ETV Bharat / bharat

ଉପହାର ନେଇ US ଯାଇଛନ୍ତି ମୋଦି, ଉପରାଷ୍ଟ୍ରପତି ହାରିସଙ୍କୁ ଦେଲେ ମିନାକାରୀ ଚେସ୍‌

author img

By

Published : Sep 24, 2021, 5:29 PM IST

ଶୁକ୍ରବାର ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟି ସଫଳ ଆଲୋଚନା କରିବା ସହିତ ବିଶେଷ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ଉପହାର ନେଇ US ପହଁଞ୍ଚିଛନ୍ତି ମୋଦି, ଉପରାଷ୍ଟ୍ରପତି ହାରିସଙ୍କୁ ଦେଲେ ମିନାକାରୀ ଚେସ୍‌
ଉପହାର ନେଇ US ପହଁଞ୍ଚିଛନ୍ତି ମୋଦି, ଉପରାଷ୍ଟ୍ରପତି ହାରିସଙ୍କୁ ଦେଲେ ମିନାକାରୀ ଚେସ୍‌

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ ଦିନିଆ ଆମେରିକା ଯାତ୍ରା ସମୟରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଖାସ କଥା ହେଉଛି ଯେ ତମାମ ବ୍ୟସ୍ତ ବହୁଳ ବୈଠକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ର ମୁଖ୍ୟଙ୍କୁ ଉପହାର ଦେବା ଚର୍ଚ୍ଚାର ବିଷୟ ରହିଛି । ଶୁକ୍ରବାର ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟି ସଫଳ ଆଲୋଚନା କରିବା ସହିତ ବିଶେଷ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରାଷ୍ଟ୍ରପତି ହାରିସଙ୍କୁ ତାଙ୍କ ଜେଜେ ପିଭି ଗୋପାଲନଙ୍କ ସହ ଜଡିତ କିଛି ପୁରୁଣା ସୂଚନାର ପାଣ୍ଡୁଲିପି ଦେଇଛନ୍ତି । ଏହା ଖାସ ପ୍ରକାରର ହସ୍ତଶିଳ୍ପ ଫ୍ରେମରେ ସଜାଯାଇଛି । ବରିଷ୍ଠ ଓ ଜଣେ ସମ୍ମାନିତ ଅଧିକାରୀ ଥିଲେ । ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବଦରେ ଦାୟିତ୍ବ ସମ୍ଭାଳିଛନ୍ତି ।

କେବଳ ସେତିକି ନୁହେଁ, ଗୋଲାପୀ ମିନାକାରୀର ଏସ ଚେସ୍‌ ସେଟ୍‌ ଉପରାଷ୍ଟ୍ରପତି ହାରିସଙ୍କୁ ଉପହାର ଦେଇଛନ୍ତି ମୋଦି । ଗୋଲାପୀ ମିନାକାରୀ କଳାକୃତି ଶିଳ୍ପ ଦୁନିଆର ସବୁଠୁ ପୁରୁଣା ସହର କାଶୀ ସହ ଜଡିତ । କାଶୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର । ଚେସ୍‌ର ଏହି ସେଟ୍‌ରେ ପ୍ରତ୍ୟେକ ଗୋଟିକୁ ସୂକ୍ଷ୍ମ ଭାବରେ ହାତରେ ପ୍ରସ୍ତୁତ କରାଯାଇଛି । ଏଥିରେ କାଶୀର ଜୀବନ୍ତ ଝଲକ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷେ ଶୁକ୍ରବାର ହୋଇଥିବା ଉପରାଷ୍ଟ୍ରପତି ହାରିସଙ୍କ ସହ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ ମୋରିସନଙ୍କୁ ଭେଟିଥିଲେ । ଏହି ସମୟରେ ସେ ପିଏମ ମୋରିସନଙ୍କୁ ରୂପାର ଗୋଲାପୀ ମୀନାକରି ଜାହାଜ ଉପହାର ସ୍ବରୂପ ଦେଇଛନ୍ତି । ଏହି ଜାହାଜକୁ ମଧ୍ୟ ବିଶେଷ ଭାବରେ ହାତରେ ପ୍ରସ୍ତୁତ କରାଯାଇଛି ।

ସେହିପରି ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦିହେ ସୁଗାଙ୍କ ସହ ସାକ୍ଷାତ ସମୟରେ ପିଏମ ମୋଦି ତାଙ୍କୁ ଚନ୍ଦନରେ ନିର୍ମିତ ବୁଦ୍ଧ ମୂର୍ତ୍ତି ଭେଟି ଦେଇଛନ୍ତି । ଖାସ କଥା ହେଉଛି ଯେ ଏହା ଜାପାନ ଓ ଭାରତକୁ ସୁଦୃଢ କରୁଥିବା ବୌଦ୍ଧ ଧର୍ମର ବିଶେଷ ମହତ୍ବ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.