ETV Bharat / bharat

ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ, ରେଲଜ୍ଟ ନବାହାରୁଣୁ ଏମିତି କହିଲେ ସିଦ୍ଧରମୈୟାଙ୍କ ପୁଅ

author img

By

Published : May 13, 2023, 11:52 AM IST

Updated : May 13, 2023, 11:58 AM IST

ଭୋଟ ଗଣତି ଜାରି ରହିଥିବାବେଳେ ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର ସିଦ୍ଧରମୈୟାଙ୍କ ବଡ ବୟାନ । କହିଲେ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍ । ଅଧିକ ପଢନ୍ତୁ

ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍
ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜୟୀ ମୁହାଁ କଂଗ୍ରେସ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ କଂଗ୍ରେସ ଶାସକ ବିଜେପି ଠାରୁ ଅନେକ ଆସନରେ ଆଗୁଆ ରହିଛି । ତେଣୁ ଚଳିତ ନିର୍ବାଚନରେ କଂଗ୍ରେସ ବାଜି ମାରିବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ପୁଅ ବଡ ବୟାନ ଦେଇଛନ୍ତି । ଭୋଟ ଗଣତି ନସୁରୁଣୁ ବାପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଆଶା ବାନ୍ଧିଛନ୍ତି ଯତୀନ୍ଦ୍ର ସିଦ୍ଧରମୈୟା । କର୍ଣ୍ଣାଟକରେ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍ ବୋଲି ସେ କହିଛନ୍ତି ।

ଯତୀନ୍ଦ୍ର ସିଦ୍ଧରମୈୟା କହିଛନ୍ତି, ''ବିଜେପିକୁ କ୍ଷମତାରୁ ହଟାଇବାକୁ ଆମେ ସବୁ କିଛି କରିବୁ । କଂଗ୍ରେସ ନିଶ୍ଚିତ ଭାବେ ପୂର୍ଣ୍ଣ ବହୁମତ ସହ ଏକାକୀ ସରକାର ଗଢିବ । ମୋ ବାପା ସିଦ୍ଧରମୈୟା ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ବରୁଣା ଆସନରୁ ବିଜୟୀ ହେବେ । କର୍ଣ୍ଣାଟକର ସ୍ବାର୍ଥ ଦୃଷ୍ଟିରୁ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ୍ । ପୁଅ ଭାବେ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହେଁ । ଯଦି ସେ ସିଏମ୍ ହୁଅନ୍ତି ତାହାହେଲେ ବିଜେପି ଶାସନ କାଳରେ ଯାହା ବି ଦୁର୍ନୀତି ହୋଇଛି ସେସବୁ ଠିକ୍ କରିଦେବେ । ''

ଏଥର କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିବା ନେଇ ଯତୀନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ବହୁମତ ସହ ନିଶ୍ଚୟ ସରକାର ଗଠନ କରିବ । ଆମେ ଏକାକୀ ନିଜର ସରକାର ଗଢିବୁ ବୋଲି ବିଶ୍ବାସ ରହିଛି । କଂଗ୍ରେସ ଜିତିବା ପରେ କର୍ଣ୍ଣାଟକର ହିତା ପାଇଁ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ ।

ଏହାମଧ୍ୟ ପଢନ୍ତୁ: Karnataka Election Results: ବଜରଙ୍ଗବଲୀ ଶରଣରେ ପ୍ରିୟଙ୍କା, ଜୋଶରେ କଂଗ୍ରେସ

ପ୍ରକାଶଥାଉ କି, ଆଜି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । କଡା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଚାଲିଛି । କର୍ଣ୍ଣାଟକରେ ବିଜେପି ଠାରୁ କଂଗ୍ରେସ ସର୍ବାଧିକ ଆସନ ଜିତିବ ବୋଲି ଅଧିକାଂଶ ଏକଜିଟ ପୋଲ ଆକଳନ କରିଥିଲା । ଯାହାକି ଏବେ ସତ ହେଉଥିବାର ଦେଖାଯାଉଛି । କଂଗ୍ରେସ ଶାସକ ବିଜେପିକୁ ପଛରେ ପକାଇ ଅନେକ ଆସନରେ ଲିଡ୍ କରୁଛି । ବର୍ତ୍ତମାନର ଟ୍ରେଣ୍ଡକୁ ଦେଖିଲେ ଏଥର କଂଗ୍ରେସ ହିଁ ସରକାର ଗଠନ କରିବ ବୋଲି ଜଣାପଡୁଛି ।

Last Updated : May 13, 2023, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.