ETV Bharat / bharat

ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ବିରୋଧୀଙ୍କ ମିଳିତ ବିରୋଧ, କହିଲେ ଏହା ଗଣତନ୍ତ୍ରର ହତ୍ୟା

author img

By

Published : Mar 24, 2023, 7:04 PM IST

ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ନେଇ ରାଜନୈତିକ ମହଲରେ ପ୍ରତିକ୍ରିୟା । କଂଗ୍ରେସ ସହ ସ୍ବର ମିଶାଇଲେ ଦେଶର ପ୍ରମୁଖ ବିରୋଧୀ ଦଳ । କହିଲେ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ହେବ । ଅଧିକ ପଢ଼ନ୍ତୁ

ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ବିରୋଧିଙ୍କ ମିଳିତ ବିରୋଧ
ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ବିରୋଧିଙ୍କ ମିଳିତ ବିରୋଧ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟକା ଲାଗିଛି । 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଗତକାଲି ସୁରଟ ସେସନ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା ଶୁଣାଇଥିଲେ । ଏହାର ୨୪ ଘଣ୍ଟା ମଧ୍ୟରେ ରାହୁଲଙ୍କର ଲୋକସଭା ସାଂସଦ ସଦସ୍ୟତା ରଦ୍ଦ ହୋଇଛି । ଏନେଇ ଆଜି ଲୋକସଭା ସଚିବାଳୟରୁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ନେଇ ନୋଟିସ ଜାରି ହୋଇଛି । ତେବେ ଏହାକୁ ବିରୋଧ କରି ଏଭଳି ପଦକ୍ଷପକୁ ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ସମେତ ଦେଶର ବିଭିନ୍ନ ବିରୋଧି ଦଳ ।

  • मोदी सरकार को सबसे ज़्यादा डर श्री @RahulGandhi व कांग्रेस पार्टी से लगता है।

    लोकतंत्र की हत्या करने लिए उन्होंने श्री गाँधी की संसद सदस्यता रद्द की है।वो सच बोलने वालों का मुँह बंद करना चाहते हैं।

    देशवासी ये तानाशाही नहीं सहेंगे।
    लोकतंत्र की हिफ़ाज़त के लिए हम जेल तक जाएँगे। pic.twitter.com/bxvwwJik5U

    — Mallikarjun Kharge (@kharge) March 24, 2023 " class="align-text-top noRightClick twitterSection" data=" ">

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି, "ସେମାନେ (BJP) ରାହୁଲ ଗାନ୍ଧିଙ୍କ ପଦ ରଦ୍ଦ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି । ଯେଉଁମାନେ ସତ କୁହନ୍ତି, ସେମାନଙ୍କୁ ରଖିବା ପାଇଁ ସେମାନେ ଚାହାନ୍ତି ନାହିଁ । କିନ୍ତୁ ଆମେ ସତ କହିବା ଜାରି ରଖିବୁ ।" ତେବେ କିଛି ବି ହେଇଯାଉ, ଆଦାନୀ ପ୍ରସଙ୍ଗରେ କଂଗ୍ରେସ JPC (Joint Parliamentary Committee) ତଦନ୍ତ ଦାବି କରିବା ଜାରି ରଖିବ ବୋଲି ସେ ନିଶ୍ଚିତ କରିଛନ୍ତି । ଏହାସହ ମୋଦି ସରକାର ରାହୁଲ ଗାନ୍ଧି ଓ କଂଗ୍ରେସକୁ ସବୁଠାରୁ ଅଧିକ ଭୟ କରନ୍ତି ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ ଥିବା ସେ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି ।

ସେହିଭଳି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ସେ କହଛନ୍ତି, "ବିଜେପି ଓ ମୋଦି-ଶାହା ଯୋଡ଼ି ରାହୁଲ ଗାନ୍ଧିଙ୍କୁ ସଂସଦରେ କହିବାକୁ ଦେବେନି ବୋଲି ପୂର୍ବରୁ ଆଶା କରାଯାଉଥିଲା । ତେବେ ଏନେଇ ଆମୋ ଲୋକଙ୍କ ପାଖକୁ ଯିବୁ ବୋଲି କହିଛନ୍ତି ଦିଗବିଜୟ ସିଂହ । ସେହିଭଳି ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ମଧ୍ୟ ଏନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଯେବେଠାରୁ ରାହୁଲ ଗାନ୍ଧି ଆଦାନୀ ପ୍ରସଙ୍ଗରେ କହିବା ଆରମ୍ଭ କରିଛନ୍ତି, ସେବେଠାରୁ ତାଙ୍କ ବିରୋଧରେ ବିଜେପି ଷଡ଼ଯନ୍ତ୍ର ରଚିବା ଆରମ୍ଭ କରିଛି ।" ଅଭିମନ୍ୟୁକୁ କୌରବ ଘେରିବା ଭଳି ରାହୁଲ ଗାନ୍ଧିଙ୍କୁ ବିଜେପି ଘେରିଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

  • #RahulGandhi disqualification | In PM Modi’s New India, Opposition leaders have become the prime target of BJP! While BJP leaders with criminal antecedents are inducted into the cabinet, Opposition leaders are disqualified for their speeches. Today, we have witnessed a new low… pic.twitter.com/gmDEJBr07h

    — ANI (@ANI) March 24, 2023 " class="align-text-top noRightClick twitterSection" data=" ">

କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧି ଦଳ ମଧ୍ୟ ଏନେଇ ବିଜେପି ଏବଂ ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, "ବିଜେପି ସରକାର ବାରମ୍ବାର ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରୁଛି । ସେହି ସମୟରେ ଅପରାଧିକ ମାମଲାରେ ଜଡ଼ିତ ଥିବା ନେତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛି । ଆଜି ଆମେ ଭାରତର ସାମ୍ବିଧାନିକ ଗଣତନ୍ତ୍ରର ଏକ ନୂଆ ନିୟମ ଦେଖିଲୁ ।" ସେହିଭଳି ଡିଏମକେ ସାଂସଦ କାନିମୋଝି ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, "ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରତିଶୋଧ ପରାୟଣ ହୋଇ ସେମାନେ (BJP) ରାହୁଲ ଗାନ୍ଧିଙ୍କ ଲୋକସଭା ପଦ ରଦ୍ଦ କରିଛନ୍ତି । କିନ୍ତୁ ଏହା ଆମ ସ୍ବରକୁ ଆହୁରି ଶାଣିତ କରିବ ଏବଂ ଗଣତନ୍ତ୍ରର ଆଭିମୁଖ୍ୟକୁ ଅସମ୍ମାନ କରୁଥିବା ଶକ୍ତି ବିରୋଧରେ ଆମର ଏକତା ଆହୁରି ଶକ୍ତିଶାଳୀ ହେବ । ଆମେ ରାହୁଲଙ୍କ ସହ ଛିଡ଼ା ହୋଇଛୁ ।"

ସେହିଭଳି ତାମିଲନାଡ଼ୁର ଡିଏମକେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଟ୍ବିଟ କରି ଏଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି, "ସାଂସଦ ପଦରୁ ଆମ ଭାଇ ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା କରିବା ପଦକ୍ଷେପକୁ ଦୃଢ଼ ନିନ୍ଦା କରୁଛି । ୨୦୧୯ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ଭାଷଣ ପାଇଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବା ପାଇଁ ବିଜେପି ବିଧାୟକଙ୍କୁ ପ୍ରବର୍ତ୍ତା ଯାଇଥିଲା । ଏଭଳି ଭୟ ଆମକୁ ଫାସିବାଦୀ ବିଜେପି ସହିତ ଲଢ଼ିବାକୁ ଅଟକାଇ ପାରିବ ନାହିଁ ।"

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଏଭଳି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ବର୍ତ୍ତମାନ ଦେଶ ଓ ଗଣତନ୍ତ୍ରର ରକ୍ଷା କରିବାକୁ ହେଲେ ୧୩୦ କୋଟି ଦେଶବାସୀଙ୍କୁ ଆଗକୁ ଆସି ଏହାର ବିରୋଧରେ ଲଢ଼ିବାକୁ ହେବ ।" ତେବେ ଯିଏ ଦେଶର କ୍ଷତି ଚାହୁଁଛନ୍ତି ସେମାନେ ବିଜେପିରେ ରହିପାରନ୍ତି, କିନ୍ତୁ ଯିଏ ଦେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି, ସେମାନେ ଆଜି ହିଁ ବିଜେପି ଛାଡ଼ନ୍ତୁ ବୋଲି ବିଜେପି ନେତାଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

  • Delhi | Now the people of the country will have to come forward and fight this, if we want to save the country then 130 crore people will have to come forward and save the nation. It doesn’t matter which party comes into power, what’s concerning is the way democracy is being… pic.twitter.com/caC5sRH11v

    — ANI (@ANI) March 24, 2023 " class="align-text-top noRightClick twitterSection" data=" ">

ସେହିଭଳି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି, "ଭାରତୀୟ ଗଣତନ୍ତ୍ର ଇତିହାସରେ ଆଜି ଏକ କଳା ଦିବସ । ସଂସଦରୁ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ହେଉଛି ନରେନ୍ଦ୍ର ମୋଦିଙ୍କ ଅହଙ୍କାର ଏବଂ ଏକଛତ୍ରବାଦୀ ଶାସନର ସବୁଠାରୁ ଶୀର୍ଷସ୍ତର । ଦଳ ଗୁଡ଼ିକ ମଧ୍ୟରେ ବାଦ ବିବାଦ ପାଇଁ ଏହା ସମୟ ନୁହେଁ, ଦେଶରେ ଗଣତନ୍ତ୍ର ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଗଣତାନ୍ତ୍ରିକ ଦଳ ଖୋଲାଖୋଲି ଭାବେ ବିଜେପି ସରକାରଙ୍କ ଏଭଳି ଭୁଲ ନିଷ୍ପତ୍ତିକୁ ନିନ୍ଦା କରିବା ଉଚିତ୍ ।

  • "Today is a Black Day in the history of Indian democracy. Rahul Gandhi's disqualification from Parliament is the height of Narendra Modi's arrogance and dictatorship....This is not the time for conflicts between parties. All democrats should openly condemn the misdeeds of BJP… pic.twitter.com/ksXxtVNYPQ

    — ANI (@ANI) March 24, 2023 " class="align-text-top noRightClick twitterSection" data=" ">

ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, "ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ହୋଇଯାଇଛି । ଆମ ଦେଶରେ ଚୋରକୁ ଚୋର କହିବା ଅପରାଧ ହୋଇଗଲାଣି । ଏବେ ମଧ୍ୟ ଚୋର ଓ ଡକାୟତ ମାନେ ମୁକ୍ତ, କିନ୍ତୁ ରାହୁଲ ଗାନ୍ଧିଙ୍କୁ ଦଣ୍ଡ ମିଳିଲା । ଏହା ଗଣତନ୍ତ୍ରର ସିଧାସଳଖ ହତ୍ୟା । ସମସ୍ତ ସରକାରୀ କଳ ଏବେ ଚାପରେ ରହିଛନ୍ତି । ଏକଛତ୍ରବାଦୀ ଶାସନର ସମାପ୍ତ ଆରମ୍ଭ ହେଲା । ଏହାକୁ ଠିକ ଦିଶା ଦେଖାଇବା ପାଇଁ ଏବେ ଲଢ଼ିବାକୁ ହେବ ।" ସେପଟେ ମୁଁ ଦେଶ ପାଇଁ ଲଢ଼ୁଛି ଓ ଦେଶ ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି ବୋଲି ନିଜ ଟ୍ବିଟରରେ ପୋଷ୍ଟ କରିଛନ୍ତି ରାହୁଲ ଗାନ୍ଧି ।

  • #RahulGandhi's candidacy has been cancelled. Calling a thief, a thief has become a crime in our country. Thieves & looters are still free & Rahul Gandhi was punished. This is a direct murder of democracy. All govt systems are under pressure. This is the beginning of the end of… pic.twitter.com/uubBUmsqeY

    — ANI (@ANI) March 24, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.