ETV Bharat / bharat

Omicron Scare: ମହାରାଷ୍ଟ୍ର, ହରିୟାଣାରେ ଆଜିଠୁ Night Curfew

author img

By

Published : Dec 24, 2021, 10:26 PM IST

କେଉଁଠି କର୍ଫ୍ୟୁ ତ କେଉଁଠି ନାଇଟ କର୍ଫ୍ୟୁ ପାଇଁ କଟକଣା ଆରମ୍ଭ ହୋଇଗଲାଣି । କୋରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହେବା ନେଇ ଆଶଙ୍କା ସୃଷ୍ଟି କରିଛି କୋରୋନର ଓମିକ୍ରନ ଭାରିଏଣ୍ଟ । ଭାରତରେ ମଧ୍ୟ ୪ ଶହ ମୁହାଁ ହେଲାଣି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

Omicron Tension: ମହାରାଷ୍ଟ୍ର,ହରିୟାଣାରେ ଆଜିଠୁ Night Curfew
Omicron Tension: ମହାରାଷ୍ଟ୍ର,ହରିୟାଣାରେ ଆଜିଠୁ Night Curfew

ନୂଆଦିଲ୍ଲୀ: ଚିନ୍ତା ବଢାଉଛି କୋରୋନାର ଓମିକ୍ରନ ଭାରିଏଣ୍ଟ । କୋରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହେବା ନେଇ ଆଶଙ୍କା ସୃଷ୍ଟି କରିଛି କୋରୋନର ଓମିକ୍ରନ ଭାରିଆଣ୍ଟ । ବିଶ୍ବରେ କ୍ରମାଗତ ଭାବରେ ବୃଦ୍ଧି ପାଇଚାଲିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଭାରତରେ ମଧ୍ୟ ୪ ଶହ ମୁହାଁ ହେଲାଣି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଏ ଭଳି ସ୍ଥିତିରେ ଦେଶରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଗତ ଡିସେମ୍ବର ୨୧ ତାରିଖ ଦିନ ଜାରି କରିଛନ୍ତି ଗାଇଡଲାଇନ। ଏହା ପରେ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଯାଇଛି କୋରୋନା କଟକଣା । କେଉଁଠି କର୍ଫ୍ୟୁ ତ କେଉଁଠି ନାଇଟ କର୍ଫ୍ୟୁ ପାଇଁ କଟକଣା ଆରମ୍ଭ ହୋଇଗଲାଣି।

ଭାରତରେ ଦିନକୁ ଦିନ କୋରୋନାର ଓମିକ୍ରନ ଭାରିଏଣ୍ଟ କାୟାବିସ୍ତାର କରିବା ଆରମ୍ଭ କରିଛି । ଦେଶରେ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ଆଜି ରାତ୍ରରୁ ମହାରାଷ୍ଟ୍ରରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ (Night curfew imposed in Maharashtra) । ରାତି ୯ ରୁ ସକାଳ 6 ପର୍ଯ୍ୟନ୍ତ ଲାଗୁ ରହିବ କଟକଣା। ସେହିପରି ଦୁବାଇରୁ ମୁମ୍ବାଇ ଆସୁଥିବା ବ୍ୟକ୍ତିକୁ ୭ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ସେହିପରି ଆଜିଠୁ ହରିୟାଣାରେ ରାତି ୧୧ ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ବିଶେଷ କରି ହରିୟାନା, ମଧ୍ୟପ୍ରଦେଶ,ଗୁଜୁରାଟ,ମହାରାଷ୍ଟ୍ର ଭଳି ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ନଜରରେ ରଖି ସରକାର କଡା ପଦକ୍ଷେପ ନେବା ଆରମ୍ଭ ନେଇଛନ୍ତି । ସେହିପରି ଡିସେମ୍ବର ୨୫ରୁ ଉତ୍ତରପ୍ରଦେଶରେ ଲାଗୁ ହେବ ନାଇଟ କର୍ଫ୍ୟୁ ।

ସେହିପରି ଦେଶର ପାଞ୍ଚଟି ରାଜ୍ୟରେ ଅଧିକ ପରିମାଣରେ କୋରୋନା ପଜିଟିଭି ବାହାରୁଛି । ବିଶେଷ କରି କେରଳ,ମହାରାଷ୍ଟ୍ର, ତାମିଲନାଡୁ , ପଶ୍ଚିମବଙ୍ଗ, କର୍ଣ୍ଣାଟକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।ତେବେ ବର୍ତ୍ତମାନ ବିଶ୍ବର ୧୦୮ ଦେଶରେ ଓମିକ୍ରନ ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୮ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୪ ଜଣ ସୁସ୍ଥ ହୋଇଛନ୍ତି । ସାରା ବିଶ୍ବରୁ ଓମିକ୍ରନରେ ସଂକ୍ରମିତ ହୋଇ ୨୬ ଜଣ ମୃତ୍ୟୁବରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.