ETV Bharat / bharat

ବ୍ଲେଡରେ ସ୍ବାମୀର ତଣ୍ଟି କାଟିଲା ସ୍ତ୍ରୀ

author img

By

Published : Apr 26, 2022, 8:59 AM IST

ମାସେ ତଳେ ବିବାହ ହୋଇଥିଲା । ସବୁ କିଛି ଠିକ୍‌ଠାକ୍ ଚାଲିଥିଲା । ହେଲେ କଣ ଏମିତି ହେଲା ଯେ ସ୍ବାମୀର ଗଳା କାଟି ହତ୍ୟା ଉଦ୍ୟମ କରିବାକୁ ପଛାଇଲାନି ସ୍ତ୍ରୀ । ଅଧିକ ପଢନ୍ତୁ

wife attempts to kill husband
wife attempts to kill husband

ହାଇଦ୍ରାବାଦ: ମାସେ ତଳେ ବିବାହ ହୋଇଥିଲା । ସବୁ କିଛି ଠିକ୍‌ଠାକ୍ ଚାଲିଥିଲା । ହେଲେ କଣ ଏମିତି ହେଲା ଯେ ସ୍ବାମୀର ଗଳା କାଟି ହତ୍ୟା ଉଦ୍ୟମ କରିବାକୁ ପଛାଇଲାନି ସ୍ତ୍ରୀ । ବ୍ଲେଡରେ ସ୍ବାମୀର ତଣ୍ଟି କାଟି ହତ୍ୟା କରିବାକୁ ସ୍ତ୍ରୀର ଉଦ୍ୟମ । ଯାହା ପାଇଁ ମଥାରେ ସିନ୍ଦୂର ପିନ୍ଧିଥିଲା ନିଜ ହାତରେ ସେ ସିନ୍ଦୂର ପୋଛିବାକୁ କେମିତି ଏ କାଣ୍ଡ ଭିଆଇଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ତେଲେଙ୍ଗାନାର ହାନାମକୋଣ୍ଡା ଜିଲ୍ଲା ଡାମରା ମଣ୍ଡଳର ପାସାରାଗୋଣ୍ଡାରେ ।

ସୂଚନାନୁସାରେ ମାସକ ତଳେ ରାଜୁ ଓ ଅର୍ଚ୍ଚନାଙ୍କ ବିବାହ ହୋଇଥିଲା । ଦୁଇଜଣଙ୍କ ମଧ୍ୟରେ ସବୁକିଛି ଠିକଠାକ ଚାଲିଥିବା କହିଛନ୍ତି ପରିବାର ଲୋକ । ରବିବାର ଅଚାନକ ଅର୍ଚ୍ଚନା ପାଗଳ ପରି ବ୍ୟବହାର କରିଥିଲା । ସୋମବାର ସକାଳୁ ରାଜୁର ଗଳା କାଟି ଦେଇଥିବା କହିଛନ୍ତି ପରିବାର । ତୁରନ୍ତ ରାଜୁକୁ ୱାରାଙ୍ଗଲା ଏମଜିଏମ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସିତ ଅଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଘଟଣା ବାବଦରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜୁଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇନାହିଁ । ରାଜୁ ଦେଇଥିବା ସୂଚନା ଆଧାରରେ ତଦନ୍ତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.