ETV Bharat / bharat

ସ୍ବାଧୀନତା ସଂଗ୍ରାମରେ କବିଙ୍କ ଓ ଲେଖକଙ୍କ ଅତୁଳନୀୟ ଅବଦାନ, ଜାଗୃତ କରାଇଥିଲେ ଜାତୀୟତା ଭାବ

author img

By

Published : Aug 15, 2022, 8:02 AM IST

ବର୍ତ୍ତମାନ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରାଇବାକୁ ହରଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ଅନୁରୂପ ଭାବରେ ସ୍ବାଧୀନତା ସଂଗ୍ରାମରେ ଲୋକଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରାଇବାକୁ ଦେଶର କବି ଓ ଲେଖଙ୍କ ଭୂମିକା ଅତୁଳନୀୟ ଥିଲା । ସେମାନଙ୍କ ଲେଖାରେ ଅନୁପ୍ରାଣିତ ହେଉଥିଲେ ଆବାଳ ବୃଦ୍ଧ ବନୀତା । ଅଧିକ ପଢ଼ନ୍ତୁ

ସ୍ବାଧୀନତା ସଂଗ୍ରାମରେ କବିଙ୍କ ଓ ଲେଖକଙ୍କ ଅତୁଳନୀୟ ଅବଦାନ, ଜାଗୃତ କରାଇଥିଲେ ଜାତୀୟତା ଭାବ
ସ୍ବାଧୀନତା ସଂଗ୍ରାମରେ କବିଙ୍କ ଓ ଲେଖକଙ୍କ ଅତୁଳନୀୟ ଅବଦାନ, ଜାଗୃତ କରାଇଥିଲେ ଜାତୀୟତା ଭାବ

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳୁଛି । ଏହି ସ୍ବାଧୀନତା ସ୍ବାଦ ପାଇବାରେ ଭାରତୀୟ କବି ଓ ଲେଖକଙ୍କ ଅବଦାନ ବି କିଛି କମ୍‌ ନଥିଲା । ସେମାନଙ୍କ ଦେଶାତ୍ମବୋଧ କବିତା ଓ ଲେଖାରେ ପ୍ରଭାବିତ ହୋଇଥିଲେ ବ୍ରିଟିଶ ସରକାର । ଆଜି ସେମାନଙ୍କ ଲେଖା ପଢ଼ିଲେ ବା କବିତା ଶୁଣିଲେ ମନରେ ଜାତୀୟତା ଭାବ ଆପେ ଆପେ ଚାଲି ଆସେ । ଆସନ୍ତୁ ସେଭଳି କିଛି କବି ଲେଖକଙ୍କ ବିଷୟରେ ଆଜି ଆଲୋଚନା କରିବା ।

ରବୀନ୍ଦ୍ରନାଥ ଟାଗୋର

ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋର କେବଳ ଜଣେ କବି କିମ୍ବା ଲେଖକ ନଥିଲେ । ବରଂ ବଙ୍ଗଳାବାସୀଙ୍କ ମଧ୍ୟରେ ଜାଗରଣ ଆଣିବାରେ ସେ ବଡ଼ ଭୂମିକା ବହନ କରିଥିଲେ । ସେ ହିଁ ରଚିଥିଲେ ଆମ ଜାତୀୟ ସଙ୍ଗୀତ ଜନ ଗଣ ମନ । ତାଙ୍କ ରଚୟିତ ଗୀତାଞ୍ଜଳୀ, Where The Mind Is Without Fear ଭଳି ପୁସ୍ତକ ଦ୍ବାରା ପ୍ରତ୍ୟେକ ଭାରତୀୟ ପ୍ରଭାବିତ ହୋଇଥିଲେ । ଖାଲି ସେତିକି ନୁହେଁ ବାଂଲାଦେଶର ଜାତୀୟ ସଙ୍ଗୀତ ଆମାର ସୋନାର ବାଂଲା ମଧ୍ୟ ରବୀନ୍ଦ୍ରନାଥ ଟାଗୋର ରଚନା କରିଛନ୍ତି । ତାଙ୍କ ବଳିଷ୍ଠ ଲେଖାରେ ବ୍ରିଟିଶ ସରକାର ମଧ୍ୟ ପ୍ରଭାବିତ ଥିଲେ ।

ସରୋଜିନୀ ନାଇଡୁ

ଏକା ଧାରରେ ଜଣେ ରାଜନେତ୍ରୀ, ଜଣେ କବିୟିତ୍ରୀ, ଜଣେ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ସରୋଜିନୀ ନାଇଡୁ । 'The Golden Threshold', 'The Bird of Time' 'The Feather of the Dawn' ଭଳି ରଚନାରେ ବ୍ରିଟିଶମାନେ ପ୍ରଭାବିତ ଥିଲେ । ସ୍ବାଧୀନତା ସଂଗ୍ରାମରେ ସେ ଜାତୀୟ କଂଗ୍ରେସ ସହ ଜଡ଼ିତ ଥିଲେ । ତାଙ୍କ ପ୍ରଭାବୀଶାଳୀ ଲେଖା ଲୋକଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିଥିଲା ।

ଶ୍ୟାମଲାଲ ଗୁପ୍ତା

କବି ଶ୍ୟାମଲାଲ ଗୁପ୍ତା ଭାରତରେ ପ୍ରସାଦ ନାମର ପରିଚିତ । ସେହି ଝଣ୍ଡା ଉଚ୍ଚା ରହେ ହମାରା କବିତା ରଚନା କରିଥିଲେ । ଏହା ଭାରତର ଫ୍ଲାଗ୍‌ ସଙ୍ଗ୍(flag song) ଘୋଷଣା ହୋଇଥିଲା । ଆଜି ବି ଫର୍‌ଫର୍‌ ହୋଇ ଉଡ଼ୁଥିବା ପତାକା ତଳେ ଯୁବଗୋଷ୍ଠୀ ଏହି କବିତା ଗାନ କରୁଥିବା ଦେଖିବାକୁ ମିଳେ । ସ୍ବାଧୀନତା ସମୟରେ ଏହି କବିତା ସଂଗ୍ରାମୀଙ୍କ ମଧ୍ୟରେ ଏକ ନୂଆ ଯୋଶ୍‌ ଭରି ଦେଇଥିଲା । ୧୯୬୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ହସରତ ମୋହାନୀ

ଇନ୍‌କଲାବ ଜିନ୍ଦାବାଦ ନାରା ଦେଇଥିଲେ ହସରତ ମୋହାନୀ । ସେ ରଚନା କରୁଥିବା ଲେଖନୀ ଦ୍ବାରା ଭାରତୀୟ ସ୍ବାଧୀନାତ ସଂଗ୍ରାମରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା । ଭାରତରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିବାରେ ଅନ୍ୟତମ ନାୟକ ଥିଲେ ହସରତ ମୋହାନୀ ।

ମାଖନଲାଲ ଚତୁର୍ବେଦୀ

ମଧ୍ୟ ପ୍ରଦେଶର ହୋସାଙ୍ଗାବାଦ୍‌ରେ ଜନ୍ମ ଗ୍ରହଣ କରିଥିଲେ ମାଖନଲାଲ ଚତୁର୍ବେଦୀ । ପ୍ରଭା ନାମ ପତ୍ରିକା ଦ୍ବାରା ସେ ସ୍ବାଧୀନତା ସଂଗ୍ରାମରେ ପରୋକ୍ଷ ଭାବରେ ଭାଗିଦାରୀ ହୋଇଥିଲେ । ୧୯୪୩ରେ ସେ ହିନ୍ଦୀ ସାହିତ୍ୟ ସମ୍ମିଳନୀର ଅଧ୍ୟକ୍ଷ ପଦ ଭାର ସମ୍ଭାଳିଥିଲେ । ହିମତରଙ୍ଗୀନି, ମାତା ଓ ସମାପିକା ଭଳି ରଚନା କରି ସେ ସାନ୍ନିଧ୍ୟ ଲାଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.