ETV Bharat / bharat

Raja Parba in Mumbai: ପୋଡ଼ ପିଠା ବାସ୍ନାରେ ମହକିଲା ମୁମ୍ବାଇ, ପ୍ରବାସୀ ଓଡ଼ିଆ ପାଳିଲେ ରଜ

author img

By

Published : Jun 18, 2023, 5:09 PM IST

Updated : Jun 18, 2023, 5:43 PM IST

ମହାରାଷ୍ଟ୍ରରେ ପ୍ରବାସୀ ଓଡ଼ିଆଙ୍କ ଲାଗି ରଜପର୍ବର ମାହୋଲ ସୃଷ୍ଟି କରିବା ଲାଗି ସ୍ବାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ଆୟୋଜିତ ହୋଇଛି ବିଶେଷ କାର୍ଯ୍ୟକ୍ରମ । ଏଥିରେ ଓଡ଼ିଆ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

Raja Parba in Mumbai
Raja Parba in Mumbai

Raja Parba in Mumbai: ପୋଡ଼ ପିଠା ବାସ୍ନାରେ ମହକିଲା ମୁମ୍ବାଇ, ପ୍ରବାସୀ ଓଡ଼ିଆ ପାଳିଲେ ରଜ

ମୁମ୍ବାଇ: ପୋଡ଼ ପିଠା ବାସ୍ନାରେ ମହକିଲା ମହାରାଷ୍ଟ୍ର । ଓଡ଼ିଶାର ଗଣପର୍ବ ରଜପର୍ବକୁ ମୁମ୍ବାଇ ବୋରିଭଲି ସ୍ଥିତ ରହେଜା ଇଷ୍ଟେଟରେ ଧୁମଧାମର ସହିତ ପାଳନ କରାଯାଇଛି। ମହାରାଷ୍ଟ୍ରରେ ସ୍ବାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ଆୟୋଜିତ ହୋଇଛି ଏହି ବିଶେଷ କାର୍ଯ୍ୟକ୍ରମ । ଏଠାରେ ବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ଏହି ପର୍ବକୁ ପାଳନ କରିବା ସହିତ ବାହାର ରାଜ୍ୟରେ ରଜର ମାହୋଲ ସୃଷ୍ଟି କରିଛନ୍ତି । ଆଜି(ରବିବାର) ସକାଳ 11ଟାରୁ ଅପରାହ୍ନ 4.30 ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିବା ସୂଚନା ମିଳିଛି ।

ସ୍ବାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଥିମ୍‌ ବା ବିଷୟବସ୍ତୁ ରହିଛି 'ଋତୁସ୍ରାବ ସ୍ବଚ୍ଛତା'(Menstrual Hygiene) । ଏହି ବିଷୟବସ୍ତୁ ଉପରେ ଆଲୋଚନା ପାଇଁ ଏକ ଟକ୍‌ ଶୋ' (Talk Show)ର ଆୟୋଜନ କରାଯାଇଛି । ଡକ୍ଟର ସମ୍ବିତ ନନ୍ଦ ଓ ଡକ୍ଟର ରେଣୁବାଳା ସାହୁ ଏହି ଟକ୍‌ ଶୋ'ରେ ଅଂଶଗ୍ରହଣ କରିବେ । ତେବେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରହିଛନ୍ତି ଅଭିନେତ୍ରୀ, ଲେଖିକା, ଡିଭା ମେକର ଶୁଭଲକ୍ଷ୍ମୀ ଦାସ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଅଭିନେତ୍ରୀ ଲେସଲି ତ୍ରିପାଠୀ, ବିଶିଷ୍ଟ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର ।

ଏହା ବି ପଢନ୍ତୁ- ଆକାଶରୁ ବର୍ଷୁଛି ଅଗ୍ନି: ଭୟଙ୍କର ତାତିରେ ବିହାରରେ ୪୦ରୁ ଅଧିକ ମୃତ

ସକାଳ 11ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ 4.30ଟା ପର୍ଯ୍ୟନ୍ତ ରହିଥିବା ବେଳେ ଏହା 3ଟି ପର୍ଯ୍ୟାୟରେ ଆୟୋଜିତ ହେବ । ପ୍ରଥମ ପର୍ଯ୍ୟାୟରେ ସ୍ବାଗତ ଭାଷଣ ସାଙ୍ଗକୁ ଗୁରୁ ନିବେଦିତା ମୁଖାର୍ଜୀ ଓ ତାଙ୍କ ଗ୍ରୁପ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ । ଏହାପରେ ଓଡ଼ିଶାର ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ଲାଗି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଛୋଟ ପିଲାଙ୍କ ନୃତ୍ୟ ପରିବେଷଣ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥିଙ୍କ ଭାଷଣ ସାଙ୍ଗକୁ ବିଷୟବସ୍ତୁ ଉପରେ ଟକ୍‌ ଶୋ' ଏବଂ ଗୁରୁ ଅର୍ଚ୍ଚନା ବାସୁ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି । ଏହାସହିତ ସମ୍ବଲପୁରୀ ଗୀତରେ ନୃତ୍ୟ ପରିବେଷଣ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପ୍ରସିଦ୍ଧ ଆଚାର, ପାମ୍ପଡ଼ ଓ ମସଲା ଜାତୀୟ ପଦାର୍ଥ ବିକ୍ରି ହୋଇଛି ।

ଖାଲି ସେତିକି ନୁହେଁ, ରଜପର୍ବ ଅବସରରେ ଏହାକୁ ଆୟୋଜନ କରାଯାଇଥିବାରୁ ରଜ କ୍ବିନ୍‌ ପ୍ରତିଯୋଗିତା ମଧ୍ୟ ରହିଛି । ସେହିପରି ଫ୍ୟାଶନ ଶୋ' ଯୋଡ଼ିଦାର, ଗେମ୍ସ ଭଳି ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି । ମହାରାଷ୍ଟ୍ରରେ ବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଆ ଏହି ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ରଜ ମଉଜର ଭରପୁର ଉପଭୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 18, 2023, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.