ETV Bharat / bharat

ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ, ଆଗତ ହେବ 21 ବିଲ୍

author img

By ETV Bharat Odisha Team

Published : Dec 4, 2023, 7:47 AM IST

Parliament winter session: ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ । 19ଟି କାର୍ଯ୍ୟଦିବସ ସହ ବର୍ଷର ଶେଷ ଅଧିବେଶନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆସିବାକୁ ଯାଉଛି । ଅଧିକ ପଢନ୍ତୁ

parliament winter session
parliament winter session

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ । ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । 19ଟି କାର୍ଯ୍ୟଦିବସ ସହ ବର୍ଷର ଶେଷ ଅଧିବେଶନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆସିବାକୁ ଯାଉଛି । 2 ଆର୍ଥିକ ବିଲ ସମେତ 21 ବିଧେୟକ ଉପରେ ଆଲୋଚନା ହେବ । ସଦ୍ୟ ପ୍ରକାଶିତ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରି ବିଜେପି ଉତ୍ସାହିତ ରହିଛି । ଦଳ ଗୃହରେ ଏଥର ବିରୋଧୀଙ୍କୁ ଟାର୍ଗେଟ କରିପାରେ । ଏହାସହିତ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ନେଇ ସୁପାରିସ ହୋଇଥିବା ରିପୋର୍ଟ ଲୋକସଭାରେ ଆଗତ ହୋଇପାରେ । ବିଶେଷ କରି ସଂସଦ କାର୍ଯ୍ୟରେ ବିରୋଧୀ ଯେପରି ବାଧା ସୃଷ୍ଟି ନ କରନ୍ତି ସେ ଦିଗରେ ଅଧିକ ଗୁରୁତ୍ବଦେବ ଶାସକ ଦଳ ।

ବିଶେଷ କରି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ମାମଲାରେ ଅଧିବେଶନରେ ପ୍ରଥମ ଦିନରେ ସଂସଦୀୟ ସଦାଚାର କମିଟି ରିପୋର୍ଟ ଉପସ୍ଥାପନା କରିବ । ଏହା ସହିତ ଶାସକ ଓ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇପାରନ୍ତି । ଏହାଛଡା ମହଙ୍ଗା ମାଡ, ଚୀନ ସହ ସୀମା ସମସ୍ୟା, ମଣିପୁର ହିଂସା, ଇଡି ଓ ସିବିଆଇର ଅପବ୍ୟବହାର ପ୍ରସଙ୍ଗକୁ ମୁଦ୍ଦା କରି ଶାସକ ଦଳକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଥିବା ଆକଳନ କରାଯାଉଛି ।

ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ଅଧିବେଶନରେ ସରଗରମ ରହିପାରେ । କ୍ବାସ ଫର କ୍ବାରୀ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ମଧ୍ୟ ଉଠିପାରେ । ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଥିକ୍ସ କମିଟି ତଦନ୍ତ ଶେଷ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିସାରିଛି । ଏଥିରେ ମୋଇତ୍ରାଙ୍କ ସଂସଦ ସଦସ୍ୟତା ରବ୍ଦ କରିବାକୁ ସୁପାରିଶ୍ କରାଯାଇଥିବା କୁହାଯାଉଛି । ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବାଚସ୍ପତି ।

ଏହା ବି ପଢନ୍ତୁ...ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ଫେଲ ! ବୈଠକ ଡାକିଲା ‘ଇଣ୍ଡିଆ’ ମେଣ୍ଟ

2 ଆର୍ଥିକ ବିଲ ସମେତ ଆଗତ ହେବ 21 ବିଲ୍: ଆଜିଠୁ ଆରମ୍ଭ ହୋଇ 22 ତାରିଖ ଯାଏ ଚାଲିବ ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନରେ ଦୁଇଟି ଆର୍ଥିକ ବିଲ୍ ସହ ମୋଟ 21ଟି ବିଲ ଆଗତ ହେବାକୁ ଯାଉଛି । 2ଟି ଆର୍ଥିକ ବିଲ ଓ 19ଟି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲକୁ ମିଶାଇ ମୋଟ 21ଟି ବିଲ୍ ଅଧିବେଶନରେ ଗୃହରେ ଆଗତ ହେବ । ଏଥିରେ ଗୃହ ମନ୍ତ୍ରଣାଳୟର 3ଟି ବିଲ ରହିଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଗତ ହେବାକୁ ଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ ଅଧିନିମୟ ବିଲ ଉପରେ ସମସ୍ତଙ୍କ ନଜର ରହିଛି । ଏହା ଏବେ ଦେଶରେ ପ୍ରଚଳିତ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟର ସଂଶୋଧିତ ବିଲ ଭାବେ ଆଗତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.