ETV Bharat / bharat

Delhi Liquor Scam: ଅଭିଯୁକ୍ତ ସୁକେଶର ବଡ ବୟାନ, କହିଲା ସିସୋଦିଆଙ୍କ ପରେ ଏବେ କେଜ୍ରିୱାଲଙ୍କ ପାଳି

author img

By

Published : Mar 10, 2023, 8:08 PM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପାଳି ବୋଲି କହିଲା ଅଭିଯୁକ୍ତ ସୁକେଶ । ଅଧିକ ପଢନ୍ତୁ

conman Sukesh Chandrashekhar
conman Sukesh Chandrashekhar

Delhi Liquor Scam: ଅଭିଯୁକ୍ତ ସୁକେଶର ବଡ ବୟାନ, କହିଲା ସିସୋଦିଆଙ୍କ ପରେ ଏବେ କେଜ୍ରିୱାଲଙ୍କ ପାଳି

ନୂଆଦିଲ୍ଲୀ: ୨୦୦ କୋଟି ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ବଡ଼ ବୟାନ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଳି ବୋଲି ସେ କହିଛି । ଆଗକୁ ଆଉ ଅନେକ ବଡ଼ ବଡ଼ିଆଙ୍କ ନାଁ ସାମନାକୁ ଆସିବ । ତେବେ ଶୁକ୍ରବାର ପଟିଆଲା ହାଉସ କୋର୍ଟରୁ ଶୁଣାଣି ପରେ ଗଣମାଧ୍ୟମ ସମ୍ମୁଖରେ ଏଭଳି ପ୍ରତିକ୍ରିୟା ରଖିଛି ଅଭିଯୁକ୍ତ ସୁକେଶ ।

ସୁକେଶ ଆଜି ଶୁଣାଣି ଲାଗି ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲା । ଶୁଣାଣି ପରେ କୋର୍ଟ ରୁମରୁ ବାହାରିବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ସମୟରେ ଏଭଳି ବଡ଼ ବୟାନ ଦେଇଛି ସୁକେଶ । ସେ କହିଛି, "ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଆସିବ । ଏହି ଘୋଟାଲାରେ ଆପ୍‌ର ସମସ୍ତ ନେତା ଓ କର୍ମୀଙ୍କ ସମ୍ପୃକ୍ତି ରହିଛି । ମୁଁ ଆପଣଙ୍କୁ କହିବି କିପରି ଏମାନେ ଏହି ଦୁର୍ନୀତିରେ ଲିପ୍ତ ରହିଥିଲେ । ଏହି ମାମଲାରେ ଆଗକୁ ଅନେକ ବଡ଼ ବଡ଼ିଆଙ୍କ ନାମ ମଧ୍ୟ ସାମନାକୁ ଆସିବ ।"

ଏହା ବି ପଢନ୍ତୁ- Delhi Liquor Scam: 17 ଯାଏଁ ED ରିମାଣ୍ଡରେ ଗଲେ ସିସୋଦିଆ

ଏନେଇ ସେ ବିଭାଗୀୟ ଅଧିକାରୀଙ୍କୁ ପତ୍ର ଲେଖିଛି । ସତ ସାମନାକୁ ଆସିବ ବୋଲି ସେ କହିଛି । ସୁକେଶର ଏହି ଦୁର୍ନୀତି ମାମଲାରେ ସମ୍ପୃକ୍ତି ଅଛି କି ନାହିଁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ସୁକେଶ କହିଥିଲେ ଯେ ସେ ସମସ୍ତଙ୍କ ନାମକୁ ସାମନାକୁ ଆଣିବେ । ଏହି ଦୁର୍ନୀତି ମାମଲାର ମୁଖ୍ୟ ସୂତ୍ରଧର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବୋଲି କହିଛି ସୁକେଶ । ତାଙ୍କ ବିରୋଧରେ ଆପ୍‌ ନେତାମାନେ ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି ମଧ୍ୟ କହିଛି ସୁକେଶ । ଅନ୍ୟପଟେ ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ଇଡି ।

କୋର୍ଟଙ୍କ ନିକଟରେ ଇଡି ୧୦ ଦିନିଆ ରିମାଣ୍ଡ ଲାଗି ଦାବି କରିଥିଲା । ତେବେ କୋର୍ଟ ୭ ଦିନ ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି । ନିଜ ଘନିଷ୍ଠ କିଛି ବ୍ୟବସାୟୀଙ୍କୁ ଲାଭାନ୍ବିତ କରିବା ଲାଗି ସିସୋଦିଆ ବାରମ୍ବାର ଅବକାରୀ ନୀତିରେ ପରିବର୍ତ୍ତନ କରୁଥିଲେ । ଯାହାଦ୍ବାରା ବ୍ୟବସାୟୀ ପ୍ରାୟ ୧୨ ପ୍ରତିଶତ ଅଧିକ ଲାଭବାନ ହୋଇପାରିଛନ୍ତି । ଏନେଇ ସିସୋଦିଆ ବାରମ୍ବାର ନିଜ ବୟାନ ବଦଳାଉଥିବାରୁ ତାଙ୍କୁ ରିମାଣ୍ଡରେ ନେବା ଲାଗି ଇଡି କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.