ETV Bharat / bharat

ଶୀତ ଅଧିବେଶନରେ ପରାଜୟର ରାଗ ସଂସଦରେ ବାହାର କରିବ ନାହିଁ, ବିରୋଧୀଙ୍କୁ ମୋଦିଙ୍କ ଅପିଲ୍

author img

By ETV Bharat Odisha Team

Published : Dec 4, 2023, 12:42 PM IST

ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଏହା ପୂର୍ବରୁ ସମ୍ବୋଧନ କରି ବିରୋଧୀଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi on Parliament Winter Session
Parliament Winter Session

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଏହା ପୂର୍ବରୁ ସଂସଦ ପରିସରରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନରେ ବିରୋଧୀକୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅପିଲ କରିଛନ୍ତି । ଏହା ସହିତ ଲୋକତନ୍ତ୍ର ପାଇଁ ବିରୋଧୀଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଶୀତ ଅଧିବେଶନରେ ପରାଜୟର ରାଗ ନ ସୁଝାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | Winter Session of Parliament | PM Narendra Modi says, "I have been urging for your (Opposition) cooperation in the House. Today, I also speak politically - it is beneficial for you too if you give a message of positivity to the country. It is not right for democracy if… pic.twitter.com/d2FjMDPR6i

    — ANI (@ANI) December 4, 2023 " class="align-text-top noRightClick twitterSection" data=" ">

ଶୀତ ଅଧିବେଶନ ପୂର୍ବରୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆମେ ବୋଧେ ବିଳମ୍ବରେ ଚାଲୁଛେ । ଶୀତ ଟିକେ ଧୀରେ ଆସିଛି ମାତ୍ର ରାଜନୈତିକ ତାତି ଦ୍ରୁତ ଗତିରେ ଆସୁଛି । ଗତକାଲି 4 ରାଜ୍ୟରେ ନିର୍ବାଚନ ଫଳାଫଳ ଆସିଛି ଯାହା ଉତ୍ସାହପୂର୍ଣ୍ଣ ରହିଛି । ଏହା ସେହିମାନଙ୍କ ପାଇଁ ଉତ୍ସାହପୂର୍ଣ୍ଣ ଯିଏ ଦେଶର ସାମାନ୍ୟ ମାନବିକତାର କଲ୍ୟାଣ ଓ ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରତିଶ୍ରୁତିବଦ୍ଧ । ବିଶେଷ କରି ସହର, ଗାଁର ମହିଳା, ସବୁ ସମାଜ ଓ ସମୁଦାୟ ଯୁବପିଢି ଏବଂ ପ୍ରତି ସମୁଦାୟର କିଶାନ ଓ ମୋ ଦେଶର ଗରିବ ଏହି ମହତ୍ତ୍ବପୂର୍ଣ୍ଣ ଜାତିର ସଶକ୍ତୀକରଣ ଓ ସେମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାକୁ ଯୋଜନାକୁ ଯିଏ ଚାଲନ୍ତି ତାହାକୁ ବହୁମତ ସମର୍ଥନ ମିଳେ । ଉତ୍ତମ ଜନାଦେଶ ପରେ ସଂସଦର ନୂଆ ମନ୍ଦିରରେ ଭେଟିଛେ । ନୂଆ ସଂସଦରେ ଲମ୍ବା ସମୟ ଯାଏ କାମ କରିବାର ଅବସର ମିଳିବ । ଦେଶବାସୀ ନକରାତ୍ମକକୁ ଆଉଟ କରିଛନ୍ତି । ବିପକ୍ଷଙ୍କ ସହିତ ମୁଁ ବିଚାରବିମର୍ଶ କରିଛି । ଏକାଠୀ ହୋଇ ସମସ୍ତଙ୍କ ସହଯୋଗ ପାଇଁ ଅପିଲ କରୁଛି । ଲୋକତନ୍ତ୍ରର ଏହି ମନ୍ଦିର ଜନତାଙ୍କ ଆକାକ୍ଷାଂ ପାଇଁ ଓ ବିକଶିତ ଭାରତର ସଂକଳ୍ପକୁ ଅଧିକ ମଜଭୂତ କରିବା ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ମଞ୍ଚ । ସମସ୍ତ ସାଂସଦଙ୍କୁ ଅପିଲ କରୁଛି ପ୍ରସ୍ତୁତ ହୋଇ ଆସନ୍ତୁ ଏବଂ ଉତ୍ତର ପରାମର୍ଶ ଦିଅନ୍ତୁ । ପାରିତ ବିଲ ଉପରେ ହେଉଥିବା ଆଲୋଚନାରେ ଭାଗ ନିଅନ୍ତୁ ବୋଲି ମୁଁ ଆଗ୍ରହ କରୁଛି ।''

  • #WATCH | Winter Session of Parliament | PM Narendra Modi says, "...If I speak on the basis of the recent elections' results, this is a golden opportunity for our colleagues sitting in the Opposition. Instead of taking out your anger of defeat in this session, if you go ahead with… pic.twitter.com/jx590Ahdru

    — ANI (@ANI) December 4, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରାଜନୈତିକ ଦୃଷ୍ଟିରୁ କହିବାକୁ ଗଲେ ବିରୋଧୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଏହି ଅଧିବେଶନରେ ପରାଜୟର ରାଗ ବାହାର କରିବା ଯୋଜନା ବଦଳରେ ପରାଜୟରୁ ଶିଖି 9 ବର୍ଷରେ ଚଳାଉଥିବା ନକରାତ୍ମକତା ଛାଡି ସକରାତ୍ମକ ରାସ୍ତାରେ ଆଗକୁ ବଢ । ଫଳରେ ଦେଶପ୍ରତି ତୁମର ଦୃଷ୍ଟିକୋଣ ବଦଳିବ । ତୁମ ପାଇ ବିରୋଧୀ ହୋଇ ବି ମୁଁ ତୁମକୁ ଭଲ ପରାମର୍ଶ ଦେଉଛି । ଲୋକତନ୍ତ୍ର ପାଇଁ ବିରୋଧୀ ମଧ୍ୟ ଗୁରୁତ୍ବ ବହନ କରନ୍ତି । ଦେଶକୁ ସକାରତ୍ମକତାର ସନ୍ଦେଶ ଦିଅ । ତୁମ ଛବି ଘୃଣା ଓ ନକରତ୍ମକା ହେବା ଲୋକତନ୍ତ୍ର ପାଇଁ ଭଲ ନୁହେଁ । ଆମେ 10 ପାଦ ଆଗକୁ ଗଲେ ତୁମ 12 ପାଦ ଆଗକୁ ଯାଅ । ସମସ୍ତ ଭବିଷ୍ୟତ ଉଜ୍ବଳ । ନିରାଶ ହେବାର ଆବଶ୍ୟକ ନାହିଁ । ଦୟା କରି ନିର୍ବାଚନ ପରାଜୟର ରାଗ ଗୃହରେ ସୁଝାଇବ ନାହିଁ । ଲୋକତନ୍ତ୍ରର ଏହି ମନ୍ଦିରକୁ ସେହି ମଞ୍ଚ କର ନାହିଁ । ଦେଶର ହିତରେ ସକରାତ୍ମକତା ଜିନିଷର ସାଥ ଦିଅ । ଗୃହରେ ସହଯୋଗ କର । ଏବେ ଦେଶ ବିକଶିତ ହେବାକୁ ଆଉ ଲମ୍ବା ଅପେକ୍ଷା କରିବାକୁ ଚାହୁଁନାହିଁ । କେବେଳ ଆଗକୁ ବଢିବାର ଅଛି । ସଂସଦକୁ ଆଗକୁ ବଢାଇବାକୁ ସମସ୍ତଙ୍କୁ ଅପିଲ ।''

  • #WATCH | Winter Session of Parliament | PM Narendra Modi says, "The country has rejected negativity. Before the commencement of the session, we hold discussions with our colleagues in the Opposition...We urge and pray for the cooperation of everyone. This time too, the process… pic.twitter.com/egfoYHwELP

    — ANI (@ANI) December 4, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ, ଆଗତ ହେବ 21 ବିଲ୍

ପ୍ରକାଶ ଥାଉ କି, ଆଜିଠୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଛି । 19ଟି କାର୍ଯ୍ୟଦିବସ ସହ ବର୍ଷର ଶେଷ ଅଧିବେଶନ 22 ତାରିଖ ଯାଏ ଚାଲିବ । ଏହି ଅଧିବେଶନରେ ଦୁଇଟି ଆର୍ଥିକ ବିଲ୍ ସହ ମୋଟ 21ଟି ବିଲ ଆଗତ ହେବାକୁ ଯାଉଛି । 2ଟି ଆର୍ଥିକ ବିଲ ଓ 19ଟି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲକୁ ମିଶାଇ ମୋଟ 21ଟି ବିଲ୍ ଅଧିବେଶନରେ ଗୃହରେ ଆଗତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.