତ୍ତା । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ସଚିନ ତେନ୍ଦୁଲକର
ହାଇଦ୍ରାବାଦରେ ସଚିନ ତେନ୍ଦୁଲକର

ହାଇଦ୍ରାବାଦ: ହାଇଦ୍ରାବାଦରେ ଭାରତର ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏଗିଅସ ଫେଡେରାଲ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଆୟୋଜିତ ଏକ ମାରାଥର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଫିଟ ଆଣ୍ଡ ହେଲଦୀ ଇଣ୍ଡିଆର ବାର୍ତ୍ତା ଦେଇ ଲୋକମାନଙ୍କୁ ସୁସ୍ଥ ରହିବା ସହ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ତେନ୍ଦୁଲକର । ଏହି କାର୍ଯ୍ୟକ୍ରମରେ ପାଖାପାଖି 8 ହଜାର ପ୍ରତିଯୋଗୀ ଭାଗ ନେଇଥିଲେ ।

ଏହାମଧ୍ୟ ପଢନ୍ତୁ..ଅହମ୍ମଦାବାଦରେ ପହଞ୍ଚିଲେ ସଚିନ-ଅନୁଷ୍କା-ଅରିଜିତ, ଭାରତକୁ କରିବେ ସପୋର୍ଟ

ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ଗଚିବାଓ୍ବଲି ଷ୍ଟାଡିୟମରେ ଏଗିଅସ ଫେଡେରାଲ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଆୟୋଜିତ ଏକ ମାରାଥନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ଏହି ଅବସରରେ ଫିଟ ଆଣ୍ଡ ହେଲଦୀ ଅଭିଯାନ ଜରିଆରେ ଲୋକମାନଙ୍କୁ ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥିଲେ ସଚିନ ।

ଏହି ଅବସରରେ ତେନ୍ଦୁଲକର କହିଛନ୍ତି, "ହାଇଦ୍ରାବାଦକୁ ଆସିବା ତାଙ୍କ ପାଇଁ ଏକ ସୁଖଦ ଅନୁଭବ । ଫିଟ ଇଣ୍ଡିଆ, ହେଲଦି ଇଣ୍ଡିଆ ଏକ ଆନ୍ଦୋଳନ ଅଟେ । ଯେଉଁଥିରେ ପାଖପାଖି 8 ହଜାର ପ୍ରତିଯୋଗୀ ଭାଗ ନେଇଛନ୍ତି । ମାରାଥନରେ ଏତେ ପରିମାଣର ପ୍ରତିଯୋଗୀ ଭାଗ ନେଇଥିବା ଦେଖି ମୁଁ ଖୁସି ଅନୁଭବ କରୁଛି । କାରଣ ଆମମାନଙ୍କ ଏକ ଅଭ୍ୟାସ ହେଉଛି ଆରାମପ୍ରଦ ଜୀବନଯାପନ କରିବା । ଘରେ ବସି ଅନ୍ୟମାନଙ୍କୁ ପ୍ରଂଶସା କରିବା ଓ ଅନ୍ୟମାନଙ୍କ ପାଇଁ ତାଳି ମାରିବା, ଖେଳ ଦେଖି ଉପଭୋଗ କରିବା ଆମମାନଙ୍କୁ ପସନ୍ଦ । ତେବେ ମାରାଥନରେ ଏତେ ଲୋକ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ।"

ଏହାମଧ୍ୟ ପଢନ୍ତୁ..Grand statue of Sachin: ହୋମଗ୍ରାଉଣ୍ଡ ୱାଙ୍ଖଡେରେ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ତେବେ ଏହି ମାରାଥନରେ ଭାଗ ନେଇଥିବା ଧାବକମାନେ 3ଟି କାଟାଗୋରୀରେ ଭାଗ ନେଇଥିଲେ । ହାଫ ମାରାଥନ(21କିମି), 10କିମି ଓ 5 କିମି ପ୍ରତିଯୋଗୀତା ହୋଇଥିବା ବେଳେ ଗାଚିବୋଓ୍ବଲି ଷ୍ଟାଡିୟମରୁ ଏହା ଆରମ୍ଭ ହୋଇଥିଲା । ତେବେ ଏହି ମାରାଥନରେ ଦୃଷ୍ଟିହୀନ ଧାବକମାନେ ମଧ୍ୟ ସାମିଲ ହୋଇଥିଲେ ।

ତେବେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଆଥଲେଟିକ୍ସ ମହାସଂଘର ମୁଖ୍ୟ ଆଦିଲେ ସୁମରିଓ୍ବାଲା ଓ ଭାରତୀୟ ବ୍ୟାଡମିଣ୍ଟନ ଟିମର ମୁଖ୍ୟ କୋଚ ପୁଲ୍ଲେଲା ଗୋପିଚନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଧାବକମାନଙ୍କ ମନୋବଳ ବଢାଇଥିଲେ । ଅନ୍ୟପଟେ ମହାରାଷ୍ଟ୍ରର ପ୍ରଜାକ୍ତ ଗଡବୋଲେ ଓ ତେଲେଙ୍ଗାନାର ବି ରମେଶ ଚନ୍ଦ୍ର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତେବେ 21 କିଲୋମିଟର ମାରାଥନରେ ରମେଶ ଚନ୍ଦ୍ର ବିଜୟୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.