ETV Bharat / bharat

ବଜରଙ୍ଗ ଦଳକୁ ବ୍ୟାନ ଘୋଷଣା, PFIକୁ ବ୍ୟାନକୁ ବିରୋଧ ସମାନ: ବିଶ୍ବଶର୍ମା

author img

By

Published : May 7, 2023, 7:15 PM IST

ପୁଣି ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ । କହିଲେ ବଜରଙ୍ଗ ଦଳକୁ ବ୍ୟାନ ଘୋଷଣା, PFI କୁ ବ୍ୟାନକୁ ବିରୋଧ କରାଯିବା ସମାନ । ଅଧିକ ପଢନ୍ତୁ

ବଜରଙ୍ଗ ଦଳକୁ ବ୍ୟାନ ଘୋଷଣା, PFI କୁ ବ୍ୟାନକୁ ବିରୋଧ ସମାନ: ବିଶ୍ବଶର୍ମା
ବଜରଙ୍ଗ ଦଳକୁ ବ୍ୟାନ ଘୋଷଣା, PFI କୁ ବ୍ୟାନକୁ ବିରୋଧ ସମାନ: ବିଶ୍ବଶର୍ମା

ବେଙ୍ଗାଲୁୁରୁ: କର୍ଣ୍ଣାଟକରେ ଦଳ ପାଇଁ ପ୍ରଚାର ଜାରି ରଖିଥିବା ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ପୁଣି ବଜରଙ୍ଗ ଦଳ ବ୍ୟାନ ଇସ୍ତାହାର ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ୍‌ କରାଯିବା ନେଇ ଘୋଷଣା ସନ୍ଦିଗ୍ଧ ଆତଙ୍କୀ ସଂଗଠନ ପିଏଫଆଇର ବ୍ୟାନ ନିଷ୍ପତ୍ତିକୁ ବିରୋଧ କରିବା ସହ ସମାନ ବୋଲି କହିଛନ୍ତି ବିଶ୍ବଶର୍ମା । ଦକ୍ଷିଣପନ୍ଥୀ ସଂଗଠନ ବଜରଙ୍ଗ ଦଳକୁ ପିଏଫଆଇ ସହ ତୂଳନା କରିବା ମଧ୍ୟ ଅନୁଚିତ ଓ ନିନ୍ଦନୀୟ ବୋଲି ବିଶ୍ବଶର୍ମା କହିଥିଲେ ।

ପୂର୍ବରୁ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିସାରିଥିବା ବିଶ୍ବଶର୍ମା ଆଜି ମାଙ୍ଗାଲୋରରେ ଏକ ପ୍ରେସ୍‌ମିଟ୍‌ କରିବା ଅବସରରେ ପୁଣି ଏହି ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟକଳାପ, ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିଲେ, ସେମାନଙ୍କ ସହ ବଜରଙ୍ଗ ଦଳକୁ ତୂଳନା କରାଯିବା ନିନ୍ଦନୀୟ । ପିଏଫଆଇକୁ ବ୍ୟାନ କରଗଲା, ସେଥିପାଇଁ କଂଗ୍ରେସ ବଜରଙ୍ଗ ଦଳକୁ ବ୍ୟାନ କରିବା କଥା ନିଜ ଇସ୍ତାହାରରେ ଘୋଷଣା କରିଛି । କଂଗ୍ରେସ ଯେଶାକୁ ତେଶା ନୀତି ଆପଣାଇବାକୁ ପ୍ରୟାସ କରୁଛି । କଂଗ୍ରେସର ଏପରି କରିବା ପିଏଫଆଇ ପ୍ରତି ସମର୍ଥନ ସଦୃଶ ।

ପୂର୍ବରୁ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସର ଇସ୍ତାହାରକୁ ମୁସ୍‌ଲିମ୍‌ ଲିଗର ଇସ୍ତାହାର ସହ ତୂଳନା କରିଥିଲେ ବିଶ୍ବଶର୍ମା । କହିଥିଲେ, ଏହା କୌଣସି ଧର୍ମ ନିରପେକ୍ଷ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପରି ଲାଗୁନାହିଁ ବରଂ ଏହା ମୁସଲିମ୍‌ ଲିଗର ଇସ୍ତାହାର ସଦୃଶ୍ୟ । କଂଗ୍ରେସ ତାର ଶାସନରେ ଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ପିଏଫଆଇ ଆତଙ୍କବାଦୀଙ୍କୁ ଜେଲ୍‌ରୁ ମୁକ୍ତ କରିଥିଲା । କେରଳରେ ମୁସଲିମ ଲିଗ୍‌ ସହ ବୁଝାମଣା ମଧ୍ୟ କରିଥିଲା । ହେଲେ ଏବେ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବା କଥା କହୁଛି ।

କଂଗ୍ରେସର ଏହି ଇସ୍ତାହାର ପ୍ରକାଶ ପାଇବା ପରେ ବିଜେପି ଏହାକୁ ଦୃଢ ନିନ୍ଦା କରିସାରିଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ସଭାମଞ୍ଚରୁ ପ୍ରଭୁ ଶ୍ରୀରାମ ଓ ବଜରଙ୍ଗବାଲୀଙ୍କ ନାମ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ । ସେମାନେ ପୂର୍ବରୁ ଶ୍ରୀରାମଙ୍କୁ ତାଲା ବନ୍ଦ କରିଥିଲେ, ଏବେ ବଜରଙ୍ଗବାଲୀଙ୍କୁ ତାଲା ବନ୍ଦ କରିବା ପାଇଁ ଯୋଜନା କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସର ଏହି ଇସ୍ତାହାରକୁ ନେଇ ବଜରଙ୍ଗ ଦଳ ପ୍ରତିବାଦ ମଧ୍ୟ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.