ETV Bharat / bharat

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ଶହୀଦ

author img

By

Published : May 4, 2022, 5:47 PM IST

ଛତିଶଗଡର ଦନ୍ତେଓ୍ବାଡା ଓ ନାରାୟଣପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲ ଏନକାଉଣ୍ଟର । ଜଣେ ଯବନ ଶହୀଦ । ଅଧିକ ପଢନ୍ତୁ

ଛତିଶଗଡରେ ପୋଲିସ-ନକ୍ସଲ ଗୁଳି ବିନିମୟ
ଛତିଶଗଡରେ ପୋଲିସ-ନକ୍ସଲ ଗୁଳି ବିନିମୟ

ରାୟପୁର: ଛତିଶଗଡର ଦନ୍ତେଓ୍ବାଡା ଓ ନାରାୟଣପୁର ଜଙ୍ଗଲରେ ଆରମ୍ଭ ହୋଇଛି ପୋଲିସ-ନକ୍ସଲ ଗୁଳି ବିନିମୟ । ଆଜି (ବୁଧବାର) ସ୍ଥାନୀୟ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା କର୍ମୀ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ DRBରେ କାର୍ଯ୍ୟରତ ଜଣେ ଯବାନ ଶହୀଦ ହୋଇଥିବା ବସ୍ତର IG ସୁନ୍ଦରରାଜ ସ୍ପଷ୍ଟ କରିଛନ୍ତି ।

ଶହୀଦ ଯବାନ ଜଣଙ୍କ 37ବର୍ଷୀୟ ସାଲିକ ରାମ ମରକାମ ଓ ସେ DRB ରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ଏନକାଉଣ୍ଟରରେ ନକ୍ସଲମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ କଡାକଡି କରିଛି ସୁରକ୍ଷା ବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.