ETV Bharat / bharat

G20 Summit: ବିଜ୍ଞାନ କାର୍ଯ୍ୟଗୋଷ୍ଠୀ ସମ୍ମିଳନୀ ଶେଷ, ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି

author img

By

Published : Jul 23, 2023, 4:19 PM IST

ତାମିଲନାଡୁର କୋଇମ୍ବାଟୁରରେ ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି । ଭାରତ ସମେତ 20 ଟି ଦେଶରୁ ଥିଲେ ପ୍ରାୟ ଶତାଧିକ ପ୍ରତିନିଧି । ଅଧିକ ପଢନ୍ତୁ

S20-G20 Summit: ଇସା ଯୋଗ ସେଣ୍ଟର ବୁଲିଲେ ପ୍ରତିନିଧି
S20-G20 Summit: ଇସା ଯୋଗ ସେଣ୍ଟର ବୁଲିଲେ ପ୍ରତିନିଧି

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁରରେ ଶେଷ ହୋଇଛି ଜି20 ସମ୍ମିଳନୀର ବିଜ୍ଞାନ କାର୍ଯ୍ଯଗୋଷ୍ଠୀ ସମ୍ମିଳନୀ ବା ସାଇନ୍ସ-20 ମିଟ୍‌ । କୋଏମ୍ବାଟୁରରେ ଥିବା ଇସା ଫାଉଣ୍ଡେନ ଦ୍ବାରା ପରିଚାଳିତ ଆଦିଯୋଗୀ ପ୍ରତିମା ଓ ଯୋଗ ସେଣ୍ଟର ବୁଲି ଦେଖିଛନ୍ତି ଏହି ଅନ୍ତର୍ଜାତୀୟ ପ୍ରତିନିଧିମାନେ । ଜି-20ରେ ସଦସ୍ୟ ଥିବା ପ୍ରାୟ 20 ଦେଶର ଶତାଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଇସା ଯୋଗ ସେଣ୍ଟରର ପରିଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜ୍ଞାନୀ, ଗବେଷକ, ଶିକ୍ଷାବିତ୍‌ ଓ ପଲିସି ମେକରଙ୍କ ପରି ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ । ସଂସ୍ଥାର ପ୍ରତିଷ୍ଠାତା ମୁଖ୍ୟ ଜାଗି ବାସୁଦେବ ଏହି ପ୍ରତିନିଧିମାନଙ୍କୁ ସେଣ୍ଟର ପରିଦର୍ଶନ କରାଇବା ସହ ପ୍ରାଚୀନ ଭାରତୀୟ ସଂସ୍କୃତି ଓ ଯୋଗ ପରମ୍ପରା ସମ୍ପର୍କରେ ବାଖ୍ୟା କରିଥିଲେ ।

ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି
ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି

ଜୁଲାଇ 21 ଓ 22 ତାରିଖରେ ଏହି ଦୁଇ ଦିନିଆ କାର୍ଯ୍ୟଗୋଷ୍ଠୀ ସମ୍ମିଳନୀ ଶେଷ ହୋଇଛି । ଏଥିରେ ଭାରତରୁ 65 ଜଣ ଓ 20ଟି ଦେଶରୁ 35ଜଣ ବିଦେଶୀ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନର ବିଶ୍ବ ଓ ବିଜ୍ଞାନ ସମ୍ପର୍କିତ ଏକାଧିକ ପ୍ରସଙ୍ଗରେ ଏହି ଆଲୋଚନା ହୋଇଥିଲା । ସବୁଜ ଭବିଷ୍ୟତ ପାଇଁ ସ୍ୱଚ୍ଛ ଶକ୍ତି, ସାର୍ବଜନୀନ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ବିଜ୍ଞାନକୁ ସମାଜ ଓ ସଂସ୍କୃତି ସହିତ ସଂଯୋଗ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ବର ଏକାଧିକ ପ୍ରତିଷ୍ଠିତ ବିଜ୍ଞାନ ଓ ଗବେଷଣା ସଂସ୍ଥାନରୁ ବିଶେଷଜ୍ଞମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି
ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି

ବ୍ରିଟେନର ‘ଦି ରୟାଲ ସୋସାଇଟି’ର ଏକ ବିଶେଷଜ୍ଞ ଟିିମ୍‌, ଆମେରିକାର ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ, ଫ୍ରାନ୍ସର ଅନ୍ତର୍ଜାତୀୟ ବିଜ୍ଞାନ ପରିଷଦ, ସ୍ୱିଜରଲ୍ୟାଣ୍ଡର CERN ଓ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀର ପ୍ରତିନିଧିଙ୍କ ଏକ ଟିମ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରିଦର୍ଶନ ପରେ ଟିମରେ ସାମିଲ ଥିବା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସନ୍ୟାଲ କହିଛନ୍ତି, ଏପରି ଏକ ସ୍ଥାନରେ ଏହି ସମ୍ମିଳନୀ ଆୟୋଜନ କରିବା ଏକ ପ୍ରକୃଷ୍ଠ ନିଷ୍ପତ୍ତି । କେବଳ ବିଜ୍ଞାନଭିତ୍ତିକ ଭାବେ ନୁହେଁ ବରଂ, ଜୀବନ ଓ ବିଜ୍ଞାନକୁ ଏକକାଳୀନ ଭାବେ ବିଚାର କରିବାର ସମୟ ଆସିଛି ।

ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି
ଇସା ଯୋଗ ସେଣ୍ଟର ବୁଲିଲେ ଅନ୍ତର୍ଜାତୀୟ ପ୍ରତିନିଧି

ଏହା ମଧ୍ୟ ପଢନ୍ତୁ :-G20 Srinagar Summit: ଶ୍ରୀନଗରରେ ଆରମ୍ଭ ହେଲା ଜି-20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ

ଗତବର୍ଷ (2022)ରେ ଇଣ୍ଡୋନେସିଆରେ ଜି20 ସମ୍ମିଳନୀ ଆୟୋଜନ କରାଯାଇଥିବା ବେଳେ ଗତବର୍ଷ ଡିସେମ୍ବରରେ ଭାରତ ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀର ଆୟୋଜନର ଅଧ୍ୟକ୍ଷତା ଗ୍ରହଣ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କଠାରୁ ବିଧିବଦ୍ଧ ଭାବେ ଏହି ଦାୟିତ୍ବ ଗ୍ରହଣ କରିଥିଲେ । ବର୍ଷ ଆରମ୍ଭରୁ ଏହି ସମ୍ମିଳନୀ ଅନ୍ତର୍ଗତ ଏକାଧିକ କାର୍ଯ୍ୟଗୋଷ୍ଠୀ ସମ୍ମିଳନୀ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି । ବର୍ଷ ଶେଷରେ ଏହି ସମ୍ମିଳନୀର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମରେ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନଙ୍କ ସହ ନିମନ୍ତ୍ରିତ ଅତିଥି ରାଷ୍ଟ୍ରମୁଖ୍ୟମାନେ ନୂଆଦିଲ୍ଲୀ ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.