ETV Bharat / bharat

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ଇଚ୍ଛା ପୂରଣ ନହେବାରୁ ସ୍ତ୍ରୀକୁ ହତ୍ୟାକରି ପୋତିଦେଲା

author img

By

Published : Mar 26, 2023, 2:38 PM IST

Updated : Mar 26, 2023, 2:55 PM IST

ବିହାରରେ ଅଭାବନୀୟ ଘଟଣୀ । ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ । ସ୍ତ୍ରୀ ସମ୍ପତ୍ତି ମନ ଦେବାରୁ ହତ୍ୟା କରି ପୋତିଦେଲା ସ୍ବାମୀ । ମୃତଦେହକୁ ମାଟିଚଳୁ ବାହାର କରି ଖାଇଲେ କୁକୁର । ଅଧିକ ପଢନ୍ତୁ

Murder News Nalanda
Murder News Nalanda

ପାଟନା: ୨୦୦୬ ମସିହାରେ ହୋଇଥିବା ବାହାଘର । ଆଡମ୍ବରରେ ହିଁ ବାହାଘର ହୋଇଥିଲା । ହେଲେ ସ୍ତ୍ରୀ ଜାଣିନଥିଲା ସ୍ବାମୀ ଧୋକାଦେଇ ବାହା ହୋଇଛି । ସଙ୍ଗୀତାର ସରଳତାର ସୁଯୋଗ ନେଇ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲା ଧୋକେବାଜ । କିନ୍ତୁ ଯେତେବେଳେ ଇଚ୍ଛା ପୂରଣ ହେଲା ନାହିଁ ରାକ୍ଷାସ ପାଲଟିଗଲା । ଯାହାକୁ ସୁରକ୍ଷା କବଚ ଭାବି ସାତ ଜନ୍ମର ସାଥି କରିଥିଲା ସେ ହିଁ ସାଜିଲା ବଇରୀ । ଇହକାଳ ପରକାଳ ପାଇଁ ସାଥି ହେବାର କଥା ଦେଇଥିବା ସ୍ବାମୀ ୧୭ ବର୍ଷ ପରେ ସବୁଦିନ ପାଇଁ ପରକରିଦେଲା । ସମ୍ପତ୍ତିର ଲାଳସାରେ ବାୟା ହୋଇ ସ୍ତ୍ରୀକୁ ହତ୍ୟା କରି ପୋତି ଦେଲା ରାକ୍ଷାସ ସ୍ବାମୀ ।

ତେବେ ମୃତଦେହର ଖଣ୍ଡ ଶରୀରରକୁ ମାଟି ତଳୁ ବାହାର କରି ଖାଇଲେ ବୁଲା କୁକୁର । ଏଭଳି ଆଶ୍ଚର୍ଯ୍ୟଜନକ ଛାତିଥରା ଘଟଣା ସାମ୍ନାକୁ ଆସିଛି ବିହାରର ନାଳନ୍ଦାରୁ । କୁକୁରମାନେ ଖଣ୍ଡଖଣ୍ଡ ମାଂସ ଖାଉଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମାଟିତଳୁ ମୃତ ଶରୀରର ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶ୍ବଶୁର ସତ ମାନିଛନ୍ତି । ମହିଳାଙ୍କ ହାତ, ଗୋଡ ଏବଂ ବେକକୁ ଉଦ୍ଧାର କରିଲା ପୋଲିସ । ମୃକ ମହିଳାଙ୍କ ନାମ ସଙ୍ଗିତା ଦେବୀ । ତେବେ ଅଭିଯୁକ୍ତ ସ୍ବାମୀକୁ ଖୋଜୁଛି ପୋଲିସ ।

ମୃତ ମହିଳାଙ୍କ ଶ୍ବଶୁରଙ୍କ ଓଲଟା ଅଭିଯୋଗ: ମୃତ ସଙ୍ଗିତାଙ୍କ ଶ୍ବଶୁରଙ୍କ କହିବା ଅନୁସାରେ," ଦୁଇଦିନ ତଳେ ଏକ କୂଅରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ପୋଲିସ ତାଙ୍କୁ ଶ୍ମଶାନରେ ଦାହ କରିବା ପାଇଁ କହିଥିଲେ । ଆମେ ମୃତଦେହକୁ ମାଟି ତଳେ କବର ଦେଇଥିଲୁ । ଏହାପରେ କୁକୁରମାନେ ମାଟିତଳୁ ମୃତଦେହକୁ ବାହାର କରି ଖାଇଥିଲେ । ଏହାପରେ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୃତଦେହକୁ କୁକୁରମାନେ ଖାଇ ଛିନଭିନ କରିଦେଇଥିଲେ । ପୋଲିସ କେବଳ ଶରୀରର କିଛି ଅଂଶ ଏବଂ ହାଡ ଜବତ କରିଛି । ପୋଲିସ ସେହି କିଛି ଅଂଶକୁ ଉଦ୍ଧାର କରି ପାଟନା ପଠାଇଛି । ତେବେ ପୋଲିସ ଏହି ଘଟଣାକୁ ନେଇ ଆମକୁ ହଇରାଣ କରୁଛି ।"

ବାପା ହିଁ ମାଆର ହତ୍ୟାକାରୀ କହିଲା ପୁଅ: ମୃତକ ସଙ୍ଗୀତ ଦେବୀ ୫ଦିନ ପୂର୍ବରୁ ଫେରାର ଥିଲେ । ତେବେ ତାଙ୍କର ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଥିବା ନେଇ ଶ୍ବଶୁର କହିଛନ୍ତି । ତେବେ ଅନ୍ୟପଟେ ସଙ୍ଗୀତାଙ୍କ ପୁଅ ପ୍ରିନ୍ସ କୁମାର ଅଭିଯୋଗ କରି କହିଛନ୍ତି, "ବାପା ନୀତିଶ କୁମାର ହିଁ ମାଆର ହତ୍ୟାକାରୀ । ବାପା ପ୍ରଥମେ କୁରାଡିରେ ମାଆକୁ ହତ୍ୟା କରି ଫିଙ୍ଗି ଦେଇଥିଲେ ।"

୨୦୦୬ରେ ହୋଇଥିଲା ବିବାହ: ସଙ୍ଗୀତା ଦେବୀର ବିବାହ ୨୦୦୬ରେ ଧୁମଧାମରେ ନୀତିଶଙ୍କ ସହ ହୋଇଥିଲା । ସଙ୍ଗୀତା ତାଙ୍କ ବାପାମଆଙ୍କର ଗୋଟିଏ ଝିଅ ଥିଲେ । ତେଣୁ ନିତୀଶ ସମ୍ପତ୍ତି ପାଇଁ ସଙ୍ଗୀତାଙ୍କୁ ବିବାହ କରିଥିଲେ । କିନ୍ତୁ ସଙ୍ଗୀତା ରାଜି ନହେବାରୁ ରାଗ ଜର୍ଜରିତ ହୋଇ ହତ୍ୟା କରିଲା ହତ୍ୟାକାରୀ ନିତୀଶ । ତେବେ ବର୍ତ୍ତମାନ ସେ ସାଙ୍ଗଙ୍କ ସହଯୋଗରେ ଲୁଧିଆନାରେ ଲୁଚିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 26, 2023, 2:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.