ETV Bharat / bharat

ମରିଗଲା ମମତା, ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମାଆ

author img

By

Published : May 31, 2022, 1:54 PM IST

ପାଷାଣ ହୋଇଗଲା ମାଆ ହୃଦୟ । ମରିଗଲା ମମତା । ରାଗରେ ନିଜ ଜନ୍ମ କଲା ଛୁଆଙ୍କ ପ୍ରତି ଭୁଲିଗଲା ମମତା । ଅଧିକ ପଢନ୍ତୁ

ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମାଆ
ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମାଆ

ମୁମ୍ବାଇ: ପାଷାଣ ହୋଇଗଲା ମାଆର ହୃଦୟ । ମରିଗଲା ମମତା । ରାଗରେ ନିଜ ଜନ୍ମ କଲା ଛୁଆଙ୍କ ପ୍ରତି ଭୁଲିଗଲା ମମତା । ଜଣକ ପରେ ଜଣେ 6ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ପିଶାଚୀ ମାଆ । ରାଗରେ ଜଣେ ମାଆ ଯେ ଏପରି ଉଗ୍ରରୂପ ନେଇପାରେ ବିଶ୍ବାସ କରିବା କଷ୍ଟକର । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଧଲକାଠିର ମାହଡ ଅଞ୍ଚଳରେ ।

ସୂଚନା ଅନୁସାରେ, ମହିଳା ଜଣଙ୍କର ତାଙ୍କ ସ୍ବାମୀଙ୍କ ସହିତ ଝଗଡା ହୋଇଥିଲା । ଶାଶୁଘରେ ଲୋକେ ମାରପିଟ୍‌ ମଧ୍ୟ କରିଥିଲେ। ଏଥିଯୋଗୁଁ ମହିଳା ଜଣକ ଅତ୍ୟନ୍ତ ରାଗିଯାଇଥିଲେ । ଏହାପରେ ସେ ନିଜର 6 ପିଲା 5 ଝିଅ ଓ ଗୋଟିଏ ପୁଅକୁ କୂଅରେ ଫିଙ୍ଗି ଦେଇଥିଲେ । ଏହା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ଗାଁ ଲୋକଙ୍କ ଯୋଗୁଁ ବଞ୍ଚି ଯାଇଥିଲେ । ତାଙ୍କ 6ଜଣ ଛଆଙ୍କ ମୃତ୍ୟୁ ହୋଇଛି । ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମାଆ
ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମାଆ

କୂଅ ଭିତରୁ 6 ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ ଛୁଆଙ୍କ ବୟସ 18 ମାସରୁ 10ବର୍ଷ ଭିତରେ ରହିଛି । ରାଗରେ ଜଣେ ମାଆ କିପରି ଏମିତି କାଣ୍ଡ କରିପାରେ ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.