ETV Bharat / bharat

କଲେଜରେ ହୋଇଥିଲା ପ୍ରେମ, ଇସଲାମ ଛାଡି ସନାତନ ଧର୍ମ ଗ୍ରହଣ କରି କଲେ ବିବାହ

author img

By

Published : May 29, 2023, 8:27 PM IST

ବିହାର ବୈଶାଳୀରେ ଇସଲାମ ଛାଡି ସନାତନ ଧର୍ମ ଗ୍ରହଣ କଲେ ବିବାହ ଯୁବତୀ । କଲେଜ ସମୟରୁ ହୋଇଥିଲା ପ୍ରେମ । କହିଲେ ବାବା ବାଗେଶ୍ବରଙ୍କ ଦ୍ବାରା ସନାତନ ଧର୍ମ ଗ୍ରହଣ କରିବା ପାଇଁ ପାଇଥିଲେ ପ୍ରେରଣା । ଅଧିକ ପଢନ୍ତୁ

କଲେଜରେ ହୋଇଥିଲା ପ୍ରେମ, ଇସଲାମ ଛାଡି ସନାତନ ଧର୍ମ ଗ୍ରହଣ କରି କଲେ ବିବାହ
କଲେଜରେ ହୋଇଥିଲା ପ୍ରେମ, ଇସଲାମ ଛାଡି ସନାତନ ଧର୍ମ ଗ୍ରହଣ କରି କଲେ ବିବାହ

ଇସଲାମ ଛାଡି ସନାତନ ଧର୍ମ ଗ୍ରହଣ କଲେ ଯୁବତୀ, ହିନ୍ଦୁ ପ୍ରେମିକକୁ କଲେ ବିବାହ

ପାଟନା: କଲେଜରେ ପାଠ ପଢୁଥିବା ବେଳେ ହୋଇଥିଲା ପ୍ରେମ । ହେଲେ ବିବାହ ପାଇଁ ଧର୍ମ ସାଜିଥିଲା ବାଧକ । ବାଗେଶ୍ବର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ କଥା କାର୍ଯ୍ୟକ୍ରମ ସନାତନ ଧର୍ମ ପ୍ରତି କରିଥିଲା ପ୍ରେରିତ । ଇସଲାମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କଲେ ଓ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ମନ୍ଦିରରେ ବିବାହ କଲେ ଯୁବତୀ । ଏପରି ଏକ ଘଟଣା ବିହାର ବୈଶାଳୀ ଜିଲ୍ଲାରେ ଦେଖିବାକୁ ମିଳିଛି । ମୁଜାଫରପୁର ଜିଲ୍ଲାର ଜଣେ ମୁସଲିମ୍‌ ଯୁବତୀ ବୈଶାଳୀର ନିଜ କଲେଜ ସମୟର ପ୍ରେମିକକୁ ବିବାହ କରିଛି । କଲେଜରେ ପାଠ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ବିବାହ ପାଇଁ ସନାତନ ଧର୍ମ ସ୍ବୀକାର କରିବାର ପ୍ରେରଣା ତାଙ୍କୁ ବାଗେଶ୍ବର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଠାରୁ ମିଳିଥିବା ଯୁବତୀଜଣଙ୍କ ପ୍ରକାଶ କରିଛନ୍ତି ।

ବୈଶାଳୀ ଜିଲ୍ଲା ସାହାଥ ଗ୍ରାମର ଉମାଶଙ୍କର କୁମ୍ବରଙ୍କ ପୁଅ ରୋସନ କୁମାର ଓ ମୁଜାଫରପୁର ମୁସଲିମ ଯୁବତୀ ନୌସିନ ପରବିନ ଏକାସାଙ୍ଗରେ କଲେଜରେ ପାଠ ପଢୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଉଭୟ ଭିନ୍ନ ଧର୍ମର ହୋଇଥିବା କାରଣରୁ ବିବାହ ନେଇ ଅନିଶ୍ଚିତତା ଲାଗି ରହିଥିଲା । ହେଲେ ନିକଟରେ ପାଟନାର ନୌବତପୁରରେ ବାଗେଶ୍ବର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କର ଏକ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ପ୍ରଭାବ ଯୁବତୀଙ୍କ ଉପରେ ପଡିଥିଲା । ସେ ଇସଲାମ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପରେ ବିବାହ ପାଇଁ ଆୟୋଜନ କରାଯାଇଥିଲା । ଉଭୟ ଲାଲଗଞ୍ଜର ଆଚାର୍ଯ୍ୟ କମଲାକାନ୍ତ ପାଣ୍ଡେଙ୍କ ଠାରୁ ଧର୍ମ ପରିବର୍ତ୍ତନ ଓ ହିନ୍ଦୁତ୍ବ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ନାରାୟଣୀ ନଦୀକୂଳରେ ଆଚାର୍ଯ୍ୟଙ୍କ ଦ୍ବାରା ଯୁବତୀଙ୍କୁ ହିନ୍ଦୁ ଧର୍ମରେ ପ୍ରବେଶ କରାଯାଇଥିଲା ।

ବୈଦିକ ରୀତିନୀତିରେ ଯୁବତୀଙ୍କୁ ହିନ୍ଦୁ ଧର୍ମରେ ପ୍ରବେଶ କରାଇବା ପରେ ନୂତନ ନାମକରଣ ମଧ୍ୟ କରାଯାଇଥିଲା । ପୂର୍ବରୁ ଯୁବତୀଙ୍କ ନାମ ନୌସିନ ପରବିନ ଥିବା ବେଳେ ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାମ ରୁକ୍ମଣୀ ରଖାଯାଇଛି । ବିବାହ ପୂର୍ବରୁ ଉଭୟ ଯୁବକ ଓ ଯୁବତୀ ମନ୍ଦିରରେ ସତ୍ୟନାରାୟଣ ପୂଜା କରିଥିଲେ । ପରେ ବିବାହ ବିଧି ଆରମ୍ଭ କରାଯାଇଥିଲା । ଯୁବକଙ୍କ ପରିବାର ଓ ସମ୍ପର୍କୀୟ ସମେତ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ନବ ଦମ୍ପତିକୁ ଆଶୀର୍ବାଦ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.