ETV Bharat / bharat

ପୂର୍ବ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା; ଭାରତର ଆବେଦନକୁ ଗ୍ରହଣ କଲା କତାର

author img

By ETV Bharat Odisha Team

Published : Nov 24, 2023, 10:15 AM IST

ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା । ଏହି ଦଣ୍ଡାଦେଶ ବିରୋଧରେ ଭାରତର ଆବେଦନକୁ ଗ୍ରହଣ କଲା କତାର କୋର୍ଟ । ଅଧିକ ପଢନ୍ତୁ

କତାରରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା
କତାରରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା

ନୂଆଦିଲ୍ଲୀ: କତାରରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣାରେ ଆଶ୍ବସ୍ତିକର ଖବର ଆସିଛି । ଏହି ମୃତ୍ୟୁଦଣ୍ଡ ବିରୋଧରେ ଭାରତ ସରକାର କରିଥିବା ଆବେଦନକୁ କତାର କୋର୍ଟ ଗ୍ରହଣ କରିଛନ୍ତି । ଖୁବଶୀଘ୍ର କତାର କୋର୍ଟ ଦଣ୍ଡାଦେଶ ବିରୋଧରେ ଆବେଦନର ଶୁଣାଣି କରିବେ । ତେଣୁ ପୂର୍ବ ନୌସେନା ଅଧିକାରୀମାନଙ୍କ ମୁକ୍ତି ନେଇ ଏକ ପ୍ରକାର ଆଶା ଉଜ୍ବୀବିତ ହୋଇଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଉପସାଗରୀୟ ଦେଶ କତାରର ଏକ କୋର୍ଟ ଗୁରୁବାର ଦିନ ଭାରତର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । କୋର୍ଟ ବର୍ତ୍ତମାନ ଏହି ଆବେଦନର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ଏହା ଉପରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ଭାରତ ସରକାର ୮ ପୂର୍ବ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ବିରୋଧରେ କତାରରେ ଆବେଦନ ଦାଖଲ କରିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଥିଲେ । କତାର ରାଜଧାନୀ ଦୋହାରେ ଥିବା ଭାରତୀୟ ଦୂତାବାସ ଜରିଆରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: 8 ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ କତାରରେ ମୃତ୍ୟୁ ଦଣ୍ଡାଦେଶ

ପ୍ରକାଶ ଥାଉକି, ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗତବର୍ଷ କତାରରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ସମସ୍ତେ ଏବେ କତାର ଜେଲରେ ବନ୍ଦୀ ଅଛନ୍ତି । ଏହି ମାମଲାରେ କତାରର ଏକ କୋର୍ଟ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟଦଣ୍ଡ ରାୟ ଶୁଣାଇଥିଲେ । ଏହାକୁ ଭାରତ ଆଶ୍ଚର୍ଯ୍ୟଜନକ ବୋଲି କହି ଅନ୍ତର୍ଜାତୀୟ ଆଇନରେ ଏହାକୁ ଚ୍ୟାଲେଞ୍ଜ କରିବାକୁ କହିଥିଲା । ତେବେ ମୃତ୍ୟୁଦଣ୍ଡ ପାଇଥିବା ପୂର୍ବ ନୌସେନା ଅଧିକାରୀମାନେ ହେଲେ କ୍ୟାପ୍ଟେନ ନବତେଜ ସିଂ ଗିଲ, କ୍ୟାପ୍ଟେନ ବୀରେନ୍ଦ୍ର ବର୍ମା, କ୍ୟାପ୍ଟେନ ସୌରଭ ବାରିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପକାଲା, କମାଣ୍ଡର ରାଜୀବ ଗୁପ୍ତା ଓ ସେଲର ରାଗେଶ ।

ଏହା ମଧ୍ୟ ପଢନ୍ତୁ: 8 Indians on death row in Qatar: ଆବେଦନ ଦାଖଲ କଲା ଭାରତ

ଏମାନେ ଭାରତୀୟ ନୌସେନାରୁ ସେବାନିବୃତ୍ତ ହେବା ପରେ କତାରରେ ଏକ ଗ୍ଲୋବାଲ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସେସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ଓ ଆନୁସଙ୍ଗିକ ସେବା ଯୋଗାଇ ଆସୁଛି । ତେବେ ଏହି ପୂର୍ବ ନୌସେନା ଅଧିକାରୀମାନେ ସେଠାରେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.