ETV Bharat / bharat

NDRF's Romeo and Julie: NDRF ପାଇଁ ଦେବଦୂତ୍ତ ସାଜିଲେ ରୋମିଓ ଏବଂ ଜୁଲି, ବଞ୍ଚାଇଲେ ୬ବର୍ଷୀୟା ଝିଅର ଜୀବନ

author img

By

Published : Feb 13, 2023, 3:18 PM IST

ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପକୁ ବିତିଛି ସାତଦିନ । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସରିନି ଉଦ୍ଧାର କାର୍ଯ୍ୟ । ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଏନଡିଆରଏଫ ଟିମ । ତେବେ ସେମାନଙ୍କ ପାଇଁ ଦେବଦୂତ୍ତ ସାଜିଛନ୍ତି ରୋମିଓ ଏବଂ ଜୁଲି । ଅଧିକ ପଢନ୍ତୁ

NDRF's Romeo and Julie
NDRF's Romeo and Julie

ଅଙ୍କାରା: ବିନାଶକାରୀ ଭୂକମ୍ପର ସମ୍ମୁଖୀନ ହୋଇଥିବା ତୁର୍କୀ ଏବେ ସାଂଘାତିକ ସଙ୍କଟ ଦେଇ ଗତି କରୁଛି । ଏହି ପ୍ରଳୟକାରୀ ଭୂକମ୍ପରୁ ଇତି ମଧ୍ୟରେ ୭ଦିନ ବିତିଛି ତଥାପି ଉଦ୍ଧାରକାର୍ଯ୍ୟ ଶେଷ ହୋଇନାହିଁ । ଏହାରି ମଧ୍ୟରେ ମୃତ୍ୟୁ ସଂଖ୍ୟା୩୪ ହଜାର ପାର କରିଛି । ଭୂକମ୍ପ ପ୍ରପୀଡିତଙ୍କ ପାଇଁ ଭାରତ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ ଦୋସ୍ତ । ଉଦ୍ଧାର କରିବା ସହ ସେମାନଙ୍କୁ ନିସ୍ବାର୍ଥପର ସେବା ଯୋଗାଇ ଦେବା ପାଇଁ ଭାରତୀୟ ସେନା ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହାରି ଭିତରେ ଆଉ ଏକ ହୃଦୟସ୍ପର୍ଶୀ ଖବର ସାମ୍ନାକୁ ଆସିଛି । NDRF ଟିମ୍‌ ଚାପିହୋଇ ରହିଥିବା ୬ବର୍ଷୀୟ ବାଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଏହି ସାହାସିକତାର କାର୍ଯ୍ୟର ହିରୋ ସାଜିଥିଲେ ରୋମିଲ ଆଉ ଜୁଲି ।

  • तुर्की: NDRF की लैब्राडोर जूली ने छः साल की बेरेन को नूरदागी में मलबे से बचाया।

    कांस्टेबल डॉग हैंडलर कुंदन कुमार ने कहा,"हमें जूली ने संकेत दिया कि लाइव विक्टिम है। इसके बाद हमने दूसरे कुत्ते रोमियो से भी चेक करवाया, जब उसने भी संकेत दिया तो हम वहां गए और बेरेन को बचाया।" pic.twitter.com/T94WTdbSyA

    — ANI_HindiNews (@AHindinews) February 13, 2023 " class="align-text-top noRightClick twitterSection" data=" ">

କନଷ୍ଟେବଳ କୁନ୍ଦନ କୁମାର କହିଛନ୍ତି, "ଚାପି ହୋଇଥିବା ଜଣେ କେହି ଜୀବିତ ଥିବାନେଇ ପ୍ରଥମେ ଆମକୁ ଜୁଲି ସଙ୍କେତ ଦେଇଥିଲା । ଏହାପରେ ଆମେ ରୋମିଓକୁ ମଧ୍ୟ ଅନୁସନ୍ଧାନ ପାଇଁ ପଠାଇଥିଲୁ । ସେ ମଧ୍ୟ କେହି ଜୀବିତ ରହିଥିବା ନେଇ ସଙ୍କେତ ଦେଇଥିଲା । ଏହାପରେ ଆମୋ ଯାଇ ୬ବର୍ଷୀୟ ବାଳିକାକୁ ଉଦ୍ଧାର କରିଥିଲୁ । ଯେଉଁଠି ଲୋକଙ୍କୁ ଉଦ୍ଧାର କରିବା ପାଇଁ ମେସିନ ଫେଲ ମାରିଛି, ସେଠାରେ ରୋମିଓ ଜୁଲିଏଟ ଅସ୍ତ୍ରଭାବେ କାମ କରୁଛନ୍ତି । ଟନଟନ ଆବର୍ଜନା ତଳୁ ବାଳିକାକୁ ଖୋଜିଥିଲେ ରୋମିଓ ଏବଂ ଜୁଲିଏଟ । ତାଙ୍କପାଇଁ ହିଁ ଆମେ ବାଳିକାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିପାରିଛୁ । ସେମାନେ ନଥଲେ ହୁଏତ ଆମେ ସନ୍ଧାନ ପାଇପାରିନଥାନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ସପ୍ତାହେ ନହେଉଣୁ ପୁଣି ଥରିଲା ତୁର୍କୀ, ତୀବ୍ରତା ୪.୭ ରେକର୍ଡ: ମୃତ୍ୟୁ ସଂଖ୍ୟା ୩୪ ହଜାର ପାର

ସେ ଆହୁରି ମଧ୍ୟ କହିଛନ୍ତି, "ଧ୍ବଂସାବଶେଷ ତଳେ କେହି ଜଣେ ଚାପି ହୋଇଥିବା ନେଇ ଆମ ପାଖରେ ଖବର ଥିଲା । କିନ୍ତୁ ସେ ଜୀବିତ କି ମୃତ ଆମେ ଜାଣିନଥିଲୁ । କିନ୍ତୁ ଯେତେବେଳେ ଆମେ ଜୁଲିକୁ ଅନୁସନ୍ଧାନ ପାଇଁ ପଠାଇଲୁ ସେତେବେଳେ ସେ ପ୍ରଥମେ ଭୁକିଥିଲା । ଏହାର ଅର୍ଥ ସେ ସଙ୍କେତ ଦେଇଥିଲା କି ଚାପି ହୋଇ ରହିଥିବା ବ୍ୟକ୍ତିବିଶେଷ ଜୀବିତ ଅଛନ୍ତି ।"

ପ୍ରକାଶଥାଉକି, ଗତ ସୋମବାର ଦିନ ତୁର୍କୀରେ ହୋଇଥିବା ଭୂକମ୍ପରେ ନୁରଦଗୀର ଏକ ସ୍ଥାନରେ ୬ ମହଲା କୋଠା ଭୁଶୁଡି ପଡିଥିଲା । ଫଳରେ ସେଠାରେ ଚାପି ହୋଇ ଅନେକ ରହିଥିଲେ । ଫଳରେ NDRF ଟିମ୍‌ ଖୋଜାଖୋଜି ଆରମ୍ଭ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ମାଟିରେ ଅନେକ ଚାପି ହୋଇରହିଥିବା ନେଇ NDRFଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ସେମାନଙ୍କୁ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ରୋମିଓ ଏବଂ ଜୁଲି । ସେହି କାର୍ଯ୍ୟରେ ମଧ୍ୟ ସେମାନେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.