ETV Bharat / bharat

Child marriage cases in Assam: 10 ଦିନରେ 4 ହଜାରୁ ଅଧିକ ମାମଲା ପଞ୍ଜିକୃତ

author img

By

Published : Feb 3, 2023, 3:26 AM IST

ଆସାମରେ ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି । ଗତ ମାତ୍ର 10 ଦିନରେ ପଞ୍ଜିକୃତ ହୋଇଛି 4 ହଜାରୁ ଅଧିକ ମାମଲା । ଆଜିଠାରୁ ଆରମ୍ଭ ହୋଇଛି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା । ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା । ଅଧିକ ପଢନ୍ତୁ

Child marriage cases in Assam
Child marriage cases in Assam

ହାଇଦ୍ରାବାଦ: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ବାଲ୍ୟ ବିବାହ ସମସ୍ୟା ଏବେ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ଶିକ୍ଷା ଓ ସଚେତନତାର ଅଭାବ କାରଣରୁ ବାଲ୍ୟ ବିବାହ ରୋକିବାର ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ପ୍ରଶାସନ ଓ ସରକାରଙ୍କୁ ଏହି ଦିଗରେ ସଫଳତା ମିଳୁନଥିବା ପରି ସ୍ଥିତି ଦେଖିବାକୁ ମିଳୁଛି । ଗତ କିଛି ମାସ ହେବ ରାଜ୍ୟରେ ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରିରହିଛି । କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗତ ମାତ୍ର 10 ଦିନରେ ମଧ୍ୟରେ 4 ହଜାରରୁ ଅଧିକ ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି । ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ବଶର୍ମା ନିଜେ ସୂଚନା ଦେଇଛନ୍ତି । ରାଜ୍ୟରେ ଏକାଧିକ ଅପରେସନରେ ମାତ୍ର 10 ଦିନ ମଧ୍ୟରେ 4 ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଏହାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି ।

10 ଦିନରେ 4 ହଜାରୁ ଅଧିକ ମାମଲା ପଞ୍ଜୀକୃତ
10 ଦିନରେ 4 ହଜାରୁ ଅଧିକ ମାମଲା ପଞ୍ଜୀକୃତ

ନାଓଗାଁ ସହରରେ ଏକ ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି, ରାଜ୍ୟ ପୋଲିସ ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସମ୍ପର୍କିତ ବିଭାଗ ଦ୍ବାରା ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଯେଉଁଥିରେ ମାତ୍ର 10 ଦିନରେ 4 ହଜାର ମାମଲା ସାମ୍ନାକୁ ଆସିଛି । ଏହାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ସମସ୍ତଙ୍କ ସହଯୋଗ ଆଶା କରାଯାଉଛି । ସମସ୍ତଙ୍କ ସହଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦ୍ବାରା ବାଲ୍ୟ ବିବାହ ପରି ସାମାଜିକ ସମସ୍ୟାକୁ ରୋକାଯାଇ ପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଆସାମର 36 ଜିଲ୍ଲାରୁ ପ୍ରାୟ ସବୁଠାରେ ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଧୁବ୍ରି ଜିଲ୍ଲାରେ ସର୍ବାଧିକ ମାମଲା ରହିଛି । ସେହିପରି ହୋଜାଇ ଓ ଓଦାଲଗୁରୀ ଜିଲ୍ଲା ଏହି ତାଲିକାରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ରାଜ୍ୟର ହାଇଲାକାଣ୍ଡି ଜିଲ୍ଲାରେ ସର୍ବନିମ୍ନ ମାମଲା ରେକର୍ଡ ହୋଇଛି । ସମସ୍ତ ମାମଲାର ପୃଷ୍ଠଭୂମି ଯାଞ୍ଚ କରାଯାଉଛି । ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ସହ ଆଲୋଚନା ସହ ସେମାନଙ୍କ ସହଯୋଗ ମଧ୍ୟ ଲୋଡୁଛି ସ୍ଥାନୀୟ ପ୍ରଶାସନ ।

Child marriage cases in Assam
Child marriage cases in Assam

ସରକାରୀ ରିପୋର୍ଟର ଜିଲ୍ଲାଓ୍ବାରୀ ତଥ୍ୟକୁ ଦେଖିବାକୁ ଗଲେ ଧୁବ୍ରି ଜିଲ୍ଲାରେ 370 ବାଲ୍ୟ ବିବାହ ମାମଲା, ହୋଜାଇ ଜିଲ୍ଲାରେ 255, ଓଦାଲଗୁରୀ ଜିଲ୍ଲାରେ 235, କାମ୍ରୁପ ମହାନଗର ନିଗମରେ 192, ଗୋଲପାରା ଜିଲ୍ଲାର 157, ବାଜାଲୀ ଜିଲ୍ଲାରେ 132, ବକସା ଜିଲ୍ଲାର 153, ବାରପଟା ଜିଲ୍ଲାରେ 98, ବିଶ୍ୱନାଥ ଜିଲ୍ଲାର 98, ବଙ୍ଗାଇଗାଓଁ ଜିଲ୍ଲାରେ 123, କାଚରରେ 35, ଚାରିଡ଼ିଓରେ 78, ଚିରଙ୍ଗରେ 54, ଡେରାଙ୍ଗରେ 125, ଧାମଜୀରେ 101, ନାଗାଓଁ ଜିଲ୍ଲାରେ 113, ନାଲବାରୀ ଜିଲ୍ଲାରେ 171 ଏବଂ ସାଦିଆ ଜିଲ୍ଲାରେ 85 ଟି ମାମଲା ରହିଛି ।

ସେହିପରି ସିଭାସାଗର ଜିଲ୍ଲାରେ 54, ସୋନିତପୁର ଜିଲ୍ଲାରେ 60, ଦକ୍ଷିଣ ଶାଲମାରା ଜିଲ୍ଲାରେ 145, ତାମୁଲପୁର ଜିଲ୍ଲାରେ 110, ଟିନୁସୁକିଆ ଜିଲ୍ଲାରେ 73, ହାମରନ ଜିଲ୍ଲାରେ 15 ଏବଂ ହାଇଲକାଣ୍ଡି ଜିଲ୍ଲାରେ ମାତ୍ର ଗୋଟିଏ ମାମଲା ରହିଛି । 2006 ମସିହାରେ ସଂସଦରେ ବାଲ୍ୟ ବିବାହ ନିରୋଧ ଆଇନ୍‌ (Child Marriage Prohibition Act in 2006) ପାରିତ ହୋଇଥିଲା । ଏହାକୁ ଆସାମରେ କଡାକଡି ଭାବେ ପାଳନ କରାଯାଉଥିବା ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.