ETV Bharat / bharat

ଛତିଶଗଡ଼ରେ କଂଗ୍ରେସ ଆସିଲେ ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା: ପ୍ରିୟଙ୍କା

author img

By ETV Bharat Odisha Team

Published : Oct 6, 2023, 10:55 PM IST

ଛତିଶଗଡ଼ବାସୀଙ୍କୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିଶୃତି । ଯଦି ଆଗାମୀ ନିର୍ବାଚନରେ ଛତିଶଗଡ଼ରେ କଂଗ୍ରେସ ସରକାର ଆସେ ତେବେ ନିଶ୍ଚିତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେବ । ଅଧିକ ପଢନ୍ତୁ

priyanka Gandhi
priyanka Gandhi

ରାୟପୁର: ବିହାରରେ ଜାତିଭିତ୍ତିକ ଜନଗଣନା ହେବା ପରେ ଏବେ ଅନେକ ରାଜ୍ୟରେ ଏନେଇ ଦାବି ଉଠିଛି । ତେବେ ଯଦି ଆଗାମୀ ନିର୍ବାଚନରେ ଛତିଶଗଡ଼ରେ କଂଗ୍ରେସ ସରକାର ଆସେ ତେବେ ନିଶ୍ଚିତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେବ । ଆଜି ଛତିଶଗଡ଼ବାସୀଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ରାଜ୍ୟର କାଙ୍କେର ଜିଲ୍ଲାରେ ଆୟୋଜିତ ନାଗିରୟ ନିକାୟ ଇଭାମ ପଞ୍ଚାୟତିରାଜ ମହାସମ୍ମିଳନୀରେ ଯୋଗ ଦେଇ ଏହି ପ୍ରତିଶୃତି ଦେଇଛନ୍ତି ପ୍ରିୟଙ୍କା ।

ଖାଲି ସେତିକି ନୁହେଁ ରାଜ୍ୟରେ ଗରିବ ଶ୍ରେଣୀ ଲାଗି 10 ଲକ୍ଷ ବାସଗୃହ ଯୋଗାଇ ଦିଆଯିବ ବୋଲି ପ୍ରିୟଙ୍କା ପ୍ରତିଶୃତି ଦେଇଛନ୍ତି । ଏହି ସମ୍ମିଳନୀରେ ଯୋଗ ଦେଇ ପ୍ରିୟଙ୍କା କେନ୍ଦ୍ର ସରକାର ଉପରେ ବର୍ଷିଥିଲେ । ବିଜେପି ନେତୃତ୍ବାଧୀନ କେନ୍ଦ୍ର କେବଳ ଧନୀ ଶ୍ରେଣୀଙ୍କ ଲାଗି ଚିନ୍ତା କରୁଛି । ଗରିବ ଓ ମଧ୍ୟବିତ୍ତଙ୍କ ଲାଗି ଦଳ ଆଦୌ ଚିନ୍ତିତ ନୁହେଁ ବୋଲି କହିଥିଲେ ପ୍ରିୟଙ୍କା । ଯଦି ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣି ରାଜ୍ୟରେ ସରକାର ଗଢେ, ତେବେ ନିଶ୍ଚିତ ରୂପେ ରାଜ୍ୟରେ ଜାତିଭିତ୍ତିତ ଜନଗଣନା ଆରମ୍ଭ ହେବ ବୋଲି ପ୍ରିୟଙ୍କା କହିଛନ୍ତି ।

ଏହା ବି ପଢନ୍ତୁ- Madhya Pradesh Poll: ଦଳରେ ବଢିବ ପ୍ରିୟଙ୍କାଙ୍କ ପ୍ରଭାବ ! କର୍ଣ୍ଣାଟକ ଫର୍ମୁଲାରେ ହେବ ଫାଇଟ

ବିହାର ଜାତିଭିତ୍ତିକ ଜନଗଣନା ନେଇ ପ୍ରିୟଙ୍କା କହିଛନ୍ତି,"ବିହାରର ମୋଟ ଜନସଂଖ୍ୟା ମଧ୍ୟରୁ 84 ପ୍ରତିଶତ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର । ତେବେ ଏହି ବର୍ଗର ଲୋକେ ରାଜ୍ୟର ମୁଖ୍ୟ ପଦବୀରେ ଅଛନ୍ତି କି ? ସେମାନଙ୍କର କଣ ଅଧିକାର ନାହିଁ କି ? ଏଣୁ ଜାତିଭିତ୍ତିକ ଜନଗଣନା ହେବା ନିତାନ୍ତ ଆବଶ୍ୟକ ।" ମୋଦି ସରକାରଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି," ଦେଶର ସମ୍ପତ୍ତିକୁ ଶିଳ୍ପପତି ବନ୍ଧୁଙ୍କୁ ଦିଆଯାଇଛି । ହେଲେ ଯେତେବେଳେ ଚାଷୀଙ୍କ ଋଣ ସୁଝିବା ପ୍ରସଙ୍ଗ ଆସିଲା ସେତେବେଳେ ଅର୍ଥ ନଥିବା କହିଲେ ପ୍ରଧାନମନ୍ତ୍ରୀ । ହେଲେ ନିଜ ଲାଗି 8 ହଜାର କୋଟି ଟଙ୍କାର ବିମାନ କିଣିଲେ । 20 ହଜାର କୋଟି ବ୍ୟୟରେ ସଂସଦ ନିର୍ମାଣ କଲେ । "

ମୋଦି ସରକାରଙ୍କ ସମୟରେ ଦରଦାମ ବୃଦ୍ଧି ଓ ଟିକସ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରିୟଙ୍କା କହିଛନ୍ତି, " ବିଜେପି ସରକାର ସବୁ ଜିନିଷରେ ଟିକସ ଲଗାଉଛି । ପରିବାଠୁ ଆରମ୍ଭ କରି ତେଲ, ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଛି । କଂଗ୍ରେସ ସରକାର ସମୟରେ 60 ଟଙ୍କାରେ ରାସନ ସାମଗ୍ରୀ ମିଳୁଥିଲା । ସେତେବେଳେ ସିଲିଣ୍ଡର ଦାମ 425 ଟଙ୍କା ଥିଲା । 485 ଟଙ୍କାରେ ରାସନ ଓ ସିଲିଣ୍ଡର ସାମଗ୍ରୀ ଖର୍ଚ୍ଚ ଉଠିଯାଉଥିଲା । ମୋଦି ସରକାର କହୁଛନ୍ତି ସେମାନେ ରାସନ ମାଗଣାରେ ଦେଉଛନ୍ତି, ହେଲେ ଗ୍ୟାସ ସିଲିଣ୍ଡର ଦାମ 1200 ଟଙ୍କା ରହିଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.