ETV Bharat / bharat

Kanpur Metro ଉଦଘାଟନ କଲେ ମୋଦି, ଟିକେଟ କାଟି କଲେ ଯାତ୍ରା

author img

By

Published : Dec 28, 2021, 8:00 PM IST

କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ନିର୍ମାଣ ଅଂଶ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗୀ ଆଦିତ୍ୟାନାଥଙ୍କୁ କଲେ ପ୍ରଶଂସା । କହିଲେ ନିରନ୍ତର କାର୍ଯ୍ୟ କରୁଛି ଡବଲ ଇଞ୍ଜିନ ସରକାର । ଅଧିକ ପଢନ୍ତୁ

Kanpur Metro ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
Kanpur Metro ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋ ସେବାର ସମ୍ପୂର୍ଣ୍ଣ ହୋଇଥିବା ଅଂଶର ଲୋକାର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ନିଜେ ମେଟ୍ରୋରେ ଯାତ୍ରା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ପରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ।

ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି କାନପୁର ସହର ନିଜର ମେଟ୍ରୋ ସେବା ପାଇଛି । ଏହା କାନପୁର ସହରର ଯୋଗାଯୋଗ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ । ସେ ନିଜେ ଟିକେଟ କାଟି ମେଟ୍ରୋରେ ଯାତ୍ରା କରିଥିଲେ ଏବଂ ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ବିଜେପି ସରକାର ବିକାଶ ଦିଗରେ ବହୁ କାର୍ଯ୍ୟ ଜାରି ରଖିଛି । ରାଜ୍ୟର ବିକାଶକୁ ଏକ ନୂତନ ଉଚ୍ଚତାକୁ ଆଣିବା ପାଇଁ ଡବଲ ଇଞ୍ଜିନ ସରକାର ଆନ୍ତରିକତାର ସହ ପ୍ରୟାସ ଜାରି ରଖିଛନ୍ତି । ବିକାଶର ଉଦାହରଣ ଦେବାକୁ ମଧ୍ୟ ଭୁଲିନାହାନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, 2014 ପୂର୍ବରୁ, ୟୁପିରେ ମୋଟ ମେଟ୍ରୋ କଭରେଜ୍ ମାତ୍ର 9 କିଲୋମିଟର ଥିବାବେଳେ 2014 ରୁ 2019 ମଧ୍ୟରେ ଏହାକୁ 18 କିଲୋମିଟରକୁ ବୃଦ୍ଧି କରାଯାଇପାରିଛି ।

ସେହିପରି ଆଗକୁ ନର୍ବାଚନ ଆସୁଥିବ ବେଳେ ଜନସଭାକୁ ସମ୍ବୋଧିତ କରିବା ଆଳରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ପ୍ରଧାମନ୍ତ୍ରୀ । କାନପୁରବାସୀ ବ୍ୟବସାୟ ବୁଝାମଣାକୁ ଭଲ ଭାବରେ ବୁଝିପାରନ୍ତି ଏବଂ ଗତ ଦିନମାନଙ୍କରେ ସେମାନେ କ୍ଷମତାରେ ଥିବା ରାଜନୈତିକ ଦଳର ଦୁର୍ନୀତିକୁ ବେସ ଭାଲ ଭାବରେ ଦେଖିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.