ETV Bharat / bharat

Meri Maati Mera Desh: ଅମୃତ କଳସ ଯାତ୍ରାର ଉଦଯାପନୀ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 30, 2023, 10:28 PM IST

ମେରି ମାଟି ମେରା ଦେଶ ଅଭିଯାନ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଏବଂ ବୀରଙ୍ଗନା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବାର ଏକ କାର୍ଯ୍ୟକ୍ରମ । ଜନଭାଗିଦାରୀ ଭାବନାରେ ଏହି ଅଭିଯାନରେ ପଞ୍ଚାୟତ / ଗ୍ରାମ, ବ୍ଲକ୍‌ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସମାରୋହ ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

Meri Maati Mera Desh
Meri Maati MerMeri Maati Mera Desha Desh

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ୫ଟା ସମୟରେ କର୍ତ୍ତବ୍ୟ ପଥରେ ମେରି ମାଟି ମେରା ଦେଶ ଅଭିଯାନର ଅମୃତ କଳସ ଯାତ୍ରାର ଉଦଯାପନୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜାଦୀ କା ଅମୃତ ମହୋତ୍ସବର ଉଦଯାପନୀ ସମାରୋହ ଉପଲକ୍ଷେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅମୃତ ବାଟିକା ଓ ଅମୃତ ମହୋତ୍ସବ ସ୍ମାରକୀକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶର ହଜାର ହଜାର ଅମୃତ କଳସ ଯାତ୍ରୀଙ୍କୁ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗଙ୍କ ପାଇଁ ‘ମେରା ୟୁବା ଭାରତ’ ପ୍ଲାଟଫର୍ମର ଶୁଭାରମ୍ଭ କରିବେ ।

ମେରି ମାଟି ମେରା ଦେଶ ଅଭିଯାନ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଏବଂ ବୀରଙ୍ଗନା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବାର ଏକ କାର୍ଯ୍ୟକ୍ରମ । ଜନଭାଗିଦାରୀ ଭାବନାରେ ଏହି ଅଭିଯାନରେ ପଞ୍ଚାୟତ / ଗ୍ରାମ, ବ୍ଲକ୍‌ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସମାରୋହ ଆୟୋଜନ କରାଯାଇଥିଲା । ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ବୀର ଯବାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ପାଇଁ ଶିଳାଫଳକ (ସ୍ମାରକୀ) ନିର୍ମାଣ କାର୍ଯ୍ୟକ୍ରମ; ଶିଳାଫଳକରେ ଲୋକଙ୍କ ଦ୍ବାରା ପଞ୍ଚ ପ୍ରାଣ ଶପଥ ଗ୍ରହଣ; ସ୍ବଦେଶୀ ପ୍ରଜାତିର ବୃକ୍ଷରୋପଣ ଓ ଅମୃତ ବାଟିକା ବିକାଶ ଓ ସ୍ବାଧୀନତା ସଂଗ୍ରାମୀ ଓ ଶହୀଦ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯିବା ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା ।

ଅଧିକ ପଢନ୍ତୁ- Ram Mandir Inauguration: 22 ଜାନୁୟାରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା

ଏହି ଅଭିଯାନ ଏକ ବୃହତ ସଫଳତା ପାଇଥିଲା । ୩୬ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ୨.୩ ଲକ୍ଷରୁ ଅଧିକ ଶିଳାଫଳକ ନିର୍ମିତ ହୋଇଥିଲା। ପାଖାପାଖି ୪ କୋଟି ପଞ୍ଚ ପ୍ରାଣ ଶପଥ ସେଲଫି ଅପଲୋଡ ହେବା ସହ ଦେଶବ୍ୟାପୀ ୨ ଲକ୍ଷରୁ ଅଧିକ ‘ବୀରୋଁ କା ବନ୍ଦନ’ କାର୍ଯ୍ୟକ୍ରମ ହୋଇଥିଲା । ୨.୩୬ କୋଟିରୁ ଅଧିକ ସ୍ବଦେଶୀ ଚାରା ରୋପଣ କରାଯାଇଥିଲା। ସାରା ଦେଶରେ ବସୁଧା ବନ୍ଦନ ପ୍ରସଙ୍ଗ ଆଧାରରେ ୨.୬୩ ଲକ୍ଷ ଅମୃତ ବାଟିକା ସୃଷ୍ଟି କରାଯାଇଥିଲା । ମେରି ମାଟି ମେରା ଦେଶ ଅଭିଯାନରେ ଅମୃତ କଳସ ଯାତ୍ରା ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରେ ଗ୍ରାମାଞ୍ଚଳର ୬ ଲକ୍ଷରୁ ଅଧିକ ଗ୍ରାମ ଏବଂ ସହରାଞ୍ଚଳର ୱାର୍ଡରୁ ମାଟି ଏବଂ ଚାଉଳ ସଂଗ୍ରହ କରାଯାଇ ବ୍ଲକ ସ୍ତରକୁ ପଠାଯାଇଛି (ଯେଉଁଠାରେ ବ୍ଲକର ସମସ୍ତ ଗ୍ରାମର ମାଟି ମିଶ୍ରଣ ହୋଇଛି) ଏବଂ ପରେ ରାଜ୍ୟ ରାଜଧାନୀକୁ ପଠାଯାଇଛି । ହଜାର ହଜାର ଅମୃତ କଳସ ଯାତ୍ରୀଙ୍କ ସହ ରାଜ୍ୟସ୍ତରରୁ ଏହି ମାଟିକୁ ଜାତୀୟ ରାଜଧାନୀକୁ ଅଣାଯାଇଛି । ଆସନ୍ତାକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ହଜାର ହଜାର ଅମୃତ କଳସ ଯାତ୍ରୀଙ୍କୁ ସମ୍ବୋଧିତ କରିବେ । କର୍ତ୍ତବ୍ୟ ପଥରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରାଯାଉଥିବା ଅମୃତ ବାଟିକା ଓ ଅମୃତ ମହୋତ୍ସବ ସ୍ମାରକୀ ଦେଶର କୋଣ ଅନୁକୋଣରୁ ସଂଗୃହୀତ ମାଟିରୁ ନିର୍ମାଣ କରାଯାଇଛି ।

ସେହିପରି ଆଜାଦୀ କା ଅମୃତ ମହୋତ୍ସ ର ଅନ୍ତିମ କାର୍ଯ୍ୟକ୍ରମ ଭାବେ ମେରି ମାଟି ମେରା ଦେଶ ଅଭିଯାନର ପରିକଳ୍ପନା କରାଯାଇଥିଲା । ଭାରତର ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ୨୦୨୧ ମାର୍ଚ୍ଚ ୧୨ ତାରିଖରୁ ଆଜାଦି କା ଅମୃତ ମହୋତ୍ସବ ଆରମ୍ଭ ହୋଇଥିଲା । ଏହା ପରେ ସମଗ୍ର ଦେଶରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଅନ୍ୟପଟେ ମେରା ୟୁବା ଭାରତ ଏକ ସ୍ବୟଂଶାସିତ ସଂସ୍ଥା ଭାବରେ ପ୍ରତିଷ୍ଠିତ ହେଉଛି ଯାହା ଦେଶର ଯୁବବର୍ଗଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଦେଶର ପ୍ରତ୍ୟେକ ଯୁବକଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ, ମୋ ଭାରତ ଟେକ୍ନୋଲୋଜିର ଉପଯୋଗ କରି ସରକାରଙ୍କ ସମଗ୍ର କ୍ଷେତ୍ରରେ ଏକ ସକ୍ଷମ ବ୍ୟବସ୍ଥା ପ୍ରଦାନ କରିବ ଯାହା ଦ୍ବାରା ସେମାନେ ସେମାନଙ୍କର ଆକାଂକ୍ଷା ପୂରଣ କରି ପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.