ETV Bharat / bharat

'2000 ଟଙ୍କିଆ ନୋଟ ନେବାକୁ ଦୋକାନୀ ଅଗ୍ରାହ୍ୟ କରିବେନି '

author img

By

Published : May 22, 2023, 3:39 PM IST

2000 ଟଙ୍କିଆ ନୋଟ ଫେରାଇନେବା ପରେ ପ୍ରତିକ୍ରିୟା ରଖିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କେହି ଦୋକାନୀ ଗ୍ରାହକଙ୍କଠାରୁ ଏହି ନୋଟ ନେବାକୁ ମନା କରିପାରିବେ ନାହିଁ ବୋଲି କହିଲେ ଶକ୍ତିକାନ୍ତ।

Etv Bharat
Etv Bharat

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ବ୍ୟାଙ୍କ୍‌ରେ ଆରମ୍ଭ ହେବ 2000 ଟଙ୍କିଆ ନୋଟ ବଦଳାଇବା ପ୍ରକ୍ରିୟା । ଏହା ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । 2000 ଟଙ୍କିଆ ନୋଟ ପ୍ରତ୍ୟାହାର କରିନିଆଯାଇଛି କିନ୍ତୁ ଏହାର ମାନେ ନୁହେଁ ଏବା ଅଚଳ ହୋଇଯାଇଛି । ଏବେ 2000 ଟଙ୍କିଆ ନୋଟର ଚାଲିପାରିବ । କେହି ଦୋକାନୀ ଗ୍ରାହକଙ୍କଠାରୁ ଏହି ନୋଟ ନେବାକୁ ମନା କରିପାରିବେ ନାହିଁ । ଏହି ନୋଟ ଅଦଳ ବଦଳ ସମୟରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କ ଧ୍ୟାନ ଦେବ ।

2000 ଟଙ୍କିଆ ଫେରାଇ ନିଆଯିବା ପରେ ପ୍ରଥମଥର ପାଇଁ ଆରବିଆଇ ଗଭର୍ଣ୍ଣରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟାରେ କହିଛନ୍ତି,"ମୁଦ୍ରା ପ୍ରବନ୍ଧନ ଯୋଜନା ଅନୁସାରେ 2000 ଟଙ୍କିଆ ନୋଟକୁ ଫେରାଇ ନିଆ ଯାଇଛି । ନୋଟ ବଦଳାଇବା ପାଇଁ ବ୍ୟାଙ୍କ ଗୁଡିକରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।''

ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି , "ବର୍ତ୍ତମାନ ସୁଦ୍ଧା ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ନୋଟ ଉପଲବ୍ଧ ରହିଛି ଏବଂ କେବଳ 2,000 ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ରହିଛି । ଏହି ନୋଟ ବଜାରରୁ ହଟାଇବା ପରେ ମଧ୍ୟ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବ ନାହିଁ ।"

ଆସନ୍ତା ସେପ୍ଟମ୍ବର 30 ତାରିଖ ସୁଦ୍ଧା 2000 ଟଙ୍କିଆ ନୋଟ ବ୍ୟାଙ୍କରେ ବଦଳାଇ ପାରିବେ। ଭାରତର ମୁଦ୍ରା ପରିଚାଳନା ବ୍ୟବସ୍ଥା ସୁଦୃଢ । 2000 ଟଙ୍କିଆ ନୋଟ ବଦଳାଇବା ନେଇ ବ୍ୟସ୍ତ ହେବା ଆବଶ୍ୟକ ନୁହଁ । ଯଥେଷ୍ଟ ସମୟ ରହିଛି ବ୍ୟାଙ୍କର ଭିଡ଼ ନକରିବାକୁ ପରାମର୍ଶ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ। ''

ଗତକାଲି SBI ପକ୍ଷରୁ କୁହାଯାଇଥିଲା ଯେ, 2000 ଟଙ୍କିଆ ନୋଟ ବଦଳାଇବା ଲାଗି ବ୍ୟାଙ୍କକୁ କୌଣସି ପରିଚୟ ପତ୍ର ଦେବାର ଆବଶ୍ୟକ ନାହିଁ କି କୌଣସି ଫର୍ମ ଭରିବାର ମଧ୍ୟ ଦରକାର ନାହିଁ । 20 ହଜାର ଟଙ୍କା ପର୍ଯ୍ୟନ୍ତ ଖୁବ ସହଜରେ ଲୋକେ 2000 ଟଙ୍କିଆ ନୋଟ ବଦଳାଇପାରିବେ । ଆସନ୍ତା 23 ତାରିଖଠାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଲୋକେ 2000 ଟଙ୍କିଆ ନୋଟ ବଦଳାଇପାରିବେ ।

ପ୍ରକାଶଥାଉ କି, 2016 ନଭେମ୍ବର 8 ତାରିଖରେ କେନ୍ଦ୍ର ସରକାର 500 ଓ 100 ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଥିଲେ । ଏହା ପରେ 200ଟଙ୍କିଆ ନୋଟ ଆସିଥିଲା । ମାତ୍ର ପରେ 2018ରୁ 2000 ଟଙ୍କିଆ ନୋଟ ଛପା ବନ୍ଦ ହୋଇଥିଲା । ଏବେ ଏହି 2000 ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.