ETV Bharat / bharat

ଶୀତ ଅଧିବେଶନ ଗରମ: ବିଜେପି ସାଂସଦଙ୍କ ସ୍ଲୋଗାନ୍ 'ତିସରି ବାର୍ ମୋଦି ସରକାର'

author img

By ANI

Published : Dec 4, 2023, 12:54 PM IST

Parliament Winter session: ସଂସଦ ଶୀତ ଅଧିବେଶନରେ ଆରମ୍ଭରୁ ଅଚଳାବସ୍ଥା । ଲୋକସଭା ମୁଲତବୀ । ତିନିଟି ରାଜ୍ୟରେ ବିଜେପିର ବିଜୟକୁ ନେଇ ବିଜେପି ସାଂସଦଙ୍କ ସ୍ଲୋଗାନ ଏବଂ ବିରୋଧୀଙ୍କ ବିରୋଧରୁ ଲୋକସଭାରେ ହୋଇଥିଲା ହଟ୍ଟଗୋଳ । ଅଧିକ ପଢ଼ନ୍ତୁ

ସଂସଦ ଶୀତ ଅଧିବେଶନ ଗରମ: ବିଜେପି ସାଂସଦଙ୍କ ସ୍ଲୋଗାନ 'ତିସରି ବାର୍ ମୋଦି ସରକାର'
ସଂସଦ ଶୀତ ଅଧିବେଶନ ଗରମ: ବିଜେପି ସାଂସଦଙ୍କ ସ୍ଲୋଗାନ 'ତିସରି ବାର୍ ମୋଦି ସରକାର'

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ଆରମ୍ଭରୁ ଅଚଳାବସ୍ଥା । ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟକୁ ନେଇ ବିଜେପି ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେଇଥିଲେ । ବିଜେପି ସାଂସଦମାନେ 'ତିସରି ବାର୍ ମୋଦି ସରକାର' ଏବଂ ' ବାର୍ ବାର ମୋଦି ସରକାର ' ନାରା ଦେଇଥିବା ବେଳେ, ଏହାକୁ ବିରୋଧ କରିଥିଲେ ବିରୋଧୀ ଦଳର ସାଂସଦମାନେ । ଯାହାକୁ ନେଇ ଲୋକସଭାରେ ହଟ୍ଟଗୋଳ ହୋଇଥିଲା । ସ୍ଥିତି ଅଣାୟତ୍ତ ହେବାରୁ ଲୋକସଭାକୁ ଦିନ ୧୨ ଯାଏଁ ମୁତଲବୀ ଘୋଷଣା କରିଥିଲେ ବାଚସ୍ପତି ଓମ୍ ବିର୍ଲା ।

ସଂସଦ ଆରମ୍ଭରୁ ସରଗରମ । ଲୋକସଭାରେ ବିଜେପିର ବିଧାନସଭା ବିଜୟର ସ୍ବର ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ପରେ ଆଜି (ସୋମବାର) ଲୋକସଭାରେ ବିଜେପି ସାଂସଦମାନେ ସ୍ଲୋଗାନ ଦେଇଥିଲେ । ଶୀତ ଅଧିବେଶନର ପ୍ରଥମ ଦିନରରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ, ଗୃହ ଭିତରେ ବିଧାନସଭା ନିର୍ବାଚନର ବିଜୟ ଉତ୍ସବ ମନାଇଥିଲେ ବିଜେପି ସାଂସଦମାନେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ, ବିଜେପି ସାଂସଦମାନେ ଲୋକସଭା ଭିତରେ, 'ତିସରି ବାର୍ ମୋଦି ସରକାର' ଏବଂ ' ବାର୍ ବାର ମୋଦି ସରକାର' ସ୍ଲୋଗାନ ଦେଇଥିଲେ । ଏହାସହ ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟର ଖୁସି ମନାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଶୀତ ଅଧିବେଶନରେ ପରାଜୟର ରାଗ ସଂସଦରେ ବାହାର କରିବ ନାହିଁ, ବିରୋଧୀଙ୍କୁ ମୋଦିଙ୍କ ଅପିଲ୍

ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରି ସ୍ଲୋଗାନ ଦେଇଥିବା ବେଳେ, ଏହାକୁ ବିରୋଧ କରିଥିଲେ ବିରୋଧୀ ଦଳ । ବିରୋଧୀ ଦଳର ସାଂସଦମାନେ ଏହା ଉପରେ ଆପତ୍ତି ଉଠାଇବା ସହ ପ୍ରତିବାଦ କରିଥିଲେ । ଫଳରେ ଗୃହ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ଶାସକ ଏବଂ ବିପକ୍ଷ ସାଂସଦ । ଏହାକୁ ନେଇ ଗୃହରେ ଗଣ୍ଡଗୋଳିଆ ସ୍ଥିତି ସୃଷ୍ଟି ହୋଇଥିଲା । ଶାସକ ଏବଂ ବିପକ୍ଷ ସାଂସଦମାନଙ୍କ ମଧ୍ୟରେ କଥା କଟି ଯୋଗୁଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଫଳରେ ବାଚସ୍ପତି ଓମ୍ ବିର୍ଲା ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଆଜିଠାରୁ (ଡିସେମ୍ବର ୪ ତାରିଖ) ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି । ଦୁଇଟି ଆର୍ଥିକ ବିଲ୍ ସମେତ ମୋଟ୍ ୨୧ଟି ବିଲ୍ ଚଳିତ ଶୀତ ଅଧିବେଶନରେ ଆଗତ ହେବ । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ୩ଟି ବିଲ୍ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.