ETV Bharat / bharat

ଛତିଶଗଡରେ ନକ୍ସଲଙ୍କ IED ବିସ୍ଫୋରଣ: ଜଣେ BSF ଯବାନ ଶହୀଦ

author img

By ETV Bharat Odisha Team

Published : Dec 14, 2023, 4:28 PM IST

Updated : Dec 14, 2023, 5:43 PM IST

Naxalites IED blast in Kanker: ଛତିଶଗଡ କାଙ୍କେରରେ ନକ୍ସଲଙ୍କ IED ବିସ୍ଫୋରଣରେ ଜଣେ ବିଏସଏଫ ଯବାନ ଶହୀଦ । ସର୍ଚ୍ଚ ଅପରେସନ ଜୋରଦାର । ଅଧିକ ପଢନ୍ତୁ

ଛତିଶଗଡରେ ନକ୍ସଲଙ୍କ IED ବିସ୍ଫୋରଣ: ଜଣେ BFS ଯବାନ ଶହୀଦ
ଛତିଶଗଡରେ ନକ୍ସଲଙ୍କ IED ବିସ୍ଫୋରଣ: ଜଣେ BFS ଯବାନ ଶହୀଦ

ରାୟପୁର: ଛତିଶଗଡ କାଙ୍କେରରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ବିଏସଏଫ ଯବାନ ଶହୀଦ ହୋଇଛନ୍ତି । ପ୍ରତାପପୁର-ଟେକେରାପାରା ପାହାଡି କ୍ଷେତ୍ରରେ ଏହି ବିସ୍ଫୋରଣ ଘଟିଛି । ଯବାନମାନେ କମ୍ବିଂ ଅପରେସନ ଜାରି ରଖିଥିବା ବେଳେ ପୂର୍ବରୁ ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଶହୀଦ ଯବାନଙ୍କ ନାମ ଖିଳେଶ୍ବର ରାୟ ଓ ବିଏସଏଫ 47-ବାଟାଲିୟନରେ କାର୍ଯ୍ୟରତ ଥିଲେ । ଆଜି ସେ ସମ୍ପୃକ୍ତ ଅଞ୍ଚଳରେ ରୁଟିନ ସର୍ଚ୍ଚ ଅପରେସନରେ ବାହାରିଥିଲେ । ବିସ୍ଫୋରଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କାଙ୍କେର ଏସପି ଦିବ୍ୟାଙ୍ଗ ପଟେଲ ଏହି ଘଟଣାର ସୂଚନା ଦେବା ସହ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇଥିବା କହିଛନ୍ତି । ଉକ୍ତ ଜଙ୍ଗଲକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତକାଲି (ବୁଧବାର) ନାରାୟଣପୁର ଛୋଟେଡଙ୍ଗର ଏରିଆରେ ନକ୍ସଲମାନେ ଗୁଳି କରି ଜଣେ ଯବାନଙ୍କୁ ହତ୍ୟା କରିଥିଲେ । ଶହୀଦ ଯବାନଙ୍କ ନାମ କମଲେଶ ସାହୁ ଓ ସେ ଛତିଶଗଡ ଆର୍ମଡ ଫୋର୍ସରେ ନିୟୋଜିତ ଥିଲେ । ଏହା ପୂର୍ବରୁ ଉକ୍ତ ସ୍ଥାନରେ ଜଣେ ବିଜେପିର ସ୍ଥାନୀୟ ନେତାଙ୍କୁ ହତ୍ୟା କରିଥିଲେ ନକ୍ସଲ । ନିକଟରେ ଏକ ପୋଷ୍ଟର ଛାଡି ଖାଦନ ଦଲାଲି କଥା ମଧ୍ୟ ଉଲ୍ଲେଖ କରିଥିଲେ । ଏହା ପରେ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସୁରକ୍ଷା ବଢାଇବା ସହ ସର୍ଚ୍ଚ ଅପରେସନ ଓ ଚେକିଂକୁ କଡାକଡି କରିଥିଲେ । ଏହି କାର୍ଯ୍ୟରେ ନିୟୋଜିତ ଥିଲେ କମଲେଶ । ତାଙ୍କୁ ଅତର୍କିତ ଗୁଳିମାଡ କରି ହତ୍ୟା କରିଥିଲେ ନକ୍ସଲ । ଆଜି ପୁଣି କାଙ୍କେର ନିକଟବର୍ତ୍ତୀ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :-କୃଷ୍ଣ ଜନ୍ମଭୂମି ମାମଲା: ମଥୁରାର ଇଦଗାହ ମସଜିଦରେ ସର୍ଭେକୁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି

ନିକଟରେ ଛତିଶଗଡରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ 11ଟି ନକ୍ସଲ ଆକ୍ରମଣ ହୋଇଛି । ଏଥିରେ 5 ଜଣ ସାଧାରଣ ଲୋକେ ମଧ୍ଯ ହତ୍ୟାର ଶିକାର ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାଙ୍କେର ସଭା ପୂର୍ବରୁ ନକ୍ସଲମାନେ 3 ସ୍ଥାନୀୟ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ଭୋଟବର୍ଜନ ପାଇଁ ପୋଷ୍ଟର ମାରି ଧମକ ମଧ୍ୟ ଦେଇଥିଲେ । ଏହା ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀ ନକ୍ସଲଙ୍କ ମଧ୍ୟରେ 3 ଥର ଏନକାଉଣ୍ଟର ମଧ୍ୟ ହୋଇଛି । ଏଥିର ଗୋଟିଏ ଏ.କେ-47 ରାଇଫଲ, ଗୋଟିଏ ଦେଶୀ ରକେଟ ଲଞ୍ଚର, 11 ଟି ଆଇଇଡି ଜବତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2023, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.