ETV Bharat / bharat

ସୁକମାରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ଶହୀଦ

author img

By

Published : Nov 29, 2022, 10:35 PM IST

ସୁକମାରେ ନକ୍ସଲ ବିରୋଧୀ ଅପରେସନ ବେଳେ ଜଣେ ଯବାନ ଶହୀଦ (police naxalite encounter in sukma)। ଅପରାହ୍ନରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଅଧିକ ପଢନ୍ତୁ

ସୁକମାରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ଶହୀଦ
ସୁକମାରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ଶହୀଦ

ରାୟପୁର: ଛତିଶଗଡର ଲାଲଗଡ ଭାବେ ଜଣାଶୁଣା ସୁକମା ଜିଲ୍ଲାର ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ (police naxalite encounter in sukma)। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ସୂଚନା । ଶହୀଦ ଯବାନ କେରଳର ପାଲକଡର ବାସିନ୍ଦା ବୋଲି ଜଣାପଡିଛି । ଏନକାଉଣ୍ଟର ସମ୍ପର୍କରେ ବସ୍ତର ଆଇଜି ସୁନ୍ଦରରାଜ ସୂଚନା ଦେଇଛନ୍ତି ।

ଆଇଜି ସୁନ୍ଦରରାଜଙ୍କ ସୂଚନା ଅନୁସାରେ, ସୁକମାର ଡମ୍ବାକୋଟା ଓ ପେଣ୍ଟାପାଡ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳର ଯବାନ ମିଳିତ କମ୍ବିଂ ଅପରେସନରେ ବାହାରିଥିଲେ । ସଂଧ୍ୟା ପ୍ରାୟା 5ଟା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।

ତେବେ ଏଥିରେ ଜଣେ ଯବାନ ଗୁରୁତର ହୋଇଥିଲେ । ଗୁରୁତର ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଅନ୍ୟପଟେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି । ଅଧିକ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଛି । ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.