ETV Bharat / bharat

ଛତିଶଗଡ ସୁକମାରେ ପୋଲିସ-ନକ୍ସଲ ଏନକାଉଣ୍ଟର

author img

By

Published : Aug 16, 2022, 10:02 PM IST

ସୁକମା ଅଞ୍ଚଳରେ ସୁରକ୍ଷାକର୍ମୀ-ନକ୍ସଲ ଏନକାଉଣ୍ଟର (Naxalite encounter in Sukm)। କିଛି ନକ୍ସଲ ମୃତାହାତ ହୋଇଥିବା ସନ୍ଦେହ । ସ୍ପଷ୍ଟ କରିନି ପୋଲିସ । ଏବେ ବି ଜଙ୍ଗଲରେ ତଲାସି ଜାରି । ଅଧିକ ପଢନ୍ତୁ

ଛତିଶଗଡ ସୁକମାରେ ପୋଲିସ-ନକ୍ସଲ ଏନକାଉଣ୍ଟର
ଛତିଶଗଡ ସୁକମାରେ ପୋଲିସ-ନକ୍ସଲ ଏନକାଉଣ୍ଟର

ରାୟପୁର: ସାରା ଦେଶରେ ଲାଲଗଡ ଭାବେ କୁଖ୍ୟାତି ଅର୍ଜନ କରିଥିବା ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି (Naxalite encounter in Sukma) । ସୁରକ୍ଷାବଳର ଯବାନମାନେ କମ୍ବିଂ ଅପରେସନ ଜାରି ରଖିଥିବା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିବା ସ୍ଥାନୀୟ ପୋଲିସ ପ୍ରଶାସନ ସ୍ପଷ୍ଟ କରିଛି । ଏଥିରେ କ୍ଷୟକ୍ଷତି ନେଇ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନଥିବା ବେଳେ କିଛି ନକ୍ସଲ ମୃତାହତ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ସୁକମା ଏସ.ପି ସୁନିଲ ଶର୍ମା (Sukma SP Sunil Sharma) ଏହି ଏନକାଉଣ୍ଟରକୁ ନିଶ୍ଚିତ କରିବା ସହ କହିଛନ୍ତି, ଗୋଲାପଲ୍ଲୀ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଛି (Police Naxalite encounter in Sukma of Bastar)। ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ସୁରକ୍ଷାବଳ ପକ୍ଷରୁ ଚେତାବନୀ ମିଳିଥିଲେ ସୁଦ୍ଧା ସେମାନେ ପ୍ରଥମ ଗୁଳି ଚଳାଇଥିଲେ । ସୁରକ୍ଷାବଳର ପାଲଟା ଜବାବରେ କିଛି ଘଣ୍ଟାର ମୁକାବିଲା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ସେମାନଙ୍କ ମଧ୍ୟରେ କିଛି ମୃତାହତ ହୋଇ ଥାଇପାରନ୍ତି (Sunil Sharma claims huge loss to Naxalites)। ଏବେ ମଧ୍ୟ ରାଇଗୁଦମ୍ ଏବଂ ତରାଲାଗୁଡାମ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ:- ଦେଶ ଇତିହାସରେ ପ୍ରଥମ, ଲାଲଗଡ ବସ୍ତରର ଚନ୍ଦାମେଟାରେ ଉଡିଲା ତ୍ରିରଙ୍ଗା

ଗତକାଲି ବସ୍ତରରେ ସୁରକ୍ଷାକର୍ମୀ ସ୍ବାଧୀନତା ଦିବସ ପାଳନ କରିଥିଲେ । ସ୍ଥାନୀୟ ଗ୍ରାମବାସୀ ମଧ୍ୟ ସୁରକ୍ଷାକର୍ମୀଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସ୍ବାଧୀନତାର ଦୀର୍ଘ 75 ବର୍ଷ ପରେ ସେଠାରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡିଥିଲା । କୌଣସି ସମ୍ଭାବ୍ୟ ଆକ୍ରମଣକୁ ନଜର ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ତେବେ ସ୍ବାଧୀନତା ଦିବସ ସୁରୁଖୁରୁରେ ପାଳନ ସରିଥିଲା ବେଳେ ତାର ଗୋଟିଏ ଦିନ ପରେ ଏନକାଉଣ୍ଟର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.