ETV Bharat / bharat

Bharat Jodo Yatra: ତାମିଲନାଡୁରେ ଶେଷ ହେଲା ମିଶନ, ବେରୋଜଗାରୀ ପ୍ରସଙ୍ଗ ଉଠାଇଲେ ରାହୁଲ

author img

By

Published : Sep 11, 2022, 9:20 PM IST

କଂଗ୍ରେସର ଭାରତ ଯୋଡୋ ଯାତ୍ରାର ତାମିଲନାଡୁ ମିଶନ ଶେଷ ହୋଇଛି । ବେରଜୋଗାରୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିଲେ ରାହୁଲ । ପ୍ରଥମ ରାଜ୍ୟ ଭାବେ ତାମିଲନାଡୁରେ ମିଶନ ଶେଷ ହେବା ପରେ କାର୍ଯ୍ୟକର୍ତ୍ତାଙ୍କ ସହ ଖାଇଲେ ଚା’ ଓ ବିସ୍କୁଟ । 7 ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ଅଭିଯାନ । ଅଧିକ ପଢନ୍ତୁ

Bharat Jodo Yatra: ତାମିଲନାଡୁରେ ଶେଷ ହେଲା ମିଶନ, ବେରୋଜଗାରୀ ପ୍ରସଙ୍ଗ ଉଠାଇଲେ ରାହୁଲ
Bharat Jodo Yatra: ତାମିଲନାଡୁରେ ଶେଷ ହେଲା ମିଶନ, ବେରୋଜଗାରୀ ପ୍ରସଙ୍ଗ ଉଠାଇଲେ ରାହୁଲBharat Jodo Yatra: ତାମିଲନାଡୁରେ ଶେଷ ହେଲା ମିଶନ, ବେରୋଜଗାରୀ ପ୍ରସଙ୍ଗ ଉଠାଇଲେ ରାହୁଲ

ଚେନ୍ନାଇ: 7 ତାରିଖରେ କନ୍ୟାକୁମାରୀରୁ କଂଗ୍ରେସର ଦ୍ବାରା ଆରମ୍ଭ ହୋଇଥିବା ‘ଭାରତ ଯୋଡୋ’ ଯାତ୍ରା ଏହାର ପ୍ରଥମ ରାଜ୍ୟ ଭାବେ ତାମିଲନାଡୁ ମିଶନ ଗତକାଲି (ଶନିବାର) ଶେଷ ହୋଇଛି । ଏହି ଅବସରରେ କଂଗ୍ରେସ ନେତା ତଥା ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ କାର୍ଯ୍ୟକର୍ତ୍ତାଙ୍କ ସହ ଚା’ ପିଇବା ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରଥମ ରାଜ୍ୟ ଭାବେ 4 ଦିନରେ ତାମିଲନାଡୁ ମିଶନ ପୂରଣ କରିଛି । ତାମିଲନାଡୁରେ ପଦଯାତ୍ରା କରିବା ବେଳେ କେନ୍ଦ୍ର ବିରୋଧରେ ବର୍ଷିଥିଲା ଦଳ । ବେରୋଜଗାରୀ ପ୍ରସଙ୍ଗ ଉଠାଇ ହଜାର ହଜାର ଦଳୀୟ ଯୁବକର୍ମୀ ଏହି ଯାତ୍ରାରେ ଯୋଡି ହୋଇଥିଲେ ।

ଏହି ଶୋଭାଯାତ୍ରା ସମୟରେ ରାହୁଲ ଗାନ୍ଧୀ କିଛି ଦିବ୍ୟାଙ୍ଗଙ୍କ ସମେତ ତାମିଲନାଡୁର ପ୍ରଥମ ମହିଳା ବସ୍‌ ଡ୍ରାଇଭର ବସନ୍ତ କୁମାରୀଙ୍କ ସହ ସାକ୍ଷାତ କରିଥିଲେ । ତାମିଲନାଡୁର ଅନେକ ଶିକ୍ଷିତ ବେରୋଜଗାର ଯୁବକଙ୍କ ସହ ରାହୁଲ ଆଲୋଚନା କରିବା ସହ ସେମାନେ ମଧ୍ୟ ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ତେବେ 4 ଦିନରେ ଦଳ ଯାତ୍ରାର ତାମିଲନାଡୁ ପ୍ରଦେଶ ମିଶନ ଶେଷ କରିଛି କେରଳରେ ପ୍ରବେଶ କରିଛି ।

ତାମିଲନାଡୁରେ ଶେଷ ହେଲା ମିଶନ, କର୍ମକର୍ତ୍ତାଙ୍କ ସହ ଚା’ ପିଉଛନ୍ତି ରାହୁଲ
ତାମିଲନାଡୁରେ ଶେଷ ହେଲା ମିଶନ, କର୍ମକର୍ତ୍ତାଙ୍କ ସହ ଚା’ ପିଉଛନ୍ତି ରାହୁଲ

ତେବେ ଆଜି ଏହି ଯାତ୍ରା ଦ୍ବିତୀୟ ରାଜ୍ୟ କେରଳରେ ପ୍ରବେଶ କିରଛି । ରାହୁଲ ଗାନ୍ଧୀଙ୍କ ସହ ଏକାଧିକ ବରିଷ୍ଠ ନେତା ମଧ୍ୟ ସାମିଲ ରହିଛନ୍ତି । କେରଳ ମିଶନର ପ୍ରଥମ ଭାଗରେ କନ୍ୟାକୁମାରୀ-ଥିରୁଅନନ୍ତପୁରମ ଜାତୀୟ ରାଜପଥରେ ରାହୁଲ ଏକ ଜଳଖିଆ ଦୋକାନରେ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି । ତାମିଲନାଡୁରେ ଦଳର ଏହି ଯାତ୍ରାକୁ ଅଦ୍ଭୁତପୂର୍ବ ସମର୍ଥନ ମିଳିଥିବା କଂଗ୍ରେସ କହିଛି । ତେବେ କିଛି ଘଟଣାବଳୀ ପାଇଁ ଯାତ୍ରା ଆରମ୍ଭରୁ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । ରାହୁଲ ପିନ୍ଧିଥିବା ଦାମୀ ଟି-ସର୍ଟ ଓ ତାମିଲନାଡୁରେ ଜଣେ ପାଦ୍ରୀଙ୍କୁ ସାକ୍ଷାତ କରିବାକୁ ନେଇ ରାହୁଲ ଓ କଂଗ୍ରେସକୁ ଟାର୍ଗେଟ କରିଥିଲା ବିଜେପି ।

2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆରମ୍ଭ କରିଥିବା ଏହି ଯାତ୍ରା ଆଗାମୀ 150 ଦିନରେ 10 ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ପହଞ୍ଚିବା ସହ ଶେଷ ହେବ । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦାମ ବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ କୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.