ETV Bharat / bharat

Rahul Gandhi Europe tour: ୟୁରୋପ ଯାତ୍ରା କଲେ ରାହୁଲ, G20 ବୈଠକ ପରେ ଭାରତ ଫେରିବେ

author img

By ETV Bharat Odisha Team

Published : Sep 6, 2023, 9:33 AM IST

Updated : Sep 6, 2023, 9:53 AM IST

Rahul Gandhi Europe tour
ରାହୁଲ ଗାନ୍ଧୀଙ୍କ ୟୁରୋପ ଗସ୍ତ

ୟୁରୋପ ଗସ୍ତରେ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ସରିବା ପରେ ଭାରତ ଫେରିବା ନେଇ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସପ୍ତାହେ ପାଇଁ ୟୁରୋପ ଗସ୍ତରେ ଯାଇଛନ୍ତି । ଗତକାଲି(ମଙ୍ଗଳବାର) ସେ ୟୁରୋପ ଅଭିମୁଖେ ଯାତ୍ରା କରିଥିବା ବେଳେ ଜି-୨୦ ସମ୍ମିଳନୀ ଶେଷ ହେବାର ଦିନକ ପରେ ଅର୍ଥାତ୍ ସେପ୍ଟେମ୍ବର ୧୧ ତାରିଖରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ । ଏହି ଗସ୍ତ କାଳରେ ରାହୁଲ ୟୁରୋପରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ସେପ୍ଟେମ୍ବର ୭ରେ ସେ ବ୍ରୁସେଲ୍ସରେ ଛାତ୍ରଛାତ୍ରୀ ଏବଂ ୟୁରୋପୀୟ ୟୁନିୟନର ଓକିଲଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ସେ ନେଦରଲ୍ୟାଣ୍ଡର ହେଗ୍ ଠାରେ ଏହିଭଳି ଆଉ ଏକ ବୈଠକ କରିବେ । ସେପ୍ଟେମ୍ବର ୮ରେ କଂଗ୍ରେସ ନେତା ପ୍ୟାରିସ୍ ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ରୀଙ୍କ ସହ କଥାବାର୍ତ୍ତା ହେବେ । ଏହାସହିତ ଫ୍ରାନ୍ସ ରାଜଧାନୀରେ ଫ୍ରାନ୍ସ ଶ୍ରମିକ ସଂଘ(Labour Union) ସହ ବୈଠକ କରିବେ ବୋଲି ସୂଚନା ମିଳିଛି । ସେପ୍ଟେମ୍ବର ୧୦ ତାରିଖ ଦିନ ରାହୁଲ ନରୱେ ଗସ୍ତ କରିବେ । ସେଠାରେ ଓସଲା ସହରରେ ପ୍ରବାସୀ ଭାରତୀୟଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହିସବୁ କାର୍ଯ୍ୟକ୍ରମ ସରିବା ପରେ ୧୧ ତାରିଖ ଦିନ ସେ ଭାରତ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।

ଏହାମଧ୍ୟ ପଢନ୍ତୁ : G20 Summit: ରାଷ୍ଟ୍ରପତି ବାଇଡେନ କୋରୋନା ନେଗେଟିଭ, ଗୁରୁବାର ଭାରତ ଆସିବେ

ସଂସଦର ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଦେଶର ସରକାରୀ ନାମ ଇଣ୍ଡିଆ ବଦଳରେ ଭାରତ କରିବା ନେଇ ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଦେଶର ସମ୍ଭାବ୍ୟ ନାମ ପରିବର୍ତ୍ତନକୁ ନେଇ ଶାସକ ଏନଡିଏ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଥିବା ବେଳେ କଂଗ୍ରେସ ସାଂସଦ ବିଦେଶ ଗସ୍ତ କରିଛନ୍ତି । ସେପଟେ ଆସନ୍ତା ୯ରୁ ୧୦ ତାରିଖ ଯାଏଁ ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଳି ଏଥିରେ ସାମିଲ ହେବାକୁ ଥିବା ବଡ ବଡ ବିଶ୍ବନେତାମାନଙ୍କୁ ସ୍ବାଗତ କରିବାକୁ ସଜେଇ ହୋଇଛି ରାଜଧାନୀ ।

ଜି-୨୦ ସମ୍ମିଳନୀରେ ୩୦ରୁ ଅଧିକ ୟୁରୋପୀୟ ଦେଶର ମୁଖ୍ୟ ଏବଂ ଶୀର୍ଷ ଅଧିକାରୀ, ୧୪ରୁ ଅଧିକ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଓ ପ୍ରତିନିଧି ସାମିଲ ହେବାର ସମ୍ଭାବନା ରହିଛି । ବିଶ୍ବନେତାଙ୍କ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜଧାନୀର ବାୟୁସୀମାର ସୁରକ୍ଷା ପାଇଁ ସେନାର ଲଢୁଆ ବିମାନ ତୟାର ରଖାଯାଇଛି ।

Last Updated :Sep 6, 2023, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.