ETV Bharat / bharat

ଉତ୍ତରପ୍ରଦେଶ: ପଞ୍ଚାୟତର ଅଜବ ନିଷ୍ପତ୍ତି ଦୁଷ୍କର୍ମକାରୀକୁ 1ଲକ୍ଷ କ୍ଷତିପୂରଣ ଜରିମାନା

author img

By

Published : Aug 5, 2022, 3:24 PM IST

ଉତ୍ତରପ୍ରଦେଶ ସନ୍ଥ କବୀର ନଗରରେ ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମାମଲା ଥାନାରେ ପହଞ୍ଚିଥିଲା । ହେଲେ ପଞ୍ଚାୟତ ଘଟଣାର ଫଇସଲା କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଷ୍କର୍ମକାରୀକୁ 1 ଲକ୍ଷ 25 ହଜାର କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ଶୁଣାଇଛି ପଞ୍ଚାୟତ । ଅଧିକ ପଢନ୍ତୁ

ପଞ୍ଚାୟତ ଫଇସଲା, ଦୁଷ୍କର୍ମକାରୀକୁ ଆର୍ଥିକ ଦଣ୍ଡ
ପଞ୍ଚାୟତ ଫଇସଲା, ଦୁଷ୍କର୍ମକାରୀକୁ ଆର୍ଥିକ ଦଣ୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସନ୍ଥ କବୀର ନଗରରେ ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମାମଲା ଥାନାରେ ପହଞ୍ଚିଥିଲା । ହେଲେ ପଞ୍ଚାୟତ ଘଟଣାର ଫଇସଲା କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଷ୍କର୍ମକାରୀକୁ 1 ଲକ୍ଷ 25 ହଜାର କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ଶୁଣାଇଛି ପଞ୍ଚାୟତ । ଏଠି ପ୍ରଶ୍ନ ଉଠୁଛି ଯେ ନ୍ୟାୟପାଳିକାକୁ ଟକ୍କର ଦେଇଛି ପଞ୍ଚାୟତ । ଜଣେ କିଶୋରୀକୁ ନ୍ୟାୟ ଦେବା ବଦଳରେ ଦୁଷ୍କର୍ମର ମୂଲ୍ୟ ନିର୍ଦ୍ଧାରଣ କରିଛି ପଞ୍ଚାୟତ ।

ସନ୍ଥ କବୀର ନଗର ଗାଁର 16 ବର୍ଷୀୟ ନାବାଳିିକାକୁ ସେହି ଗାଁର 18 ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ନିତ୍ୟକର୍ମ ପାଇଁ ଯାଇଥିବା ସମୟରେ ଘଟଣା ଘଟିଥିଲା । କିଶୋରୀ ଜଣଙ୍କ ତାଙ୍କ ସହ ଘଟିଥିବା ଘଟଣା ନେଇ ଘରଲୋକଙ୍କୁ ଜଣାଇଥିଲେ । ପରିବାର ପୀଡିତାଙ୍କୁ ନେଇ ଥାନାରେ ପହଞ୍ଚିଥିଲେ । ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ...ବିହାରରେ ବିଶାକ୍ତ ମଦ ପିଇ ୯ ମୃତ, ୨୫ଜଣ ହରାଇଛନ୍ତି ଦୃଷ୍ଟିଶକ୍ତି

ଘଟଣାକୁ ନେଇ ବସିଲା ପଞ୍ଚୟାତ...

ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତକୁ ଥାନାକୁ ଡାକି କିଛି ଘଣ୍ଟା ଥାନାରେ ରଖି ଛାଡି ଦେଇଥିଲା । ମାତ୍ର ଏହାରି ଭିତରେ ହଠାତ୍ ମୁଣ୍ଡ ପୁରେଇଲା ପଞ୍ଚାୟତ । କାରଣ ଅଭିଯୁକ୍ତ ପ୍ରଭାବିଶାଳୀ ପରିବାରର ହୋଇଥିବାରୁ ମାମଲାକୁ ଆପୋଷ ବୁଝାମଣା କରିବାକୁ ନିଷ୍ପତ୍ତି ନେଇଥିଲା । ଗାଁର ପ୍ରତିଷ୍ଠିତ ବ୍ୟକ୍ତି ଏକାଠି ହୋଇଥିଲେ । ଦୁଇପକ୍ଷର ଲୋକେ ଆସିଲେ, ପଞ୍ଚାୟତ ବସିଥିଲା । ଉଭୟ ପକ୍ଷଙ୍କ କଥା ଶୁଣିବାର ଦୀର୍ଘ ସମୟ ପରେ ପଞ୍ଚାୟତ ନିଷ୍ପତ୍ତି ନେଇଥିଲା । ଶେଷରେ ପଞ୍ଚାୟତ ନିଷ୍ପତ୍ତି ଅନୁଯାୟୀ ଅଭିଯୁକ୍ତ ଜଣକ ପୀଡିତା ପରିବାରକୁ 1 ଲକ୍ଷ 25 ହଜାର ଟଙ୍କା କ୍ଷତିପୂରଣ ଦେବାକୁ କୁହା ଯାଇଥିଲା । ଏହାପରେ ପୀଡିତାଙ୍କ ପରିବାରକୁ ଟାଙ୍କା ମଧ୍ୟ ଦିଆଯାଇଥିଲା ।

ସେପଟେ ଏପରି କୌଣସି ଘଟଣା ଘଟିଥିବା ନେଇ ସୂଚନା ନଥବା କହିଛି ପୋଲିସ । ଏପରିକି ସେମିତି କିଛି ଘଟଣା ସାମ୍ନାକୁ ଆସିନାହିଁ, ଯଦି ସେମିତି ଅଭିଯୋଗ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । ଏଠାରେ ପୋଲିସ ପୀଡିତା ପରିବାରକୁ ନ୍ୟାୟ ଦେବା ବଦଳରେ ମାମଲାକୁ ରଫାଦଫା କରିବା ନିମନ୍ତେ ଚୁପ ରହିବା ଯୋଗୁଁ ଏହାର ଫାଇଦା ନେଇଛନ୍ତି କିଛି ସଂଭ୍ରାନ୍ତ ଶ୍ରେଣୀର ଲୋକେ । ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ଆଇନର ରକ୍ଷକ ଯଦି ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହେବ ତେବେ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.