ETV Bharat / bharat

ବଦଳିଲେ 12 ରାଜ୍ୟର ରାଜ୍ୟପାଳ, ବିଶ୍ବ ଭୂଷଣ ହେଲେ ଛତିଶଗଡ ରାଜ୍ୟପାଳ

author img

By

Published : Feb 12, 2023, 10:34 AM IST

Updated : Feb 12, 2023, 11:09 AM IST

୧୨ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ଭୂଷଣ ହରିଚନ୍ଦନ ଛତିଶଗଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

president murmu appointed new governor
president murmu appointed new governor

ନୂଆଦିଲ୍ଲୀ: ୧୨ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ଝାରଖଣ୍ଡ, ଆସାମ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ନାଗାଲାଣ୍ଡ, ମେଘାଳୟ, ବିହାର ଓ ମଣିପୁର ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି ।

ଲା ଗନେସାନ ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବେଳେ ସେ ପୂର୍ବରୁ ମଣିପୁର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ । ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ଫଗୁ ଚୌହାନ, ପୂର୍ବରୁ ସେ ବିବାହରର ରାଜ୍ୟପାଳ ଥିଲେ । ରାଜେନ୍ଦ୍ର ବିଶ୍ବନାଥ ଆରଲେକର ବିହାରର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ ।

ସେହିପରି ଅବସରପ୍ରାପ୍ତ ଜଷ୍ଟିସ୍ ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ଛତିଶଗଡର ରାଜ୍ୟପାଳ ଅନୁସୂୟା ୟୁକ୍ୟା ମଣିପୁରର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଲଦାଖରେ ନିଯୁକ୍ତ ହୋଇଛନ୍ତି ।

ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଲେଫ୍ଟନାଣ୍ଟ ଜେନେରାଲ କାଇୱାଲିଆ ତ୍ରିବିକ୍ରମ ପରନାୟକ, ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସିକ୍କିମର ରାଜ୍ୟପାଳ, ସି.ପି ରାଧାକ୍ରିଷ୍ଣନ୍ ଝାଡଖଣ୍ଡର ରାଜ୍ୟପାଳ, ଗୁଲାବ ଚାନ୍ଦ କାଟାରିଆ ଆସାମର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିବାବେଳେ ଶିବ ପ୍ରତାପ ଶୁକ୍ଲା ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ।

ସେହିପରି ମହାରାଷ୍ଟ୍ରର ନୂତନ ରାଜ୍ୟପାଳ ଭାବରେ ରମେଶ ବାଇସଙ୍କୁ ନିଯୁକ୍ତ କରାଯାଇଛି । ତେବେ କିଛିଦିନ ପୂର୍ବରୁ ମହାରାଷ୍ଟ୍ରର ରାଜ୍ୟପାଳ ଭଗବତ ସିଂ କୋଶୟାରୀ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ବେଳେ ତାହା ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ସେହିପରି ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଗଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ରାଜନୈତିକ ଦାୟିତ୍ବରୁ ମୁକ୍ତ ହେବା ପରେ ରାଜ୍ୟପାଳ କୋଶୟାରୀ ତାଙ୍କ ଅବଶିଷ୍ଟ ଜୀବନ ଅଧ୍ୟୟନ ଓ ଲେଖାଲେଖିରେ ଅତିବାହିତ କରିବାର ଇଚ୍ଛା ରଖିଥିବା ରାଜଭବନ ତରଫରୁ କୁହାଯାଇଥିଲା । ନିକଟରେ ଏକାଧିକ ବିବାଦୀୟ ମନ୍ତବ୍ୟ ପାଇଁ ମହାରାଷ୍ଟ୍ରବାସୀଙ୍କ ଦ୍ବାରା ସମାଲୋଚିତ ହୋଇଥିଲେ ରାଜ୍ୟପାଳ କୋଶୟାରୀ । ଏନେଇ ସେ ଗଣମାଧ୍ୟମକୁ ଭାବପୂର୍ଣ୍ଣ ପ୍ରତିକ୍ରିୟା ରଖିଥିଲେ । ମହାରାଷ୍ଟ୍ର ପରି ସନ୍ଥ ସମାଜ ଓ ସମାଜ ସଂସ୍କାରଙ୍କ ମହାନ ରାଜ୍ୟରେ ରାଜ୍ୟପାଳ ଭାବେ ସାମ୍ବିଧାନିକ ଦାୟିତ୍ବରେ ଅବସ୍ଥାପିତ ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି କହିଥିଲେ କୋଶୟାରୀ ।

Last Updated : Feb 12, 2023, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.