ETV Bharat / bharat

କାଶ୍ମୀରକୁ ନେଇ ବିଜେପିକୁ ଶିବସେନାର ଟାର୍ଗେଟ୍‌, କଂଗ୍ରେସ କହିଲା ଗୋଟିଏ ସେଓ ତ ଆଣି ଦେଖାନ୍ତୁ

author img

By ETV Bharat Odisha Team

Published : Dec 7, 2023, 1:31 PM IST

Updated : Dec 7, 2023, 1:43 PM IST

ସଂସଦ ଶୀତ ଅଧିବେଶନରେ ଲୋସସଭାରେ ନେହେରୁଙ୍କ ଚିଠି ପଢିବା ସହିତ ଜବାହରଲାଲ ନେହେରୁଙ୍କ ସମାଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

Amit Shahs statement regarding Jawaharlal Nehru
MP Priyanka Chaturvedi targets bjp

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି । ବୁଧବାର ତୃତୀୟ ଦିନରେ ଲୋକସଭା ଜମ୍ମୁ କାଶ୍ମୀର ସମ୍ପର୍କିତ 2ଟି ବିଲ୍‌ ପାସ ହୋଇଥିଲା । ବିଲ୍‌ ପାରିତ ହେବା ପରେ ପିଓକେ ନେହେରୁଙ୍କ ଭୁଲ ବୋଲି କହି ତାଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ବିଜେପିକୁ ଟାର୍ଗେଟ କରିଛନ୍ତି । ଜାମ୍ମୁକାଶ୍ମୀରକୁ ନେଇ ରାଜନୀତି ଛଡା ବିଜେପି କିଛି କରିନାହିଁ ବୋଲି କହିଛନ୍ତି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ସେହି ପରି କଂଗ୍ରେସ ନେତା ଅଧୀନ ରଞ୍ଜନ ଚୌଧୁରୀ ମଧ୍ୟ ବିଜେପିକୁ ନିଶାନା ମାରିଛନ୍ତି ।

  • #WATCH | On Union Home Minister Amit Shah's statement regarding former PM Jawaharlal Nehru, Shiv Sena (UBT) MP Priyanka Chaturvedi says, "BJP has formed a majority government by raking up 75-year-old history and criticising Pt Jawaharlal Nehru. When their majority government was… https://t.co/WFd5iIfnKy pic.twitter.com/Ah8u5nu4EM

    — ANI (@ANI) December 7, 2023 " class="align-text-top noRightClick twitterSection" data=" ">

ଶିବସେନା ସାଂସଦ (ୟୁଟିବି) ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି,''75 ବର୍ଷ ପୁରୁଣା ଇତିହାସ ବାହାର କରି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମାଲୋଚନା କରି ଆଜି ଭାରତୀୟ ଜନତା ପାର୍ଟି ବହୁମତ ସରକାର ଗଠନ କରିଛି । ବିଜେପି ଯେବେ ବହୁମତ ସରକାର ଗଠନ କରି ଧାରା 370 ହଟାଇଥିଲେ ସେ ଇତିହାସ ରଚିଥିବା କହିଥିଲେ । ଯଦି ଇତିହାସ ରଚିଛ ତେବେ ଆଜି ଯାଏଁ ଜାମ୍ମୁ କାଶ୍ମୀରରେ କାହିଁକି ନିର୍ବାଚନ ହୋଇପାରିନାହିଁ । କାହିଁକି ଆତଙ୍କବାଦୀ ଆକ୍ରମଣ ଖତମ କରିବେ ଓ ପାକିସ୍ତାନକୁ ଲାଲ ଆଖି ଦେଖେଇବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ହୋଇନାହିଁ । 370 ହଟିବା ପରେ କାଶ୍ମୀର ପଣ୍ଡିତ ଫେରିବେ ବୋଲି କହିଥିଲେ ହେଲେ ଆଜି ଯାଏଁ ତାଙ୍କୁ ସୁରକ୍ଷା ଦିଆଯାଇପାରିନାହିଁ । କାଶ୍ମୀର ପଣ୍ଡିତ ଓ ଟାର୍ଗେଟ କିଂଲିକୁ ନେଇ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ ରାଜନୀତି କରିଛନ୍ତି ହେଲେ ସେମାନଙ୍କ ପାଇଁ କିଛି କରିନାହାନ୍ତି । ଅନ୍ୟକୁ କହିବା ପୂର୍ବରୁ ଇତିହାସକୁ ସମାଲୋଚନା କରିବା ପୂର୍ବରୁ ନିଜେ କଣ କରିଛନ୍ତି ତାହା ପ୍ରଥମେ ଦେଖନ୍ତୁ ।''

ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଆହୁରି କହିଛନ୍ତି, ''ସେମାନେ ପିଓକେକୁ ଫେରାଇ ଆଣନ୍ତୁ । ତାଙ୍କୁ କିଏ ଅଟକାଇଛି । ଆମର ସେନା ବହୁତ ଶକ୍ତିଶାଳୀ ଏବଂ ପାକିସ୍ତାନର ଅବସ୍ଥା ଦୁର୍ବଳ । ଏହା କରନ୍ତୁ ସେ । ଆକ୍ରମଣ କରି ପିଓକେକୁ ଫେରାଇ ଆଣନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ ବିଶ୍ବଗୁରୁ ସେ ଦେଶବାସୀଙ୍କୁ ମନାଇ ଦେବେ । ପିଓକେକୁ ଫେରାଇ ଆଣି ସେଠାରେ ନିର୍ବାଚନ କରନ୍ତୁ । ସର୍ବପ୍ରଥମେ ଜାମ୍ମୁ କାଶ୍ମୀରରେ ଗଣତନ୍ତ୍ରକୁ ପ୍ରାଧାନ୍ୟ ଦିଅନ୍ତୁ ।''

ଏହା ବି ପଢନ୍ତୁ...‘ପିଓକେ ଆମର’: ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲରେ ପାକ ଅଧିକୃତ କାଶ୍ମୀର ପାଇଁ 24 ଆସନ ସଂରକ୍ଷିତ

  • #WATCH | On Union Home Minister Amit Shah's statement regarding former PM Jawaharlal Nehru, Leader of Congress in Lok Sabha, Adhir Ranjan Chowdhury says, "...This matter should be discussed in the House for the entire day. This is not a small matter. It is not only Amit Shah who… https://t.co/WFd5iIfnKy pic.twitter.com/j7yghxoVMS

    — ANI (@ANI) December 7, 2023 " class="align-text-top noRightClick twitterSection" data=" ">

ସେହିପରି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, 'ଏହି ପ୍ରସଙ୍ଗ ସଂସଦରେ ଦିନ ତମାମ ଆଲୋଚନା ହେବା ଦରକାର । ଏହା ଛୋଟ ମାମଲା ନୁହେଁ । ହିନ୍ଦୁସ୍ତାନ ଇତିହାସ ବିଷୟରେ କେବଳ ଅମିତ ଶାହାଙ୍କୁ ଜଣାନାହିଁ । ଭଲ ହେବ ଲୋକଙ୍କୁ ଜଣାପଡୁ ଏହି ବିଷୟରେ ସଂସଦରେ ଆଲେଚନା ହେଉ । 2019ରେ ଯେବେ ଧାରା 370 ହଟିଥିଲା ଅମିତ ଶାହା କହିଥିଲେ ପିଓକେ ଆମ ପାଖକୁ ଫେରିବ । ପିଏମ ମୋଦି କ୍ଷମତାକୁ ଆସି 10 ବର୍ଷ ହେଲାଣି ଅଟଳ ବିହାରୀ ବାଜେପେୟୀଙ୍କର 6 ବର୍ଷ ହୋଇଥିଲା । ତେବେ ବିଜେପିକୁ କିଏ ଅଟକାଇଛି । ବିଜେପିର ଦୁଇ ବାହଦୂର ମୋଦି ଓ ଅମିତ ଶାହାଙ୍କୁ କିଏ ଅଟକାଇଛି ପିଓକେକୁ ଫେରାଇ ଆଣିବାକୁ ? ପିଓକେରୁ ଗୋଟିଏ ସେଓ ତ ଆଣି ଦେଖାଅ ।''

Last Updated : Dec 7, 2023, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.